୭ଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ: ଭକ୍ତ ଦାସ

Spread the love

ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଯଦି ୭ଦିନ ଭିତରେ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲା ତେବେ ଆମେ ଧରିନେବୁ ସରକାର ପୋଲିସ ବିଭାଗ ଚଳାଇ ପାରୁ ନାହାନ୍ତି । ଆମେ ଡିଜିପି ଅଫିସ ଘେରାଉ କରିବୁ ବୋଲି ପିସିସି ସଭାପତି ଭକ୍ତ ଦାସ ଗଣମାଧ୍ୟମକୁ କହିଛନ୍ତି।

ପ୍ରେସ ବାର୍ତ୍ତା ମାଧ୍ୟମରେ ଭକ୍ତ ଚରଣ ଦାସ କହିଛନ୍ତି ଯେ; ବଳଙ୍ଗା ପୀଡିତାଙ୍କ ଘଟଣା ଆଜିକୁ ଦୁଇ ସପ୍ତାହ ହେଲା। ଶେଷରେ ତାଙ୍କ ମୃତ୍ୟୁ ହେଲା । ଦୀର୍ଘ ୧୫ ଦିନ ହେଲା ଏତେ ବଡ଼ ଚର୍ଚ୍ଚିତ ଘଟଣାର ଅଭିଯୁକ୍ତଙ୍କୁ ଆଧୁନିକ ଯୁଗରେ ପୋଲିସ ଧରି ପାରିଲା ନାହିଁ । ଏଥରୁ ପୋଲିସ ବିଭାଗ କେମିତି ଚାଲିଛି ତାହା ଅନୁମେୟ। ପୀଡ଼ିତାଙ୍କ ବୟାନ ପୋଲିସ ବ ରେକର୍ଡ କରିଛି କିନ୍ତୁ ଲୋକ ଲୋଚନକୁ ଅଣାଯାଉ ନାହିଁ । ଗୋଟିଏ ଗୋଟିଏ ଘଟଣା କେମିତି ଚପାଇ ଦିଆଯାଉଛି ତାହା ସ୍ପଷ୍ଟ ଜଣାପଡ଼ୁଛି। ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦରକାର। ଯଦି ୭ଦିନ ଭିତରେ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲା ତେବେ ଆମେ ଧରିନେବୁ ସରକାର ପୋଲିସ ବିଭାଗ ଚଳାଇ ପାରୁ ନାହାନ୍ତି । ଆମେ ଡିଜିପି ଅଫିସ ଘେରାଉ କରିବୁ ।

ଏଫ୍ ଏମ୍ ଛାତ୍ରୀ ପୋଡ଼ି ଘଟଣାରେ ପେଟ୍ରୋଲ କିଏ ଆଣିଲା,ମ୍ୟାଚିସ କିଏ ଦେଲା ଏବଂ କେଉଁମାନେ ଉପସ୍ଥିତ ଥିଲେ କ୍ରାଇମ୍ ବ୍ରାଞ୍ଚ ରିପୋର୍ଟ ଆସିଲା କିନ୍ତୁ ଅପରାଧୀ ମାନେ ଏ ପର୍ଯ୍ୟନ୍ତ ଧରାହେଇ ନାହାନ୍ତି। ସରକାର ସବୁ କ୍ଷେତ୍ରରେ ନିଜେ ଅପରାଧ କଲା ଭଳିଆ ବ୍ୟବହାର କାହିଁକି କରୁଛି ? ଚୋରଙ୍କୁ ନ ଧରି ଚୋରଙ୍କ ଭଳିଆ ହେଉଛି କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି। ଏଭଳି ଦୁର୍ବଳ ପ୍ରଶାସନ ଆମେ କେବେ ଦେଖି ନ ଥିଲୁ, ଆମର ଦୁର୍ଭାଗ୍ୟ ଏଭଳି ଏକ ସରକାର ଆମେ ପାଇଛୁ । ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ ଅପରାଧୀ ଧରିବାରେ ବିଫଳ । ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ସନ୍ଦେହ ଆସିଲାଣି ।କୌଣସି ଷଡ଼ଯନ୍ତ୍ର ଥିବା ଭଳି ଲାଗୁଛି। ଅନ୍ୟ ସାଧାରଣ କେସ ଯେପରି ପୋଲିସ ତତ୍ପରତା ଦେଖାଉଛି।ଏଫ୍ ଏମ୍ କଲେଜ ଏବଂ ବଳଙ୍ଗା କେସ ରେ କାହିଁକି ତତ୍ପରତା ଦେଖାଇଲାନି। ଦିନକ ପୂର୍ବରୁ ବୟାନ ଦେଇଥିବା ବଳଙ୍ଗା ପୀଡ଼ିତା କିପରି ମୃତ୍ୟୁ ବରଣ କରିବ। ଏଥିରେ ସନ୍ଦେହ ଜାତ ହେଉଛି। ଯଦି ବୟାନ ରେକର୍ଡ କରିଛନ୍ତି ତେବେ ଲୋକ ଲୋଚନକୁ ଆଣନ୍ତୁ। ଯଦି ଦୋଷୀମାନଙ୍କୁ ବଞ୍ଚାଇବା ପାଇଁ ବୟାନ ରେକର୍ଡ କରାଯାଉଛି ତେବେ ଏହା ଅକ୍ଷମଣୀୟ ଅପରାଧ ବୋଲି ଭକ୍ତ ଦାସ କହିଛନ୍ତି।

ମହିଳାଙ୍କୁ ବଞ୍ଚାଇବା ପାଇଁ,ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଆମେ ବିରୋଧୀଦଳ ଭାବେ ଯେତେ ଚିତ୍କାର କରିଛୁ କେହି କରିନାହାନ୍ତି। ଆମେ ଅସହାୟ ଅଛୁ। ଆମର ତ ନବୀନ ବାବୁଙ୍କ ଦଳ ଭଳିଆ ୫୧ ବିଧାୟକ ନାହାନ୍ତି। ଆମର ୫୧ ବିଧାୟକ ଥିଲେ ସ୍ଵତନ୍ତ୍ର ଅଧିବେଶନ ଡାକି ଏମାନଙ୍କୁ ବାହାର ରାସ୍ତା ଦେଖେଇ ଦେଇଥାନ୍ତୁ। ନ୍ୟାୟ ଦେବାର ଆବଶ୍ୟକତା ଅଛି।ଆମେ ମହିଳାଙ୍କୁ ନ୍ୟାୟ ଦେବା ଆପ୍ରାଣ ଉଦ୍ୟମ କରୁଛୁ। ତେଣୁ ସାତ ଦିନ ଭିତରେ ନ୍ୟାୟ ନ ମିଳିଲେ ଡିଜିପି ଅଫିସ ଘେରାଉ କରିବୁ ବୋଲି ଭକ୍ତ ଚରଣ ଦାସ ଘୋଷଣା କରିଛନ୍ତି।

  • jmjnewso

    Related Posts

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପୁଣି ବିଜେଡିର ଆଭିମୁଖ୍ୟ ନେଇ ବଢିଲା ଚର୍ଚ୍ଚାସଂସଦରେ ବିଜେଡିର ଆଭିମୁଖ୍ୟ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ଯେଉଁ ବିଜେଡି ଦିନେ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା…

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ଆଜି ବିଧିବଦ୍ଧ ଭାବେ…

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର