ଯୋଗାଣ ମନ୍ତ୍ରୀଙ୍କ ବଢ଼ିଲା ଜମି ଅଡୁଆ.

Spread the love

ଜେଏମଜେ ବ୍ୟୁରୋ : ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କୁ ଜମି ଅଡ଼ୁଆ । ମନ୍ତ୍ରୀଙ୍କ ଜମି ଠକେଇ ଅଭିଯୋଗ ଆଧାରରେ ବଣସିଂ ଗାଁର ନିରଞ୍ଜନ ଶତପଥୀଙ୍କୁ ଗିରଫ କରିଛି ଢେଙ୍କାନାଳ ପୁଲିସ୍ । ଗତକାଲି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ୨୦୨୧ରେ ଢେଙ୍କାନାଳ ଜିଲ୍ଲା ଚାଉଳିଆ ଖମାରଠାରେ ୮୨ ଏକର ପରିମିତ ଏକ ଜମି କିଣିବା ପାଇଁ ନିରଞ୍ଜନଙ୍କୁ ୨୫ ଲକ୍ଷ ଟଙ୍କା ଦେଇଥିଲେ କୃଷ୍ଣ ପାତ୍ର ।

ଅଭିଯୋଗ ଅନୁସାରେ ଜମିର ସଠିକ କାଗଜପତ୍ର ଦେଖାଇ ଭରସା ଜିତିଥିଲେ ନିରଞ୍ଜନ, ଆଉ ସେଥିପାଇଁ ୨୫ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ କୃଷ୍ଣ ପାତ୍ର । କିନ୍ତୁ ପରବର୍ତ୍ତୀ ସମୟରେ ବେଆଇନ ଜମି ହୋଇଥିବାରୁ ରେଜିଷ୍ଟ୍ରେସନ ହୋଇପାରିଲା ନାହିଁ । ଟଙ୍କା ଫେରସ୍ତ ପାଇଁ ଦାବି କଲେ ମଧ୍ୟ ନିରଞ୍ଜନ ଫେରାଉ ନଥିଲେ । ଏହାକୁ ଭିତ୍ତି କରି ଗତ ୨୬ ତାରିଖରେ ଢେଙ୍କାନାଳ ଟାନ ଥାନାରେ ଏତଲା ଦେଇଥିଲେ ମନ୍ତ୍ରୀ କୃଷ୍ଣ ପାତ୍ର । ହେଲେ ନିରଞ୍ଜନ ଗିରଫ ହେବା ପରେ ମନ୍ତ୍ରୀଙ୍କ ଜମି ଅଡ଼ୁଆ ବଢ଼ିଛି ।

ଏହାର କାରଣ ହେଉଛି, ୨୦୨୪ ବିଧାନସଭା ନିର୍ବାଚନ ସମୟରେ କୃଷ୍ଣ ପାତ୍ର ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ୨୦୧୯-୨୦ ଓ ୨୦୨୦-୨୧ରେ ତାଙ୍କ ପାଖରେ ମୋଟ୍ ୭ ଲକ୍ଷ ୩୫ ହଜାର ୮୯୦ ଟଙ୍କା ଥିଲା । ହେଲେ ମନ୍ତ୍ରୀ କିନ୍ତୁ ଏଫଆଇଆର କପିରେ ଅଭିଯୋଗ କରିଛନ୍ତି, ସେହି ୨୦୨୧ରେ ବଣସିଂ ଗାଁର ନିରଞ୍ଜନ ଶତପଥୀଙ୍କୁ ଜମି କିଣା ବାବଦକୁ ଅଗ୍ରୀମ ୨୫ ଲକ୍ଷ ଟଙ୍କା ଦେଇଛନ୍ତି । ଏବେ ପ୍ରଶ୍ନ ଉଠୁଛି, କୃଷ୍ଣ ପାତ୍ରଙ୍କ ପାଖରେ ଏହି ୨୫ ଲକ୍ଷ ଟଙ୍କା ଆସିଲା କୁଆଡ଼ୁ । ନିର୍ବାଚନ ଅଧିକାରୀଙ୍କ ପାଖରେ କୃଷ୍ଣ ପାତ୍ର ଦାଖଲ କରିଥିବା ସତ୍ୟପାଠରେ ମିଥ୍ୟା ତଥ୍ୟ ଉଲ୍ଲେଖ କରିଥିଲେ କି? ଯଦି ଏକଥା ସତ ହୋଇଥାଏ, ତାହେଲେ ସାଂଘାତିକ । ମିଥ୍ୟା ପାଠ ଦେଇଥିବା ଅଭିଯୋଗରେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି?

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 68 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ