ଅଧାବାଟରେ ଅଟକିଲା ପ୍ରତିବାଦ: ରାହୁଲ ଓ ପ୍ରିୟଙ୍କାଙ୍କୁ ଉଠାଇ ନେଲା ପୁଲିସ

Spread the love

ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଏବଂ ୨୦୨୪ ଲୋକସଭା ନିର୍ବାଚନ ସମୟରେ ଭୋଟ ଚୋରି ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ କେନ୍ଦ୍ର କରି ନିର୍ବାଚନ ଆୟୋଗଙ୍କ ବିରୋଧରେ ପ୍ରତିବାଦକୁ ଓହ୍ଲାଇଛନ୍ତି ୩୦୦ରୁ ଅଧିକ ସାଂସଦ।

ସୋମବାର ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସଂସଦରୁ ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବା ପାଇଁ ଏକ ପ୍ରତିବାଦ  ପଦଯାତ୍ରାର ଆରମ୍ଭ ହୋଇଥିଲା। ଏହି ସମୟରେ ପୁଲିସ ବିରୋଧୀ ନେତାମାନଙ୍କୁ  ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବାକୁ ଦେଇ ନଥିଲା। ଫଳରେ ବିରୋଧୀ ସାଂସଦମାନେ ସଂସଦ ଭବନର ମକର ଦ୍ବାର ଦେଇ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟକୁ ଯିବାକୁ ଉଦ୍ୟମ ଜାରି ରଖିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ବିରୋଧୀ ଦଳର ୩୦୦ରୁ ଅଧିକ ସାଂସଦ ଏହି ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ରାହୁଲ ଗାନ୍ଧୀ ସଂସଦରୁ ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବା ପାଇଁ ଆଗକୁ ବଢ଼ୁଥିବା ବେଳେ ଅଧାରାସ୍ତାରେ ପୁଲିସ ତାଙ୍କୁ ଅଟକାଇ ଦେଇଥିଲା। ଫଳରେ ଅନ୍ୟ ସାଂସଦମାନେ ଏହି ଘଟଣାରେ କ୍ଷୁବ୍ସ ହୋଇ ରାସ୍ତା ଉପରେ ବସି ଆଗକୁ ଯିବାକୁ ଅନୁମତି ଦେବା ପାଇଁ ପୁଲିସ ନିକଟରେ ଦାବି କରିଥିଲେ। ଏଥିସହିତ ସ୍ଲୋଗାନ ଦେଇ ସରକାରଙ୍କୁ କଟାକ୍ଷ କରିବା ଆରମ୍ଭ କରିଥିଲେ।

ଦୁଇ ସାଂସଦଙ୍କୁ ଅଚେତ ହେବା ଦେଖି ସାଥୀ ସାଂସଦମାନେ ପାଣି ଛିଟିକା ମାରିଥିଲେ। କିଛି ସମୟ ପରେ ମହୁଆ ମୋଇତ୍ର ଓ ମିତାଲି ବାଗଙ୍କ ଚେତା ଫେରିବା ପରେ ଦୁହିଁଙ୍କୁ ପାଣି ପିଇବାକୁ ଦିଆଯାଇ ବିଶ୍ରାମ ଦିଆଯାଇଛି।


  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 39 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 34 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 25 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 19 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍