ନକଲି ଭୋଟର ପ୍ରସଙ୍ଗ…ରାହୁଲ Vs ନିର୍ବାଚନ କମିଶନ…ବଢିଲା କଳି

Spread the love

ଜେଏମଜେ ବ୍ୟୁରୋ : ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବନାମ ନିର୍ବାଚନ କମିଶନ। ରାହୁଲଙ୍କ ଟାର୍ଗେଟ୍ ନିର୍ବାଚନ କମିଶନଙ୍କ କାଉଣ୍ଟର। ଭୋଟ ଚୋରିକୁ ନେଇ ସରଗରମ ହେବାରେ ଲାଗିଛି ରାଜନୀତି। ସବୁ ପ୍ଲାଟଫର୍ମରେ ନିର୍ବାଚନ କମିଶନ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଉଛନ୍ତି ରାହୁଲ। ବେଙ୍ଗାଳୁରୁ ରାଲିକୁ ସମ୍ବୋଧନ କରି ଭୋଟ ଚୋରି ସମ୍ବିଧାନ ସହ ଧୋକ୍କା, ଯେକୌଣସି ସ୍ଥିତିରେ ସମ୍ବିଧାନର ସୁରକ୍ଷା କରାଯିବ ବୋଲି ରାହୁଲ କହିଛନ୍ତି। ସେପଟେ ପ୍ରମାଣ ସହ ସତ୍ୟପାଠ ଦାଖଲ କର ନହେଲେ ଦେଶବାସୀଙ୍କୁ କ୍ଷମା ମାଗିବାକୁ ରାହୁଲଙ୍କୁ କହିଛନ୍ତି ନିର୍ବାଚନ କମିଶନ

ବେଙ୍ଗାଳୁରୁ ଫ୍ରିଡମ ପାର୍କରେ ଭୋଟ୍ ଅଧିକାର ରାଲିକୁ ସମ୍ବୋଧନ କରି ନିର୍ବାଚନ କମିଶନ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ସମ୍ବିଧାନ ସବୁ ନାଗରିକଙ୍କୁ ମତଦାନ ଅଧିକାର ଦିଏ। ହେଲେ ଗତ ନିର୍ବାଚନରେ ବିଜେପି ନେତାମାନେ ସମ୍ବିଧାନ ଉପରେ ଆକ୍ରମଣ କରିଥିଲେ। ସମ୍ବିଧାନ ଉପରେ ହମଲା କରାଗଲା। କର୍ଣ୍ଣାଟକର ମହାଦେବପୁରା ବିଧାନସଭା ସିଟରେ ପ୍ରାୟ 1ଲକ୍ଷ ଭୋଟ୍ ଚୋରୀ ହୋଇଛି। ନକଲି ଭୋଟର ଅର୍ଥାତ ଜଣେ ଭୋଟର ଅନେକ ଥର ଭୋଟ୍ ଦେଇଛନ୍ତି। ଗୋଟିଏ ଠିକଣାରେ 40 ଭୋଟର ରହିଥିବା ରାହୁଲ ଅଭିଯୋଗ କରିଛନ୍ତି। ରାହୁଲଙ୍କ ସହ ସ୍ବର ମିଳାଇଲେ ଶଶି ଥରୁର।ଅନେକ ଦିନ ପରେ ଦଳ ସମର୍ଥନରେ ବାହାରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ଭୋଟ ଚୋରିକୁ ନେଇ ରାହୁଲଙ୍କ ସହ ସ୍ବର ମିଳାଇଛନ୍ତି। ଗତ ଲୋକସଭା ନିର୍ବାଚନରେ ବିଜେପି ଓ ନିର୍ବାଚନ କମିଶନ ମିଳିତ ଭାବେ ଭୋଟ୍ ଜାଲିଆତି କରିଥିବା ରାହୁଲ ଅଭିଯୋଗ କରିଛନ୍ତି। ସେପଟେ ଗଣତନ୍ତ୍ରର ସୁରକ୍ଷା ପାଇଁ ଅଭିଯୋଗର ଯାଞ୍ଚ ହେବା ଉଚିତ। ନିର୍ବାଚନ କମିଶନ ଅଭିଯୋଗ ନେଇ ସ୍ପଷ୍ଟ ଉତ୍ତର ରଖନ୍ତୁ ବୋଲି ଶଶି ଥରୁର କହିଛନ୍ତି। ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ଆମ ଗଣତନ୍ତ୍ର ବେଶ ଦୁର୍ଲଭ, ଏହାର ବିଶ୍ବାସନୀୟତାକୁ ଜାଣିଶୁଣି ବା ଅବହେଳା ଦ୍ବାରା କ୍ଷତି କରିବା ଉଚିତ ନୁହେଁ ବୋଲି ଥରୁର କହିଛନ୍ତି।

ପ୍ରମାଣ ସହ ସତ୍ୟପାଠ ଦାଖଲ କର

ରାହୁଲଙ୍କ ଭୋଟ ଚୋରି ଅଭିଯୋଗ ନେଇ ଜବାବ ରଖିଛନ୍ତି ନିର୍ବାଚନ କମିଶନର। ରାହୁଲ ଯେଉଁ ଅଭିଯୋଗ କରୁଛନ୍ତି, ସେନେଇ ପ୍ରମାଣ ଓ ଏକ ଦସ୍ତଖତ ସହ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ରାହୁଲ ଲୋକଙ୍କୁ ବିଭ୍ରାନ୍ତ କରିବା ଓ ଭିତ୍ତିହୀନ ଅଭିଯୋଗ ଆଣିବା ବନ୍ଦ କରନ୍ତୁ। ବାରମ୍ବାର ଭୋଟ୍ ଚୋରି ଅଭିଯୋଗ ଆଣି ରାହୁଲ ନିର୍ବାଚନ କମିଶନଙ୍କୁ ଟାର୍ଗେଟ୍ କରୁଥିବା ବେଳେ କୌଣସି ବିଶ୍ବସନୀୟ ପ୍ରମାଣ ଦେଖାଇବାରେ ସମର୍ଥ ହୋଇନାହାନ୍ତି। ଏହାଦ୍ବାରା ସେ ନିର୍ବାଚନ କମିଶନଙ୍କ ଛବି ଖରାପ କରୁଥିବା ଇସି କହିଛନ୍ତି।

ସାମ୍ବିଧାନିକ ସଂସ୍ଥାକୁ ଧମକାଇବା ଭୁଲ

ରାହୁଲଙ୍କ ଭୋଟ୍ ଚୋରି ଅଭିଯୋଗକୁ ନେଇ ବର୍ଷିଛି ବିଜେପି। ସାମ୍ବିଧାନିକ ସଂସ୍ଥାକୁ ଧମକାଇବା ଭୁଲ ବୋଲି ବରିଷ୍ଠ ବିଜେପି ନେତା ଭୂପେନ୍ଦ୍ର ଯାଦବ କହିଛନ୍ତି। ରାହୁଲ ପ୍ରସ୍ତୁତି କରି ମିଛ କହୁଛନ୍ତି। କଂଗ୍ରେସ ଓ ଏହାର ସହଯୋଗୀ ଦଳ ସେଇ ସିଟରେ ଜିତିଛନ୍ତି, ଯେଉଁଠି ଭୋଟର ସଂଖ୍ୟା ବଢିଛି। ଦେଶର ସେନାର ଗୌରବ ଉପରେ ରାହୁଲ ଗାନ୍ଧୀ ଆକ୍ରମଣ କରନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଟିପ୍ପଣୀ ଉପରେ ବି ଏପଟ ସେପଟ କଥା କୁହନ୍ତି। ତେଣୁ ସମ୍ବିଧାନର ପାଳନ କରୁଥିବା ବ୍ୟକ୍ତିଙ୍କ କର୍ତ୍ତବ୍ୟ ସେ ସାମ୍ବିଧାନିକ ସଂସ୍ଥାଗୁଡିକୁ ନେଇ ଧମକପୂର୍ଣ୍ଣ ଭାଷାର ବ୍ୟବହାର କରିବେନି ବୋଲି ବିଜେପି କହିଛି।

ଗୁରୁବାର ବିଜେପି ଓ ନିର୍ବାଚନ କମିଶନ ଭୋଟ ଚୋରି କରିଥିବା ନେଇ ଅଭିଯୋଗ ଆଣିଥିଲେ ରାହୁଲ। କର୍ଣ୍ଣାଟକର ମହାଦେବପୁରା ବିଧାନସଭା ସିଟରେ ୧ ଲକ୍ଷରୁ ଅଧିକ ନକଲି ଭୋଟର ପ୍ରସ୍ତୁତ କରାଯାଇଥିଲା ଓ ଏଥିରୁ ବିଜେପିକୁ ଫାଇଦା ହୋଇଥିବା କହିଥିଲେ ରାହୁଲ।

  • jmjnewso

    Related Posts

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ…

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    Leave a Reply

    Your email address will not be published. Required fields are marked *

    You Missed

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ