ଉପରାଷ୍ଟ୍ରପତି ନିର୍ବାଚନରେ BJP କୁ ସମର୍ଥନ ଦେବନି BJD

Spread the love

ଜେଏମଜେ ବ୍ୟୁରୋ : ନିର୍ବାଚନ କମିସନ(ଇସି)ଙ୍କ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। ସେପ୍ଟେମ୍ବର ୯ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଇସି ପୂର୍ବରୁ ଘୋଷଣା କରିସାରିଛନ୍ତି। ବର୍ତ୍ତମାନ ବିଜ୍ଞପ୍ତି ଜାରି ହେବାପରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ ଅଗଷ୍ଟ ୨୧କୁ ଧାର୍ଯ୍ୟ କରାଯାଇଛି। ଅଗଷ୍ଟ ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯାଉଥିବାବେଳେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ଅଗଷ୍ଟ ୨୫କୁ ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ୯ରେ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡିଛି।ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଲୋକସଭା ଓ ରାଜ୍ୟସଭା ସାଂସଦ (ଉଭୟ ନିର୍ବାଚିତ ଓ ମନୋନୀତ)ଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ଏହି ପ୍ରକ୍ରିୟାରେ ମତଦାନ କରିଥାନ୍ତି। ଇସିଙ୍କ ପକ୍ଷରୁ ଇତିମଧ୍ୟରେ ଇଲେକ୍ଟୋରାଲ କଲେଜ ଗଠିତ ହୋଇସାରିଛି। ପୁନଶ୍ଚ ଏହି ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ନିଜ ସାଂସଦଙ୍କୁ ହୁଇପ୍‌ ଜାରି କରିପାରିବେ ନାହିଁ ବୋଲି ଜଣାପଡିଛି। ଲୋକସଭାର ମୋଟ ୫୪୩ ଆସନରୁ ଗୋଟିଏ ଖାଲିପଡିଥିବାବେଳେ ରାଜ୍ୟସଭାର ୨୪୫ ମଧ୍ୟରୁ ୫ଟି ଆସନ ଖାଲିପଡିଛି। ଏହି ପରିପ୍ରେକ୍ଷୀରେ ଇଲେକ୍ଟୋରାଲ କଲେଜରେ ସାଂସଦଙ୍କ ସଂଖ୍ୟା ୭୮୨ ରହିଛି। ବିଜୟୀ ପ୍ରାର୍ଥୀଙ୍କୁ ଅତିକମରେ ୩୯୧ ଭୋଟ ହାତେଇବାକୁ ପଡିବ। ବିଜେପି ନେତୃତ୍ବାଧୀନ ଏନଡିଏର ଉଭୟ ଗୃହରେ ସଂଖ୍ୟାଗରିଷ୍ଠତା ଥିବାରୁ ସେମାନଙ୍କ ମନୋନୀତ ପ୍ରାର୍ଥୀ ଜିତିବା ନିଶ୍ଚିତ ଜଣାପଡୁଛି। ଅନ୍ୟପଟେ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜୁ ଜନତା ଦଳ । ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ କଦାପି ସମର୍ଥନ କରିବ ନାହିଁ । ଉପରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଆଜି ଏଭଳି କିଛି ବଡ଼ ବୟାନ ରଖିଛନ୍ତି ବିଜେଡି ନେତା ମହେଶ ସାହୁ । ସେ କହିଛନ୍ତି ଯେ, ଏନଡିଏ ଯେଉଁ ପ୍ରାର୍ଥୀଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବ, ବିଜେଡି ତାକୁ ସମର୍ଥନ କରିବ ନାହିଁ ।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 24 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 15 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 15 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 36 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..