ଦିଲ୍ଲୀ ରୁ ଫେରି ପ୍ରତିକ୍ରିୟା ରଖିଲେ ମନମୋହନ

Spread the love

ଦିଲ୍ଲୀ ରୁ ଫେରି ପ୍ରତିକ୍ରିୟା ରଖିଲେ ମନମୋହନ
ଜେଏମଜେ ବ୍ୟୁରୋ : ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି। ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ନିଗମ, ବୋର୍ଡ ଓ କମିଟି ନିଯୁକ୍ତି ନେଇ ରଖିଛନ୍ତି ବଡ଼ ପ୍ରତିକ୍ରିୟା। ସେ କହିଛନ୍ତି, ତାଲିକା ଦିଲ୍ଲୀରେ ନୁହେଁ, ବରଂ ଓଡ଼ିଶାରେ ହିଁ ପ୍ରସ୍ତୁତ ହେବ। ଏହା ସହିତ ସେ କହିଛନ୍ତି ଯେ, ଆଗାମୀ ୧୫ କିମ୍ବା ୨୦ ତାରିଖ ପରେ ନିଗମ, ବୋର୍ଡ ଓ କମିଟି ଗଠନ ହୋଇପାରେ, ତେବେ ବର୍ତ୍ତମାନ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ।
ମନମୋହନ ସାମଲ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ବୈଠକ କରିଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଦଳୀୟ ନେତାମାନଙ୍କ ସହ ଆଲୋଚନା ଓ ଚର୍ଚ୍ଚା ପରେ ନିଷ୍ପତ୍ତି ନିଆଯିବ।’ ଏହା ସହିତ ସେ ସଙ୍ଗଠନିକ କାର୍ଯ୍ୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ଦିଲ୍ଲୀରେ ଆଲୋଚନା ହୋଇଥିବା ଉଲ୍ଲେଖ କରିଛନ୍ତି।

ଏହା ପୂର୍ବରୁ ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା, କିନ୍ତୁ ସଭାପତି ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀରେ ଏହି ବିଷୟରେ କୌଣସି ଆଲୋଚନା ହୋଇ ନାହିଁ। ତେବେ, ନିଗମ ଓ ବୋର୍ଡ ନିଯୁକ୍ତି ନେଇ ରାଜ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି। ଅନେକ ନେତା ଏହି ପଦବୀ ପାଇଁ ଆଶାୟୀ ଥିବା ବେଳେ, ସଙ୍ଗଠନରେ ସ୍ଥାନ ନପାଇବା ନେତାମାନଙ୍କୁ ନିଗମ ଓ ବୋର୍ଡରେ ସ୍ଥାନ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 29 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 22 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 19 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 36 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..