ଇଞ୍ଜିନିୟରଙ୍କୁ ପରିସ୍ରା ପିଆଇବା ଘଟଣା: ଗିରଫ ହେଲେ ଅଭିଯୁକ୍ତ ପିଅନ

Spread the love

ଜେଏମଜେ ବ୍ୟୁରୋ : ଆର. ଉଦୟଗିରି ପୋଲିସ ଆରଡବ୍ଲୁଏସଏସ କାର୍ଯ୍ୟାଳୟରେ କନିଷ୍ଠ ଇଞ୍ଜିନିୟର ସଚିନ ଗୌଡ଼ଙ୍କୁ ପରିସ୍ରା ପରିବେଷଣ କରିବା ଅଭିଯୋଗରେ ପିଅନ ଶିବ ନାରାୟଣ ନାୟକଙ୍କୁ ଗିରଫ କରିଛି । ଜନସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିବା ଏହି ଆଶ୍ଚର୍ଯ୍ୟଜନକ ମାମଲାରେ, ଗଜପତି ଜିଲ୍ଲାର ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ (RWSS) କାର୍ଯ୍ୟାଳୟରେ ନିଯୁକ୍ତ ଜଣେ କନିଷ୍ଠ ଇଞ୍ଜିନିୟରଙ୍କୁ ପାଣି ବଦଳରେ ପରିସ୍ରା ପରିବେଷଣ କରିଥିଲେ ପିଅନ ।

ତେବେ ଗତ ୨୨ ଜୁଲାଇରେ RWS&S କାର୍ଯ୍ୟାଳୟରେ ଯୋଗ ଦେଇଥିବା କନିଷ୍ଠ ଇଞ୍ଜିନିୟର ସଚିନ ଗୌଡଙ୍କ ଦ୍ୱାରା ଦାୟର କରାଯାଇଥିବା ଏଫଆଇଆର ପରେ ଅଭିଯୁକ୍ତ ଶିବ ନାରାୟଣ ନାୟକଙ୍କୁ ହେପାଜତକୁ ନିଆଯାଇଥିଲା । ୨୩ ଜୁଲାଇରେ ରାତ୍ରୀ ଭୋଜନ ପରେ ଯନ୍ତ୍ରୀ ଜଣଙ୍କ ପିଅନଙ୍କୁ ପାଣି ପିଇବାକୁ ମାଗିବା ପରେ କିଛି ଏପରି କାଣ୍ଡ ଭିଆଇଥିଲେ ପିଅନ ବୋଲି ଅଭିଯୋଗ ହୋଇଛି । ତାଙ୍କୁ ପାଣି ବଦଳରେ ପରିସ୍ରା ପୂରାଇ ଏକ ଷ୍ଟିଲ୍ ବୋତଲରେ ଦେଇଥିବା ଅଭିଯୋଗ କରିଛନ୍ତି ଯନ୍ତ୍ରୀ ।

ଯନ୍ତ୍ରୀଙ୍କ କହିବାନୁଯାୟୀ, ପ୍ରଥମେ ସେ ପାଣି ପିଇବା ପରେ, ଅସହଜ ଅନୁଭବ କରିଥିଲେ ଏବଂ ସନ୍ଦେହ କରିଥିଲେ ଯେ ଏହା ପାଣି ନୁହେଁ। ସନ୍ଦେହ ଯାଞ୍ଚ କରିବା ପାଇଁ ଅନ୍ୟ ଦୁଇ କର୍ମଚାରୀ, ଘନା ଏବଂ ସୂର୍ଯ୍ୟ ମଧ୍ୟ ପିଅନ ଦେଇଥିବା ପାଣିକୁ ଚାଖିଥିଲେ । ପରେ ଲ୍ୟାବ ପରୀକ୍ଷା ପାଇଁ ଏକ ନମୁନା ପଠାଯାଇଥିଲା, ଯେଉଁଥିରେ ୨.୦ ପିପିଏମ ଆମୋନିଆ ଉପସ୍ଥିତି ଜଣାପଡ଼ିଥିଲା, ଯାହା ପରିସ୍ରା ପ୍ରଦୂଷଣର ଚିନ୍ତା ବଢ଼ାଇଥିଲା। ଦ୍ୱିତୀୟ ନମୁନା ନିଶ୍ଚିତକରଣ ପାଇଁ ପାରଳାଖେମୁଣ୍ଡିର ଏକ ପରୀକ୍ଷାଗାରକୁ ପଠାଯାଇଛି।

ଘଟଣା ପରେ ଅସୁସ୍ଥ ହୋଇପଡ଼ିଥିବା ଇଞ୍ଜିନିୟର ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତରୀ ସେବା ପରେ, ଯନ୍ତ୍ରୀଜଣଙ୍କ ଆନୁଷ୍ଠାନିକ ଭାବରେ ଆର. ଉଦୟଗିରି ପୋଲିସରେ ଅଭିଯୋଗ କରିଥିଲେ, ପରେ ଏବେ ଅଭିଯୁକ୍ତ ପିଅନଙ୍କୁ ଗିରଫ କରିଛି ପୋଲିସ ।

ଅନ୍ୟପଟେ ପିଅନ ଜଣଙ୍କ ଅଭିଯୋଗକୁ ଅସ୍ୱୀକାର କରିଥିଲେ । କହିଛନ୍ତି, ମୁଁ ତାଙ୍କ ଖାଦ୍ୟ ସହିତ ପାଣି ଆଣିଥିଲି। ମଝିରେ କ’ଣ ଘଟିଥିଲା ମୁଁ ଜାଣିନାହିଁ । ମୁଁ କିଛି ଭୁଲ କରିନାହିଁ। ମୁଁ ସବୁକିଛି ଭଗବାନଙ୍କ ଉପରେ ଛାଡି ଦେଇଛି ବୋଲି ସେ ଗତକାଲି ମନ୍ତବ୍ୟ ରଖିଥିଲେ ।

ତେବେ ଏବେ ଏହି ମାମଲାକୁ ଓଡ଼ିଶା ଜଳ ସମ୍ପଦ ନିର୍ଦ୍ଦେଶାଳୟର ଦୃଷ୍ଟିକୁ ମଧ୍ୟ ଅଣାଯାଇଛି ଏବଂ ଅଧିକ ତଦନ୍ତ ପାଇଁ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)କୁ ପଠାଯାଇଛି ବୋଲି ଜଣାପଡ଼ିଛି । ପୋଲିସ ମଧ୍ୟ ଏହି ଘଟଣାର ବିସ୍ତୃତ ତଦନ୍ତ ଆରମ୍ଭ କରିଛି, ଯେଉଁଥିରେ ଲ୍ୟାବ ରିପୋର୍ଟ ଯାଞ୍ଚ କରିବା ଏବଂ ସେତେବେଳେ ଉପସ୍ଥିତ ଅନ୍ୟ କର୍ମଚାରୀମାନଙ୍କୁ ପଚରାଉଚରା କରିବା ଆରମ୍ଭ କରିଦେଇଛି ପୋଲିସ୍ । ଏଥିସହିତ ଉକ୍ତ ପରିସ୍ରା କାହାର ଥିଲା ଏହାକୁ ଜାଣିବା ପାଇଁ ଏବେ ଉକ୍ତ ସମୟରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କ ପରିସ୍ରା ପରୀକ୍ଷା କରାଯିବ ।

  • jmjnewso

    Related Posts

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଘରଦ୍ୱାର ସଫାସୁତରାଠାରୁ ଆରମ୍ଭ କରି ନୂଆ ବସ୍ତ୍ର, ପୂଜା ସାମଗ୍ରୀ ଓ ବିଭିନ୍ନ ଖାଦ୍ୟପଦାର୍ଥ କିଣାକିଣିରେ…

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 70 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ