କାଶୀପୁର ପଞ୍ଚାୟତ ସମିତି କାର୍ଯାଳୟ ଠାରେ ବ୍ଲକ ଉନ୍ନୟନ ସମୀକ୍ଷା ବୈଠକ

Spread the love

ରାୟଗଡା : ଜେଏମଜେ ନ୍ୟୁଜ : କାଶୀପୁର ପଞ୍ଚାୟତ ସମିତି କାର୍ଯାଳୟ ଠାରେ ବ୍ଲକ ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସମୀକ୍ଷା ବୈଠକ ରେ ରାୟଗଡା ବିଧାୟକ ଶ୍ରୀ କାଡ୍ରାକା ଆପଲସମୀ ଉପସ୍ଥିତ ଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିଜୟୀ କୁମାର ସୋଏ ସ୍ୱୟଂ ବୈଠକ ର ଅଧକ୍ଷତା କରିଥିଲେ ଏବଂ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଐଶ୍ୱର୍ଯ୍ୟ ଭଞ୍ଜଦେଓ ସହକାରୀ ଭାବେ କାର୍ଯ୍ୟ ଭାର ତୁଲାଇଥିଲେ।

ପ୍ରଥମେ ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରେଙ୍ଗୁ ନାଏକଙ୍କ ବିୟୋଗରେ ସଭାଗୃହରେ ଏକ ମିନିଟ ଶକସଭା ରେ ନିରବ ପ୍ରାର୍ଥନା କରାଯାଇଥିଲା।
ଏହା ପରେ ଉପସ୍ଥିତ ବ୍ଲକ ର ସମସ୍ତ ସରକାରୀ ବିଭାଗୀୟ ଅଧିକାରୀଙ୍କୁ ସମୀକ୍ଷା ବୈଠକ ରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ଶ୍ରୀ କାଡ୍ରାକା।
କିଛି ଦିନ ହେବ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ପୂଣି ଚର୍ଚ୍ଚାରେ ଯେ ‘ ଜଳଛାୟା, କୃଷି ଉଦ୍ୟାନ ବ୍ଲକ ଉନ୍ନୟନ, କୃଷି ବିଭାଗ, କୃଷିଉନ୍ନୟ ଭଳି ବିଭିନ୍ନ ବିଭାଗ ର ବାବୁ ମାନେ ଦୁର୍ନୀତି ଜାଲରେ ଜଣେ ପରେ ଜଣେ ଛନ୍ଦି ହେଉଛନ୍ତି। ଏହିଭଳି ବ୍ଲକ ର ବିଭିନ୍ନ ସରକାରୀ ବିଭଗ ରେ ଉନ୍ନତି ମୂଳକ ଉଦେଶ୍ୟରେ କାର୍ଯ୍ୟ କରାଯାଉନାହିଁ। ଅଧିକାରୀ ଠାରୁ ତଳିଆ କର୍ମଚାରି ପର୍ଯ୍ୟନ୍ତ ଦୁର୍ନୀତି ଗ୍ରସ୍ତ ବୋଲି ବିଧାୟକ ବର୍ଷି ଥିଲେ। ବ୍ଲକ ଉନ୍ନୟନ, ମନରେଗା, ପ୍ରଧାନମନ୍ତ୍ରୀ ଆବାସ,ସମ୍ୱନ୍ୱିତ ଶିଶୁ ବିକାଶ ବିଭାଗ, ବନବିଭାଗ, ଶିକ୍ଷା ବିଭାଗ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳଛାୟା ପ୍ରକଳ୍ପ, କୃଷି ଉଦ୍ୟାନ ବିଭାଗ ଉପରେ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ.


ଅଧିକାରୀ ମାନେ ନିଜ ଦକ୍ଷତା ନ ତୁଲାଇ ସରକାରୀ କାର୍ଯ୍ୟକୁ ଅବହେଳା କରିଛନ୍ତି ଓ ସରକାରଙ୍କୁ ଫାଙ୍କି ସରକାରୀ ଅର୍ଥକୁ ଆତ୍ମସାତ କରୁଛନ୍ତି ବୋଲି ପନ୍ଦର ଦିନ ଭିତରେ ସମସ୍ତ ବିଭାଗରୁ ପାଞ୍ଚ ବର୍ଷର ତଥ୍ୟ ପ୍ରଦାନକରନ୍ତୁ ବୋଲି ରୋକଠୋକ କହିଥିଲେ ବିଧାୟକ।
ବାସ୍ତବିକତା ରେ କାଶୀପୁର ରେ ଯେଉଁଭଳି ସରକାରୀ ବିଭାଗ ମାନଙ୍କରେ ଦୁର୍ନୀତି ହେଉଛି ଏହା ବୋଧେ ସମଗ୍ର ରାଜ୍ୟରେ କେଉଁଠି ହେଉନଥିବା ଦର୍ଶାଇ ଏହାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କୁ ସମସ୍ତ ତଥ୍ୟ ଦିଆଯିବ ବୋଲି ବିଧାୟକ ଶ୍ରୀ କାଡ୍ରାକା ପ୍ରକାଶ କରିଥିଲେ।
ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ ରେ ଅନ୍ୟ ବିଭାଗ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ, ନଗର ଓ କଠାବାଡି ନିର୍ମାଣ ବିଭାଗ, କୃଷି ବିଭାଗ ଓ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ସମେତ ସମସ୍ତ ଯନ୍ତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ରାୟଗଡା ରୁ ସୁପ୍ରିୟା ଷଡ଼ଙ୍ଗୀ ଙ୍କ ରିପୋର୍ଟ

  • jmjnewso

    Related Posts

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ‘ନୂଆଁଖାଇ’ ଉତ୍ସବ ପାଳନ କରାଯିବ । ଏଥିଲାଗି ସ୍ୱତନ୍ତ୍ର ଡକରା ପାଇ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶାର ୫ଟି ସାଂସ୍କୃତିକ ଦଳ । ସେ ଭିତରେ ରହିଛନ୍ତି ଅବିଭକ୍ତ…

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    Spread the love

    Spread the loveସମ୍ବଲପୁର :ଜେଏମଜେ ନ୍ୟୁଜ : ସମ୍ବଲପୁର ସହରର ଦେହେରିପାଲି ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ସ୍ଥାନୀୟ ଗଣେଶ ପୂଜା ପେଣ୍ଡାଲରେ ହଠାତ୍ ଭୟଙ୍କର ନିଆଁ ଲାଗି ସମଗ୍ର ମଣ୍ଡପ ଜଳିପୋଡ଼ି ଛାରଖାର ହୋଇଯାଇଛି ।…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 25 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 21 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 30 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 41 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ