୨୦୨୪ ଲୋକସଭା ନିର୍ବାଚନରେ ହେରଫେର ହୋଇଥିଲା,ଆମ ପାଖରେ ତଥ୍ୟ ପହଞ୍ଚିଛି: ରାହୁଲ

Spread the love

ଜେଏମଜେ ବ୍ୟୁରୋ : ସମସ୍ତଙ୍କୁ ଚକିତ କରିବା ଭଳି ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଶନିବାର କଂଗ୍ରେସ ଆଇନଗତ ଟିମର କନଫରେନ୍ସରେ ରାହୁଲ ଅଭିଯୋଗ କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ହେରଫେର ହୋଇଥିଲା। ନିର୍ବାଚନ କମିଶନ ଭାରତରେ ଆଉ ସ୍ୱାଧୀନ ଭାବେ କାମ କରୁ ନାହାନ୍ତି।

ସେ କହିଛନ୍ତି, “ଲୋକସଭା ନିର୍ବାଚନକୁ ହେରଫେର କରାଯାଇ ପାରିବ। ୨୦୨୪ ଲୋକସଭା ନିର୍ବାଚନରେ ହେରଫେର ହୋଇଥିଲା। ଆମ ଦଳ ପାଖରେ ଏହାର ତଥ୍ୟ ରହିଛି। ଆମେ ଏବେ ଏହାକୁ ପ୍ରମାଣିତ କରିବାକୁ ଯାଉଛୁ। ଏବେ ଆମ ପାଖରେ ତଥ୍ୟ ପହଞ୍ଚିଛି।”

ରାହୁଲ ଗାନ୍ଧିଙ୍କ କହିବା କଥା ଯେ ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ଭୋଟର ତାଲିକାର ଯାଞ୍ଚ କରାଯାଇଥିଲା। ଏହି ସମୟରେ ଜଣାପଡ଼ିଛି ଯେ ମୋଟ ୬.୫ ଲକ୍ଷ ଭୋଟରଙ୍କ ମଧ୍ୟରୁ ୧.୫ ଲକ୍ଷ ନକଲି। ଏହି ହେରଫରେ ଯୋଗୁ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଯଦି ସେମାନେ ୧୫ରୁ ୨୦ଟି ଆସନ କମ ପାଇଥାଆନ୍ତେ, ତା’ହେଲେ ସେ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି) ପ୍ରଧାନମନ୍ତ୍ରୀ ହେବାକୁ ସକ୍ଷମ ହୋଇ ନଥାଆନ୍ତେ ବୋଲି ରାହୁଲ କହିଛନ୍ତି।

ଭାରତୀୟ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, “ଭାରତରେ ନିର୍ବାଚନ କମିଶନ ମରି ସାରିଛି।” ସମ୍ମିନଳୀରେ ରାହୁଲ ଗାନ୍ଧି ନିଜ ଅଭିଯୋଗ ଓ ଆକଳନକୁ ବିସ୍ତୃତ ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି।

ସେ କହିଛନ୍ତି, “ମୁଁ ନିକଟରେ ଦେଶର ନିର୍ବାଚନ ବ୍ୟବସ୍ଥା ଉପରେ କହିବା ଆରମ୍ଭ କରିଛି। ମୋର ସବୁବେଳେ ଗୋଟିଏ ସନ୍ଦେହ ରହିଥିଲା ଯେ କିଛି ଗୋଟିଏ ତ୍ରୁଟି ରହିଛି। ୨୦୧୪ରୁ ଏହା ଚାଲିଥିବା ସନ୍ଦେହ କରି ଚାଲିଥିଲି। ଗୁଜରାଟ ବିଧାନସଭା ନିର୍ବାଚନ ଠାରୁ ମୋର ସନ୍ଦେହ ବଢ଼ିଥିଲା। କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଗୁଜରାଟରେ ଗୋଟିଏ ହେଲେ ବି ଆସନ ପାଇ ନଥିଲା। ଏହା ମୋତେ ଚକିତ କରିଥିଲା। ଆମେ ଯେତେବେଳେ ବି ଏ ସମ୍ପର୍କରେ କହୁଥିଲୁ ସେତେବେଳେ କିଛି ଲୋକ କହୁଥିଲେ ପ୍ରମାଣ କାଇଁ?

ମହାରାଷ୍ଟ୍ରରେ ସ୍ଥିତି ଆହୁରି ଜଟିଳ ହୋଇଥିଲା। ମହାରାଷ୍ଟ୍ରରେ ଏହାପରେ କିଛି ଘଟିଥିଲା। ଲୋକସଭାରେ ଆମେ ମହାରାଷ୍ଟ୍ରରେ ନିର୍ବାଚନ ଜିତିଥିଲୁ। ଏହାର ୪ ମାସ ପରେ ଆମେ କେବଳ ହାରିଲୁ ନାହିଁ, ବରଂ ଆମର ନାଁ ଗନ୍ଧ ରହିଲା ନାହିଁ।

ଏହି ଘଟଣା ପରେ ଆମେ ନିର୍ବାଚନୀ ହେରଫେରକୁ ଗୁରୁତ୍ୱର ସହ ନେଇଥିଲୁ। ଆମେ ଜାଣିବାକୁ ପାଇଥିଲୁ ଯେ ଲୋକସଭା ଓ ବିଧାନସଭା ନିର୍ବାଚନ ମଧ୍ୟରେ ୧ କୋଟି ଭୋଟର ଯୋଡ଼ି ହୋଇଯାଇଛନ୍ତି। ଏହି ଭୋଟ ବିଜେପି ପାଖକୁ ଯାଇଛି। ଏବେ ମୋର ଆଉ କୌଣସି ସନ୍ଦେହ ନାହିଁ। ମୁଁ ଏବେ କହି ପାରିବି ଯେ ଆମ ପାଖରେ ହେରଫେରର ପ୍ରମାଣ ରହିଛି।”

ଏହାପୂର୍ବରୁ ଶୁକ୍ରବାର ରାହୁଲ ଗାନ୍ଧି ପୂର୍ବରୁ ହେରଫେର ନେଇ ଆଣିଥିବା ଅଭିଯୋଗକୁ ନିର୍ବାଚନ କମିଶନ ଭିତ୍ତିହୀନ ଓ ଦାୟିତ୍ୱହୀନ ବୟାନ ବୋଲି କହିଥିଲେ।

  • jmjnewso

    Related Posts

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 41 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ