ଯୁବତୀଙ୍କ ମୃତ୍ୟୁ ଘଟଣା.. SP କହିଲେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ

Spread the love

ଜେଏମଜେ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଆଜି ଘର ଭିତରେ ଜଣେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ମୃତ ଯୁବତୀଙ୍କ ବାପା ଓ ମା’ଙ୍କ ସହିତ କଥା ହୋଇଛି। ଯୁବତୀ ଯେତେବେଳେ ଜଳି ଯାଇଥିଲେ, ତାଙ୍କର ବାପା କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। କିନ୍ତୁ ସେମାନେ ଶତ ଚେଷ୍ଟା କରି ମଧ୍ୟ ଯୁବତୀଙ୍କୁ ବଞ୍ଚାଇ ପାରି ନଥିଲେ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ପୁଲିସ କର୍ମଚାରୀ ତଥା ପଳେଇବାବୁ ଯଦି ଅଭିଯୋଗ ରଖିନଥିବେ ଏହାର ତଦନ୍ତ ହେବ। ତଦନ୍ତ ପରେ ସବୁ ସତ ପଦାକୁ ଆସିବ। ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ହେବ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।  

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାଜିଲ୍ଲା ପଟ୍ଟାମୁଣ୍ଡାଇର ବଡ଼ପଦା ଅଞ୍ଚଳରେ ଜଣେ ଯୁବତୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଜୀବନ ହାରି ଦେଇଛନ୍ତି। ଗୁରୁତର ଭାବେ ପୋଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ତେବେ ଯୁବତୀ ଜଣକ କେଉଁ କାରଣରୁ ଏଭଳି ଏକ ଚରମ ପଦକ୍ଷେପ ନେଇଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ୱିକ ସ୍ଥିତି ଓ ପରିବାର ଲୋକଙ୍କ ବୟାନ ଆଧାରରେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

ଅଭିଯୋଗ ଅନୁସାରେ ଯବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ। ଅନ୍ୟପଟରେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ମୃତକାଙ୍କ ବାପା ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଝିଅର ପୁରୁଷ ବନ୍ଧୁ ବ୍ଲାକମେଲିଂ କରୁଥିଲା। ଅଶ୍ଳୀଳ ଫଟୋ ଓ ଭିଡିଓ ଜରିଆରେ ବ୍ଲାକମେଲିଂ କରୁଥିଲା। ଏନେଇ ଗ୍ରାମଞ୍ଚଳ ଥାନାରେ ୬ ମାସ ପୂର୍ବରୁ ଅଭିଯୋଗ କରିଥିଲୁ। 

  • jmjnewso

    Related Posts

    ଭଞ୍ଜନଗର ଥାନାରେ ତୃତୀୟ ମୋବାଇଲ ମେଳା

    Spread the love

    Spread the loveଭଞ୍ଜନଗର : ଜେଏମଜେ ନ୍ୟୁଜ (ପୁରୁଷୋତ୍ତମ ମହାପାତ୍ର ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଚଳିତ ବର୍ଷର ତୃତୀୟ ମୋବାଇଲ ମେଳା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୩୫ଟି…

    କୁଶପଡା ରେ ନିଆରା ବାହୁଡା଼ ଯାତ୍ରା

    Spread the love

    Spread the love ଦିଗପହଣ୍ଡି : ଜେଏମଜେ ନ୍ୟୁଜ (ଗଜାନନ ତ୍ରିପାଠୀ ): ଓଡ଼ିଶା ରାଜ୍ୟ ଗଂଜାମ ଜିଲ୍ଲା ଦିଗପହଣ୍ଡିର କୁଶପଡ଼ାରେ ଗ୍ରାମରେ କବିରୀଜ ଡ଼କ୍ଟର ଗଜାନନ ତ୍ରିପାଠୀ ଆଇନଜୀବୀ ଏବଂ ସାମ୍ବାଦିକ ଙ୍କ ଦ୍ବାରା ପ୍ରତିଷ୍ଠିତ ଚତୁର୍ଦ୍ଧା ଦୁରୁ ଦିଅଁ…

    Leave a Reply

    Your email address will not be published. Required fields are marked *

    You Missed

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ