ବ୍ରହ୍ମାକୁମାରୀ ଆଶ୍ରମ ରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ

Spread the love

ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରଭୂପ୍ରୀତ ଭବନ ରେ ବହୁ ହର୍ଷ ଉଲ୍ଲାସରେ ପବିତ୍ର ରକ୍ଷା ବନ୍ଧନ ପର୍ବ ପାଳିତ ହୋଇଯାଇଛି। ଏହି ବିଶ୍ୱବିଦ୍ୟାଳୟ ସହ ଜଡିତ ୮୦ରୁ ଉର୍ଦ୍ଧ୍ୱ ଭାଇ ଭଉଣୀମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ଆସ୍କା ଶାନ୍ତି ଶକ୍ତି ଭବନର ସଂଚାଳିକା ବରିଷ୍ଠ ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଦିଦିଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ହୋଇଥିଲା। ଦିଦି ନିଜର ଅଭିଭାଷଣରେ ପବିତ୍ର ରକ୍ଷାବନ୍ଧନର ଆଧ୍ୟାତ୍ମିକ ରହସ୍ୟକୁ ଉନ୍ମୋଚନ କରିଥିଲେ। ନିର୍ମଳ ମନ ଥିବା ଆତ୍ମହିଁ ଭଗବାନଙ୍କୁ ପସନ୍ଦ ଅଟେ।ଏହି ମନକୁ ନିର୍ମଳ କରିବା ପାଇଁ ସତ୍ୟ ପିତା ପରମ ପିତାଙ୍କ ସ୍ମୃତି ହିଁ ଆବଶ୍ୟକ ବୋଲି କହିଥିଲେ। ସେହିପରି କବିସୂର୍ଯ୍ୟ ନଗର ସ୍ଥିତ ଶ୍ରୀ ଚୈତନ୍ୟ ମଠର ମୁଖ୍ୟ ଶ୍ରୀ ନାରାୟଣ ମହାରାଜା ମୁଖ୍ୟ ଅତିଥି ରୂପେ ଯୋଗଦେଇ ବ୍ରହ୍ମାକୁମାରୀ ଭଉଣୀ ମାନଙ୍କ ନିଷ୍ଠା ଏହି ଆଧ୍ୟାତ୍ମିକ ଜ୍ଞାନକୁ ସାରା ବିଶ୍ୱରେ ପ୍ରଚାର ପ୍ରସାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।ସେ ନିଜର ଅନୁଭବରେ ପ୍ରକାଶ କରିଛନ୍ତି ଯେ ଏହି ବିଶ୍ୱବିଦ୍ୟାଳୟ ପ୍ରଥମ ଜ୍ଞାନ ଆତ୍ମାର ଜ୍ଞାନ ଯାହା ସେ ପିଲାବେଳର ଶୁଣିଥିବା ଜଣେ ବ୍ରହ୍ମାକୁମାରୀ ଭଉଣୀଙ୍କ ଗପରୁ ସ୍ପଷ୍ଟ ବୁଝି ଥିଲେ ଯେ ପ୍ରଥମେ ଆମେ ଏକ ଚୈତନ୍ୟଶକ୍ତି ଆତ୍ମା, ଏହି ଶରୀର ରୁପି ଗାଡିର ଚାଳକ ଅଟୁ।ଏହିଭଳି ଅନ୍ୟ ଅତିଥି ରାମେଶ୍ୱର ଭାଇ, ବିଶିଷ୍ଟ ସମାଜସେବୀ ଶମ୍ଭୁଲିଙ୍ଗମ ଆଚାରୀ, ଲାଏନ୍ସ କ୍ଳବ ର ପ୍ରେସିଡେଣ୍ଟ ଶ୍ରୀମତୀ ମହେଶ୍ୱରୀଡୋରା ସମସ୍ତେ ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟର ଭୁୟୀୟସୀ ପ୍ରଶଂସା କରିଥିଲେ। ପ୍ରଭୂପ୍ରୀତ ଭବନର ସଂଚାଳିକା ବ୍ରହ୍ମାକୁମାରୀ ସୁଜ୍ଞାନୀ ଭଉଣୀ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ରହ୍ମାକୁମାରୀ ନିରୁପ୍ରଭା ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରହ୍ମାକୁମାରୀ ଅନୁ, ସୁମତି, ଧରଣୀ, ଅନିତା, ଆଶା, ଆଦି ଏବଂ ବ୍ରହ୍ମାକୁମାର ଚରଣ, ବଳରାମ, ନାଗେଶ୍ୱର, ପ୍ରଦୀପ ଆଦି ସହଯୋଗ କରିଥିଲେ।

  • jmjnewso

    Related Posts

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ‘ନୂଆଁଖାଇ’ ଉତ୍ସବ ପାଳନ କରାଯିବ । ଏଥିଲାଗି ସ୍ୱତନ୍ତ୍ର ଡକରା ପାଇ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶାର ୫ଟି ସାଂସ୍କୃତିକ ଦଳ । ସେ ଭିତରେ ରହିଛନ୍ତି ଅବିଭକ୍ତ…

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    Spread the love

    Spread the loveସମ୍ବଲପୁର :ଜେଏମଜେ ନ୍ୟୁଜ : ସମ୍ବଲପୁର ସହରର ଦେହେରିପାଲି ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ସ୍ଥାନୀୟ ଗଣେଶ ପୂଜା ପେଣ୍ଡାଲରେ ହଠାତ୍ ଭୟଙ୍କର ନିଆଁ ଲାଗି ସମଗ୍ର ମଣ୍ଡପ ଜଳିପୋଡ଼ି ଛାରଖାର ହୋଇଯାଇଛି ।…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 29 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 25 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 33 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 42 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ