କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଗ୍ରସ୍ତ.

Spread the love

ଜେଏମଜେ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋପାଳପୁର ଠାରେ ପହଞ୍ଚି ରାତ୍ରି ଯାପନ କରିବା ପରେ ଆସନ୍ତା କାଲି ୯ ତାରିଖ ପୂର୍ବାହ୍ନ ୮ ଘଣ୍ଟା ସମୟରେ ବ୍ରହ୍ମପୁରର ଆରାଧ୍ୟା ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦର୍ଶନ କରି ଆଶିର୍ବାଦ ନେବା ସହ ମନ୍ଦିରରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ । ଏହାପରେ ପୂର୍ବାହ୍ନ ୯ ଘଣ୍ଟା ସମୟରେ କ୍ରାନ୍ତି ଦିବସ ଅବସରରେ ରାମଲିଙ୍ଗେଶ୍ୱର ପାର୍କ ପରିସରସ୍ଥ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟା ଅର୍ପଣ କରି “ତ୍ରିରଙ୍ଗା ଯାତ୍ରା” ରେ ସାମିଲ ହେବେ । ଏହି “ତ୍ରିରଙ୍ଗା ଯାତ୍ରାରେ” ଜିଲ୍ଲାର ସାଂସଦ,ବହୁ ବିଧାୟକଙ୍କ ସମେତ ଦଳୀୟ ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି “ତ୍ରିରଙ୍ଗା ଯାତ୍ରା” ରାମଲିଙ୍ଗେଶ୍ୱର ପାର୍କ ଠାରୁ ଆରମ୍ଭ ହୋଇ ପିଭିଏନ୍ ରାଓ ପେଟ୍ରୋଲ ପମ୍ପ୍ ଛକ ପର୍ଯ୍ୟନ୍ତ ଯିବ । ସେଠାରେ ଥିବା ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଲ୍ୟାର୍ପଣ କରିବା ପରେ ଏହି “ତ୍ରିରଙ୍ଗା ଯାତ୍ରା” ସମାପନ ହେବ । ୧୦ ଟା ରେ ରାଲି ଶେଷ ହେବା ପରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଭିମୁଖେ ପ୍ରସ୍ଥାନ କରିବେ । ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗସ୍ତ କରି ୨୬ତ’ମ ସାମବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହା ପରେ ଦିନ ୧ଟାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ବାହାରି ଲଉଡ଼ି ଗାଁ ସ୍ଥିତ ଆଇଜର୍ (ଇଣ୍ଡିଆନ ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେଶନ୍ ଏଣ୍ଡ ରିସର୍ଚ୍ଚ) ଯିବେ । ଅପରାହ୍ନ ୩ଟାରେ ଆଇଜର୍ ର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଅପରାହ୍ନ ୫ଟାରେ ଆଇଜର୍ ସେଣ୍ଟ୍ରାଲ୍ ଆନାଲିଟିକଲ୍ ଫେସିଲିଟି, ଛାତ୍ର ନିବାସ ଏବଂ ଷ୍ଟାଫ୍ କ୍ୱାଟରର ଶୁଭାରମ୍ଭ କରିବେ । ସଂନ୍ଧ୍ୟା ୬ଟା ୩୦ ସମୟରେ ଆଇଜର୍ ସମୀକ୍ଷା ବୈଠକରେ ଯୋଗ ଦେବେ । ସେଠାରୁ ଗୋପାଳପୁର ଫେରି ରାତ୍ରି ରହଣି କରିବେ । ପର ଦିନ ୧୦ ତାରିଖ ପୂର୍ବାହ୍ନ ୯ ଘଣ୍ଟା ସମୟରେ ଛତ୍ରପୁର ବିଧାନସଭା ଅନ୍ତର୍ଗତ ମାଟିଖୋଲ ଠାରେ ଜନସାଧାରଣଙ୍କ ପାଇଁ ଆଇଆରଇଏଲ୍ (ଭାରତୀୟ ବିରଳ ମୃତ୍ତିକା ଲିଃ.) ଦ୍ଵାରା ସମୁଦ୍ର ଜଳକୁ ମଧୁର ଜଳରେ ପରିଣତ କରି ଲୋକଙ୍କୁ ବିତରଣ କରିବା କାର୍ଯ୍ୟକ୍ରମ ରହିଛି । ଏହାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବେ । ଏହାପରେ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଛତ୍ରପୁର ଠାରେ “ଗରିବ କଲ୍ୟାଣ ବିକାଶ ସମାବେଶ” ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ବାଣପୁର ସ୍ଥିତ ମାଁ ଭଗବତୀ ଏବଂ ପରେ ଭୁଷଣ୍ଡପୁର ସ୍ଥିତ ମାଁ ଉଗ୍ରତାରା ଙ୍କୁ ଦର୍ଶନ କରି ଭୁବନେଶ୍ୱର ଫେରିବା ସହ ରାତ୍ରରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

  • jmjnewso

    Related Posts

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ‘ନୂଆଁଖାଇ’ ଉତ୍ସବ ପାଳନ କରାଯିବ । ଏଥିଲାଗି ସ୍ୱତନ୍ତ୍ର ଡକରା ପାଇ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶାର ୫ଟି ସାଂସ୍କୃତିକ ଦଳ । ସେ ଭିତରେ ରହିଛନ୍ତି ଅବିଭକ୍ତ…

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    Spread the love

    Spread the loveସମ୍ବଲପୁର :ଜେଏମଜେ ନ୍ୟୁଜ : ସମ୍ବଲପୁର ସହରର ଦେହେରିପାଲି ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ସ୍ଥାନୀୟ ଗଣେଶ ପୂଜା ପେଣ୍ଡାଲରେ ହଠାତ୍ ଭୟଙ୍କର ନିଆଁ ଲାଗି ସମଗ୍ର ମଣ୍ଡପ ଜଳିପୋଡ଼ି ଛାରଖାର ହୋଇଯାଇଛି ।…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 31 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 25 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 33 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 42 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ