ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ଜନ ସୁରକ୍ଷା ଯୋଜନା ପରିପୁର୍ତ୍ତି ଅଭିଯାନ

Spread the love

ଖଲିକୋଟ : ଜେଏମଜେ ନ୍ୟୁଜ : ଓଡିଶା ଗ୍ରାମୀଣ ବ୍ୟାଙ୍କ କହ୍ନେଇପୁର ଶାଖା ଆନୁକୂଲ୍ୟରେ କହ୍ନେଇପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଜନ ସୁରକ୍ଷା ଯୋଜନା ଅଧିନରେ ଗ୍ରାମ ପଞ୍ଚାୟତ ସ୍ତରୀୟ ପରିପୁର୍ତ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ସାସମଲ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଶ୍ରୀମତୀ ଅମିତା ପଟ୍ଟନାୟକ ଓ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଶ୍ରୀ ରାହୁଲ କାନ୍ତ ଉକ୍ତ ବୈଠକରେ ଯୋଗ ଦେଇ ଲୋକ ମାନଙ୍କୁ ଭାରତ ସରକାରଙ୍କ ଦ୍ବାରା କାର୍ଯ୍ୟ କାରୀ କରାଯାଇଥିବା ବିଭିନ୍ନ ଯୋଜନା ଯେପରିକି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା,ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା,ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଓ ଅଟଳ ପେନସନ ଯୋଜନାର ଉପାଦେୟତା ଓ ପୁନଃ କେ ଓ୍ବାଇ ସି ଦ୍ବାରା ଅଚଳ ହୋଇ ଯାଇଥିବା ବ୍ୟାଙ୍କ ଖାତାକୁ ଚଳନ୍ତି କରିବା ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ଓଡିଶା ଗ୍ରାମୀଣ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ସନ୍ଦୀପ କୁମାର ପ୍ରଧାନ ଓ ଗଞ୍ଜାମ ଜିଲ୍ଲା ଲିଡ ବ୍ୟାଙ୍କ ମ୍ୟାନେଜର ହିମାଞ୍ଚଳ ସାହୁ ଲୋକ ମାନଙ୍କୁ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ପରାମର୍ଶ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ଗ୍ରାମୀଣ ବ୍ୟାଙ୍କର କହ୍ନେଇପୁର ଶାଖା ପରିଚାଳକ ଚିନ୍ମୟାନନ୍ଦ ବେହେରା,କେଶ୍ବରପୁର ଶାଖା ପରିଚାଳକ ବିଶ୍ବଜିତ ମହାନ୍ତି,କୋଦଳା ଶାଖା ପରିଚାଳକ ଶୁଭ୍ରାଂଶୁ ଆଚାର୍ଯ୍ୟ ଓ ସୌରା ସଚିନା ପରିଚାଳକ ଘନଶ୍ୟାମ ବଳ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ପରିଚାଳନା କରିଥିଲେ ସୁଶ୍ରୀ ଲିମାଲି ରଥ। କହ୍ନେଇପୁର ପଞ୍ଚାୟତର ଦୁଇ ଶହରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ସହ ବିଭିନ୍ନ ଯୋଜନା ବିଷୟରେ ଜ୍ଞାନ ଅର୍ଜନ କରିଥିଲେ। ଓଡିଶା ଗ୍ରାମୀଣ ବ୍ୟାଙ୍କ ସୌରା ସଚିନା ଶାଖାର ଟି ତ୍ରିନାଥ ପାତ୍ରଙ୍କୁ PMJJBYଅଧିନରେ ମୃତ୍ୟୁ କାଳୀନ ବୀମା ରାଶି ଦୁଇ ଲକ୍ଷ ଟଙ୍କାର ଚେକ ଶ୍ରୀମତୀ ଅନୀତା ପଟ୍ଟନାୟକଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା।

ଶ୍ରୀନିବାସ ସାହୁଙ୍କ ରିପୋର୍ଟ….

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 24 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 15 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 15 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 36 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..