ଶ୍ରୀମନ୍ଦିର ସୁରକ୍ଷା ଆଇନ ; କଠୋର ଦଣ୍ଡବିଧାନ ପାଇଁ ସରକାରଙ୍କୁ ପ୍ରସ୍ତାବ

Spread the love

ପୁରୀ ୦୬।୦୮ : (ଜେଏମଜେ ବ୍ୟୁରୋ ): ବଦଳିବ ଶ୍ରୀମନ୍ଦିର ଆଇନ । ଆହୁରି କଠୋର ହେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୫୫ରେ ସଂଶୋଧନ ପାଇଁ ରାଜ୍ୟ ଆଇନ ବିଭାଗ ନିକଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଧିବଦ୍ଧ ପ୍ରସ୍ତାବ ଦାଖଲ ହୋଇଛି l

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିଲା ଜରୁରୀ ବୈଠକ। ଏହି ବୈଠକ ପରେ ମୁଖ୍ୟ ପ୍ରଶାସକ କହିଥିଲେ, ଶ୍ରୀମନ୍ଦିର ପରିସରରେ ଡ୍ରୋନ୍‌, ଚଷମା, ମୋବାଇଲ ବ୍ୟବହାର ସହିତ ଭିଡିଓ ଓ ଫଟୋ ଉଠାଇବା ଭଳି ନିଷିଦ୍ଧ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ବର୍ତ୍ତମାନ ପ୍ରଚଳିତ ନିୟମ ମୁତାବକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୋଇପାରୁନି। ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କ ଭିଡିଓ ଏବଂ ଫଟୋ ଉଠାଇବାର ଅଧିକାର କାହାରି ନାହିଁ। ଏବେ ବେଢ଼ା ଭିତରେ ଭିଡିଓ ଉତ୍ତୋଳନ କଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଏହାକୁ ଉଲ୍ଲଂଘନ କରାଯାଉଛି। ତେଣୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍‌ରେ ଆବଶ୍ୟକ ସଂଶୋଧନ ଆଣିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏନେଇ ଆଗକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ଆଲୋଚନା ହେବ। ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ୪ ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରଥମତଃ କୌଣସି ବ୍ୟକ୍ତି ଅନଧିକୃତ ଭାବେ ମୋବାଇଲ ଫୋନ୍‌ ଜାଣତରେ ଶ୍ରୀମନ୍ଦିର ଭିତରେ ବ୍ୟବହାର କଲେ କଠୋର ଦଣ୍ଡବିଧାନ କରାଯିବ। ଏହି କ୍ଷେତ୍ରରେ ଜାମିନ୍‌ ଓ ଜାମିନ୍‌ ବିହୀନ ଅପରାଧକୁ ଗୁରୁତ୍ୱ ଦିଆଯିବ। କେଉଁ କୋର୍ଟ ଏହାର ବିଚାର କରିବେ ସେନେଇ ପ୍ରସ୍ତାବ ପ୍ରସ୍ତୁତ ହୋଇଛି ।

ଦ୍ୱିତୀୟତଃ କୌଣସି ହିସାବରେ ମହାପ୍ରଭୁଙ୍କ ସଂସ୍କୃତି ଗାରିମା ଜାଣତରେ କେହିବି କ୍ଷୁଣ୍ଣ କରିବେନି। ସୋସିଆଲ ମିଡିଆରେ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଭଳି କୌଣସି ପୋଷ୍ଟ କଲେ କଠୋର ଦଣ୍ଡବିଧାନ ହେବ। ଜାମିନ୍‌ ବିହୀନ ଗିରଫ ପରୱାନା ସହ ୭ ବର୍ଷ ପର୍ଯ୍ୟନ୍ତ ଜେଲ ୫୦ ହଜାର ଟଙ୍କା ଯାଏଁ ଜରିମାନା ପ୍ରସ୍ତାବ ରହିଛି। ତୃତୀୟତଃ ଅନଧିକୃତ ଭାବେ ଡ୍ରୋନ୍‌ ଶ୍ରୀମନ୍ଦିର ଭିତରେ ବା ଉପରେ ଉଡାଇଲେ କଠୋର ଦଣ୍ଡବିଧାନ ସହ ଜାମିନ୍‌ ବିହୀନ ଗିରଫ ପରୱାନା ପ୍ରସ୍ତାବ ଦିଆଯାଇଛି। ଚତୁର୍ଥରେ ଶ୍ରୀମନ୍ଦିର ପରିଚାଳନା କମିଟିର ପରାମର୍ଶ କ୍ରମେ ଶ୍ରୀମନ୍ଦିର ଆଇନ୍‌ ଶ୍ରୀଜଗନ୍ନାଥ ମନ୍ଦିର ଆଇନ- ୧୯୫୫ର ଧାରା ୩୦(କ)ର ଉପଧାରା ୬ରୁ ୯ ପର୍ଯ୍ୟନ୍ତ ସଂଶୋଧନ ପାଇଁ ପ୍ରସ୍ତାବ ରହିଛି ।

ତେବେ ପ୍ରସ୍ତାବ ଅନୁସାରେ, ଶ୍ରୀମନ୍ଦିର ଭିତର ଫଟୋ କିମ୍ବା ଭିଡିଓ ଉତ୍ତୋଳନ ପାଇଁ ମୋବାଇଲ ତଥା କୌଣସି ଇଲେକ୍ଟ୍ରୋନିକ ଜିନିଷ ନେବା ପାଇଁ ୩ ବର୍ଷ କାରାଦଣ୍ଡ କିମ୍ବା ୨୦ ହଜାର ଟଙ୍କା ଜରିମାନା କିମ୍ବା ଉଭୟ ବ୍ୟବସ୍ଥାର ପ୍ରସ୍ତାବ ରହିଛି। ଏହି ୪ ବିନ୍ଦୁ ଉପରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 3 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 36 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 50 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 51 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି