ବିଜେଡି ସଂସଦୀୟ ଦଳରେ ଫାଟ! ଉପରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି ନଜର.

Spread the love

ଜେଏମଜେ ବ୍ୟୁରୋ : ୱାକଫଠାରୁ ବିଜେଡି ସଂସଦୀୟ ଦଳ ଭିତରେ ସୃଷ୍ଟି ହୋଇଥିବା ଫାଟ ଏବେ ଜଳଜଳ ଦିଶୁଛି । ଅପରେସନ୍ ସିନ୍ଦୂର ଆଲୋଚନାରେ ବରିଷ୍ଠ ସାଂସଦ ମୁନ୍ନା ଖାଁ ଓ ଦେବାଶିଷ ସାମନ୍ତରାୟଙ୍କୁ କହିବାକୁ ସୁଯୋଗ ମିଳିଲାନି । ଯାହା ଦର୍ଶାଉଛି, ଦିଲ୍ଲୀରେ ବିଜେଡିର ଅଲ୍ ଇଜ୍ ନଟ ୱେଲ୍

ରାଜ୍ୟସଭାରେ ବିଜେଡିର ୭ ସାଂସଦ । ହେଲେ ଅପରେସନ୍‌ ସିନ୍ଦୂର ଆଲୋଚନାରେ ୫ ଜଣ ସାଂସଦଙ୍କୁ ପକ୍ଷ ରଖିବାକୁ ସୁଯୋଗ ମିଳିଲା । ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ସସ୍ମିତ ପାତ୍ରଙ୍କ ସମେତ ନିରଞ୍ଜନ ବିଶି, ସୁଲତା ଦେଓ, ମାନସ ମଙ୍ଗରାଜ ଓ ଯୁବ ସାଂସଦ ଶୁଭାଶିଷ ଖୁଣ୍ଟିଆ ସେନାର ପରାକ୍ରମକୁ ଭୂୟସୀ ପ୍ରଶଂସା କଲେ । ହେଲେ ଗୃହରେ ଥାଇ ସୁଦ୍ଧା ଦୁଇ ବରିଷ୍ଠ ସାଂସଦ ମୁନ୍ନା ଖାଁ ଓ ଦେବାଶିଷ ସାମନ୍ତରାୟ କହିବାକୁ ସୁଯୋଗ ପାଇଲେନି । ଦଳ ତରଫରୁ ୨ ସାଂସଦଙ୍କୁ କହିବାକୁ ବାରଣ କରାଯାଇଥିଲା ନା ନିଜ ତରଫରୁ ମତ ରଖିବାରୁ ଓହରି ଯାଇଥିଲେ । ଯାହାକୁ ନେଇ ଦିଲ୍ଲୀରୁ ଭୁବନେଶ୍ବର ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଚର୍ଚ୍ଚା । 

ପୂର୍ବରୁ ୱାକଫକୁ ନେଇ ବିଜେଡି ସଂସଦୀୟ ଦଳ ଦୁଇ ଭାଗ ହୋଇଯାଇଥିଲା । ଦୁଇ ବରିଷ୍ଠ ସାଂସଦ ମୁନ୍ନା ଖାଁ ଓ ଦେବାଶିଷ ସାମନ୍ତରାୟ ବିଲ୍ ସପକ୍ଷରେ ଭୋଟିଂକୁ ନେଇ ଖୋଲାଖୋଲି ବିଦ୍ରୋହ କରିଥିଲେ । ସସ୍ମିତ ପାତ୍ରଙ୍କ ବିରୋଧରେ ଦଳର ମୁଖିଆଙ୍କ ନିକଟରେ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ମୁନ୍ନା । ଏଥିରେ ସ୍ବର ମିଳାଇଥିଲେ ଦେବାଶିଷ । ନବୀନ ନିବାସରେ ମୁନ୍ନାଙ୍କ ସମର୍ଥକଙ୍କ ହାଇଡ୍ରାମା ଦଳୀୟ କନ୍ଦଳକୁ ପଦାରେ ପକାଇଥିଲା । ତେଣୁ ମୁନ୍ନା ଓ ଦେବାଶିଷଙ୍କୁ ଏବେ ସହଜରେ ବିଶ୍ବାସ କରିପାରୁନି ଦଳ । ଅନ୍ୟପଟେ ନାରୀ ନିର୍ଯାତନା ନେଇ ସଂସଦ ପରିସରରେ ଦଳୀୟ ସାଂସଦ ପ୍ରତିବାଦ କରିଥିଲେ । ହେଲେ ଦେବାଶିଷଙ୍କ ଦେଖା ମିଳିନଥିଲା । ଯାହା ସଙ୍କେତ ଦେଉଛି, ଦିଲ୍ଲୀରେ ଦଳ ଭିତରେ ଏବେ ବି ଫାଟ ରହିଛି । ନଚେତ ଦଳୀୟ ନିର୍ଦ୍ଦେଶକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ବରିଷ୍ଠ ସାଂସଦ ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ହେଲେ ବିଜେଡିର ଆଭିମୁଖ୍ୟ ଏବେ ଅସ୍ପଷ୍ଟ । ଏସବୁ ଭିତରେ ସବୁ ସାଂସଦ ହ୍ବିପ୍ ଗଣ୍ଡି ଭିତରେ ରହିବେ ନା ବିବେକାନୁମୋଦିତ ଭୋଟ ଦେବେ ତାହା ଉପରେ ରହିବ ନଜର । 

  • jmjnewso

    Related Posts

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 41 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ