OSRTC ରେ ୩ ବର୍ଷରେ ୩୧ କୋଟି କ୍ଷତି: ବସ କୁ ମୁହଁ ମୋଡ଼ୁଛନ୍ତି ଯାତ୍ରୀ :

Spread the love


ଜେଏମଜେ ବ୍ୟୁରୋ : ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି) ବସ କୁ ମୁହଁ ମୋଡୁଛନ୍ତି ଯାତ୍ରୀ । ନିମ୍ନମାନର ସେବା ଓ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁ ଅଧିକାଂଶ ସମୟ ଖାଲି ପଡୁଛି ସିଟ୍ । ଗତ ୩ ବର୍ଷରେ ନିଗମ ପ୍ରାୟ ୩୧ କୋଟି ୪ ଲକ୍ଷ ୮୦ ହଜାର ଟଙ୍କା କ୍ଷତି ସହିଲାଣି ।
ଗତ ବିଧାନସଭା ଅଧିବେଶନରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ପ୍ରଦତ୍ତ ତଥ୍ୟ ମୁତାବକ, ଗତ ଆର୍ଥିକ ବର୍ଷରେ ବସ୍ ଚଳାଚଳ ପାଇଁ ପ୍ରାୟ ୧୦୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ମିଶିଲେ, ନିଗମ ପାଣ୍ଠିରୁ ୧୬୪ କୋଟି ଟଙ୍କା ବ୍ୟୟ କରାଗଲା । କିନ୍ତୁ ଯାତ୍ରୀ ଭଡ଼ା ବାବଦକୁ ରୋଜଗାର ହେଲା ମାତ୍ର ୧୧୦ କୋଟି ଟଙ୍କା । ଯାତ୍ରୀଙ୍କ ଲଗେଜ, ଠିକାଦାର ସେବା, ସିଟ୍ ସଂରକ୍ଷଣ ବାବଦକୁ ଆୟ ୧୪୬ କୋଟି ବି ଛୁଇଁଲାନି । ପାଖାପାଖି ୧୮ କୋଟି ଟଙ୍କା ପାଣିରେ ପଡିଲା । ତା’ ପୂର୍ବ ବର୍ଷ ନିଗମ ପାଣ୍ଠିରୁ ସମୁଦାୟ ୯୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯାତ୍ରୀଙ୍କଠାରୁ ମାତ୍ର ୬୩ କୋଟି ଟଙ୍କା ଭଡ଼ା ଆଦାୟ ହେଲା। ସର୍ବମୋଟ ୯୬ କୋଟିରେ ଆୟ ସୀମିତ ରହିଲା । ୨୦୨୦-୨୧ ମସିହାରେ ବସ୍ ଚଳାଚଳ, କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ୬୨ କୋଟି ଟଙ୍କା ଖର୍ଚ୍ଚ ହେଲା । କିନ୍ତୁ ମିଳିଲା ମାତ୍ର ୫୨ କୋଟି ଟଙ୍କା । ସିଧା ୧୦ କୋଟି କ୍ଷତି ସହିଲା ଓଏସ୍ଆର୍ଟିସି । ସେହିବର୍ଷ ଓଏସ୍ଆର୍ଟିସି ବସ୍ର ମରାମତି ବାବଦରେ ମୋଟ ୧ କୋଟି ୪ ଲକ୍ଷ ୯୫ ହଜାର ୧୪୪ ଟଙ୍କା ଖର୍ଚ୍ଚ ହୋଇଥିଲା । ସୂଚନାଯୋଗ୍ୟ, ରାଜ୍ୟର ମୋଟ ୨୬୧ଟି ରୁଟ୍ରେ ୭୦୪ଟି ଘରୋଇ ବସ୍ ଗଡୁଛି । ୭୪ଟି ରୁଟ୍ରେ ଓସ୍ଆର୍ଟିସି ବସ ଚାଲୁନି । ବ୍ରହ୍ମପୁରର ୧୦ଟି ରୁଟ୍ରେ ଯାତ୍ରୀମାନେ ଓଏସ୍ଆର୍ଟିସି ବସ୍ ସେବାରୁ ବଞ୍ଚିତ ହେଉଛନ୍ତି । ଭୁବନେଶ୍ୱରର ୯ଟି ରୁଟ ରେ ବସ୍ ଚଳାଚଳ କରୁନି।

  • Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 21 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 26 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 25 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 39 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 46 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍