ଓଡ଼ିଆରେ ସାଇନ୍ ବୋର୍ଡ ନଲେଖିଲେ ଦିନକୁ ୫୦୦ ଟଙ୍କା ଗଣିବାକୁ ପଡିବ.

Spread the love

ଜେଏମଜେ ବ୍ୟୁରୋ : ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ସାଇନ୍ ବୋର୍ଡ ଲେଖିବା ବାଧ୍ୟତା ମୂଳକ କଲେ ରାଜ୍ୟ ସରକାର.. ନିର୍ଦେଶ ଖିଲାପ କଲେ ଦିନକୁ ଗଣିବେ 5 ଶହ ଟଙ୍କା..ପୁଣି ମନେ ପଡିଲା ଓଡ଼ିଆ ଫଳକ କଥା..ଓଡ଼ିଶାର ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକର ଅଧୀନରେ ଥ‌ିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାକୁ ଗୁରୁତ୍ବ । ଏହିସବୁ ସ୍ଥାନରେ ଓଡ଼ିଆରେ ସାଇନ୍ ବୋର୍ଡ ଲେଖିବାକୁ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ଏହାକୁ କାର୍ଯ୍ୟକାରୀ କରିବାକୁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ।ଓଡ଼ିଆରେ ସାଇନ୍ ବୋର୍ଡ ନଲେଖିଲେ ଜରିମାନା।ଦିନକୁ ୫୦୦ ଟଙ୍କା ଦେବା କୁ ପଡିବ ଜରିମାନା । ଏନେଇ ୫୫ ଦିନର ସମୟ ସୀମା ଦେଲେ ରାଜ୍ୟ ସରକାର ।।ଓଡ଼ିଶାର ସାଂସ୍କୃତିକ ଓ ଭାଷାଗତ ଐତିହ୍ୟର ପ୍ରୋତ୍ସାହନ ତଥା ଯେଉଁମାନେ ଅନ୍ୟ କୌଣସି ଭାଷା ବା ଲିପି ବୁଝି ନଥାନ୍ତି ସେମାନଙ୍କ ସୁବିଧା ପାଇଁ, ଓଡ଼ିଆ ଭାଷାର ବ୍ୟବହାର ସୁନିଶ୍ଚିତ କରିବା ଅତ୍ୟନ୍ତ ଫଳପ୍ରଦ ହେବ । ଏହି ନିର୍ଦ୍ଦେଶର ଅନୁପାଳନକୁ ପ୍ରୋତ୍ସାହିତ କରିବା ପାଇଁ, ଉପରୋକ୍ତ ଆବଶ୍ୟକତା ପାଳନ କରୁଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ଆଗାମୀ ଟ୍ରେଡ ଲାଇସେନ୍ସ ନବୀକରଣ ସମୟରେ ଦେୟର ୫% ରିହାତି ପ୍ରଦାନ କରାଯିବ। ଏହି ସୁବିଧା SUJOG ପୋର୍ଟାଲରେ ଉପଲବ୍ଧ ହେବ ।ଉପରୋକ୍ତ ନିର୍ଦ୍ଦେଶର କଡ଼ା ଅନୁପାଳନ ସୁନିଶ୍ଚିତ କରି ୬୦ ଦିନ ମଧ୍ୟରେ ଏହି କାର୍ଯାଳୟକୁ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରାଯାଇଛି । କୌଣସି ସ୍ପଷ୍ଟୀକରଣ ବା ସହାୟତା ପାଇଁ ଦୟାକରି ନିର୍ଦ୍ଦେଶକ, ପୌର ପ୍ରଶାସନଙ୍କ କାର୍ଯାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 43 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ