ମୋହନ, ମନମୋହନଙ୍କ ସରୁନି ଅଙ୍କକଷା: ବିଜେପିରେ ସଙ୍ଗଠନ ଓ ମନ୍ତ୍ରିମଣ୍ଡଳ ଦ୍ୱନ୍ଦ୍ବ..

Spread the love

ଜେଏମଜେ ବ୍ୟୁରୋ : ବିଜେପିରେ ସଙ୍ଗଠନ ଓ ମନ୍ତ୍ରିମଣ୍ଡଳ ଦ୍ୱନ୍ଦ୍ବ..ମୋହନ, ମନମୋହନଙ୍କ ସରୁନି ଅଙ୍କକଷା
ଦିଲ୍ଲୀରୁ ଫେରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ପ୍ରଥମେ ସଙ୍ଗଠନ ହେବ, ତା’ ପରେ ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦ ଘୋଷଣା କରାଯିବ । ଏବେ ୫ ଦିନ ବିତିଗଲା, କିନ୍ତୁ ସଙ୍ଗଠନ ନେଇ ଚିତ୍ର ସ୍ପଷ୍ଟ ହୋଇପାରିଲା ନାହିଁ । ପ୍ରକୃତରେ ଟିମ୍‌ ଘୋଷଣାକୁ ନେଇ ମନମୋହନ କେଉଁ ଦ୍ବନ୍ଦ୍ବରେ ରହିଛନ୍ତି ତାହା ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି । ପ୍ରଶ୍ନ ଉଠୁଛି, ସଙ୍ଗଠନ ଦ୍ବନ୍ଦ୍ବ ନା’ ଚାପରେ ଅଛନ୍ତି ମନମୋହନ? ଜମ୍ବୋ ଟିମ୍‌ କରିବାକୁ ଚାହିଛନ୍ତି କି ରାଜ୍ୟ ସଭାପତି? ଅସନ୍ତୋଷ ଚିନ୍ତା ଘାରିଛି କି? ସଙ୍ଗଠନ ଚିନ୍ତା ମନମୋହନ ସାମଲକୁ ଘାରିଥିବା ବେଳେ ମୋହନଙ୍କୁ ଘାରିଛି ମନ୍ତ୍ରିମଣ୍ଡଳ ଚିନ୍ତା । ନୂଆ ସଙ୍ଗଠନ ପରେ ବୋର୍ଡ, ନିଗମ ଓ ପରେ ମନ୍ତ୍ରିମଣ୍ଡଳ ଗଠନ ହେବା କଥା । କିନ୍ତୁ ଏବେ ବି ସଙ୍ଗଠନ କାମ ଆଗକୁ ବଢ଼ୁନଥିବାରୁ ବୋର୍ଡ ଓ ନିଗମ ଘୋଷଣା ହୋଇପାରୁନି । ଆଉ ଆଗେଇ ପାରୁନି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପ୍ରକ୍ରିୟା। ସୂଚନାଯୋଗ୍ୟ ଯେ, ପ୍ରଥମ ଥର ପାଇଁ ବିଜେପି ସରକାରକୁ ଆସିଛି। ତେଣୁ ସଙ୍ଗଠନ, ବୋର୍ଡ, ନିଗମ ଓ ମନ୍ତ୍ରିମଣ୍ଡଳ ପାଇଁ ଆଶାୟୀ ମାଳ ମାଳ ରହିଛନ୍ତି । ଯାହାକୁ ନେଇ ଅକଳରେ ପଡ଼ିଛି ବିଜେପି ।

  • jmjnewso

    Related Posts

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    ବିଜେଡି ଓ କଂଗ୍ରେସର ସଭ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା। କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…