ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ବିଜେଡିର ପ୍ରେସମିଟ୍: ସରକାରଙ୍କୁ କଲେ ଟାର୍ଗେଟ

Spread the love

ଜେଏମଜେ ବ୍ୟୁରୋ : ବହୁଚର୍ଚ୍ଚିତ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ନେଇ ବିଜୁ ଜନତା ଦଳ ଶୋକ ପ୍ରକାଶ କରିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିତ ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଗଣମାଧ୍ୟମ ଆଗରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି, ନୂଆ ସରକାର ଆସିଲା ପରେ ଓଡ଼ିଶାର ଜନସାଧାରଣଙ୍କୁ ଆଶ୍ବସ୍ତିଲାଭ କରିଥିଲେ । ବିଜେପି ମଧ୍ୟ ଯେତେବେଳେ ସରକାରକୁ ଆସିଥିଲା, ଲୋକାଭିମୁଖି ଶାସନ ଦେବୁ ବୋଲି ପ୍ରତିଶ୍ରୁତି ଦେଇଥିଲା । ମହିଳାଙ୍କୁ ସୁରକ୍ଷା ଦେଇ ନୂଆ ଉଦାହରଣ ସୃଷ୍ଟି କରିବୁ ବୋଲି କହିଥିଲା।

ନାରୀ ସୁରକ୍ଷା ମାମଲାରେ ବର୍ତ୍ତମାନ ରାଜ୍ୟର ସ୍ଥିତି ଭଲ ନାହିଁ ବୋଲି ସେ କହିଛନ୍ତି । ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଭଉଣୀ ଓ ବଳଙ୍ଗା ପୀଡ଼ିତା ଓଡ଼ିଶା ସରକାରଙ୍କୁ ଆଜି କାଠ ଘୋଡ଼ାରେ ଛିଡ଼ା କରିଯାଇଛନ୍ତି । ଗତମାସ ୧୨ ତାରିଖ ଦିନ ପେଟ୍ରୋଲ ଢ଼ାଳି ହୋଇଥିବା ବାଲେଶ୍ବର ଝିଅ ୬୦ ଘଣ୍ଟା ପରେ ଆଖିବୁଜିଥିଲେ। ବଳଙ୍ଗା ପୀଡ଼ିତା ୧୫ଦିନ ପରେ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ଆଜି ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ବାଚନ ମଣ୍ଡଳୀରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିଛି । ନିଜ ନିର୍ବାଚନ ମଣ୍ଡଳୀରେ ଯେଉଁ ଅଭାବନୀୟ ଘଟଣା ଘଟିଲା, ସେ ଶୋକ ବାର୍ତ୍ତା ଦେଇଛନ୍ତି ଓ ସେ ଜଣେ ମହିଳା, ସେ ଓଡ଼ିଶାର ଆଇନ ଶୃଙ୍ଖଳାର ଅଧୋଗତି ପାଇଁ ନୈତିକି ଦାୟିତ୍ବ ନେବେ କି? ପୀଡ଼ିତା ଯେତେବେଳେ ଏମ୍ସରେ ଚିକିତ୍ସିତ ହେଉଥିଲେ, ସେଠି ପୀଡିତାଙ୍କୁ ଭେଟିଲେ ନାହିଁ। ବିଜେଡିର ଦାବି ପରେ ଏମ୍ସ ଦିଲ୍ଲୀକୁ ବଳଙ୍ଗା ପୀଡ଼ିତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଆମ ଦଳର ସାଂସଦମାନେ ଏମ୍ସରେ ପୀଡିତାଙ୍କୁ ଭେଟିଥିଲେ।ବିଗତ ୧୫ ଦିନ ଭିତରେ କୌଣସି ସ୍ବାସ୍ଥ୍ୟ ବୁଲେଟିନ ଜାରି କରାଗଲା ନାହିଁ । ପୁଲିସ ପ୍ରଶାସନକୁ ପୀଡ଼ିତା ୩ଥର ବୟାନ ଦେଇଥଲେ । ଯେଉଁ ୩ ଜଣ ନିଆଁ ଲଗାଇଥିଲେ, ସେବାନେ ପୁଲିସ ହାତକୁ ଆସିଲେ ନାହିଁ । ଏହା ପୁଲିସ ପ୍ରଶାସନର ଚରମ ବିଫଳତାକୁ ଦର୍ଶାଉଛି । ରାଜ୍ୟରେ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ନାରୀ ନିର୍ୟାତନା ବଢ଼ି ଚାଲିଥିବା ବେଳେ କ୍ୟାମ୍ପସ ଅସୁରକ୍ଷିତ ହୋଇଯାଇଛି । ଏହା ପ୍ରଶାସନର ଦୁର୍ବଳତାକୁ ସୂଚାଉଛି ।

ସୂଚନାଯୋଗ୍ୟ, ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଗତମାସ ୧୯ ତାରିଖ ଦିନ ପୂର୍ବାହ୍‌ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ନାବାଳିକାର ଶରୀର ୭୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ଜୁଲାଇ ୨୨ ତାରିଖ ଦିନ ଏମ୍‌ସ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥି ପାଇଁ ଏମ୍ସ ଭୁବନେଶ୍ବରରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ କରିଡ଼ର କରାଯାଇଥିଲା। ଏହି ସମ୍ବେଦନଶୀଳ ଘଟଣା ନେଇ ରାଜ୍ୟ ସରକାର ଖୁବ ତତ୍ପରତା ପ୍ରକାଶ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଯାଇ ଏମ୍ସରେ ପୀଡ଼ିତାଙ୍କୁ ଭେଟିଥିଲେ ଓ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିଲେ । ସେ ପରିବାର‌ ଲୋକଙ୍କ ସହିତ କଥା ହୋଇ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗର ହାତ ବଢ଼ାଇବେ ବୋଲି କହିଥିଲେ

  • jmjnewso

    Related Posts

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 41 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ