ନିର୍ବାଚନ କମିଶନଙ୍କୁ ବାରମ୍ବାର ୧୭ସି ଫର୍ମ ମାଗିଲେ ମିଳିଲାନି: ହାଇକୋର୍ଟ ଯିବ BJD

Spread the love

ଜେଏମଜେ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନରେ ଭୋଟିଂ ଓ ଗଣତିରେ ହୋଇଛି ତ୍ରୁଟି । ନିର୍ବାଚନ କମିଶନଙ୍କୁ ବାରମ୍ବାର ୧୭ସି ଫର୍ମ ମାଗିଲେ ମିଳିଲାନି । ମିଳିଲାନି କୌଣସି ସନ୍ତୋଷଜନକ ଉତ୍ତର । ଏଣିକି ନିର୍ବାଚନ କମିସନଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବ ବିଜୁ ଜନତା ଦଳ । ସେପଟେ କଂଗ୍ରେସ ଏ ଦିଗରେ ଯେଉଁ ତମ୍ବିତୋଫାନ କରୁଛି ।

ଆଠ ମାସ ପୂର୍ବରୁ ବିଜେଡି ସମାନ ପ୍ରସଙ୍ଗରେ ଦାବି କରିଥିବା କହିଛି । ଇସିଆଇଙ୍କ ନିରପେକ୍ଷତାକୁ ନେଇ ଦଳ ପ୍ରଶ୍ନ କରିଛି ।

୮ ମାସ ତଳୁ ଯାହା ବିଜେଡି କହିଥିଲା, ତାକୁ ଦୋହରାଉଛି କଂଗ୍ରେସ । ୨୦୨୪ ନିର୍ବାଚନରେ ଭୋଟିଂ ଓ ଗଣତିରେ ତ୍ରୁଟି ହୋଇଥିଲା । ଏ ନେଇ ବିଜୁ ଜନତା ଦଳ ଗତବର୍ଷ ଡିସେମ୍ବର ୧୯ ତାରିଖରେ ଭାରତୀୟ ନିର୍ବାଚନ କମିସନଙ୍କୁ ଭେଟି ଅଭିଯୋଗ କରିଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ନିର୍ବାଚନ କମିସନଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିଲାନି । ଏବେ ବିଜେଡି ନିର୍ବାଚନ କମିସନଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ନିଷ୍ପତ୍ତି ନେଇଛି । ସନ୍ଧ୍ୟା ୫ଟା ଯାଏଁ ଭୋଟ ଥିଲା । ଯେଉଁମାନେ ମତଦାନ କେନ୍ଦ୍ର ଭିତରେ ଥିଲେ, ସେମାନେ ରାତି ୧୧ଟା ୪୫ ଯାଏଁ ଭୋଟ ଦେଇଥିଲେ । ସନ୍ଧ୍ୟା ୫ଟା, ୭ଟା ଓ ରାତି ୧୧ଟା ୪୫ ସୁଦ୍ଧା କେତେ ଭୋଟ ହେଲା । ସେସବୁର ତଥ୍ୟ ରହିଛି । ହେଲେ ଦୁଇ ଦିନ ପରେ ଏହି ତଥ୍ୟରେ ଫରକ ରହିଲା । ଏହା ଇଭିଏମ ନା ମନୁଷ୍ୟକୃତ ଭୁଲ । ସେ ନେଇ ବିଜେଡି ପ୍ରଶ୍ନ କରିଥିଲା । ଫର୍ମ ୧୭ସି ବି ମାଗିଥିଲା । ନିୟମ ଅନୁସାରେ ଏହା ଇସିଆଇ ଦେବା କଥା । ଯାହା ଏଯାଏଁ ମିଳିଲା ନାହିଁ ।

ଏବେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସ୍ବର ଉଠାଇବା ପରେ ରାଜ୍ୟ କଂଗ୍ରେସ ସଭାପତି ସମାନ କଥା କହୁଛନ୍ତି । ଇଭିଏମରେ ପଡ଼ିଥିବା ଭୋଟ ଓ ଗଣତିରେ ତାଳମେଳ ନଥିବା ଇସିଆଇଙ୍କ ଓ୍ବେବସାଇଟରୁ ଅନୁଧ୍ୟାନ କରି ବିଜେଡି ଆପତ୍ତି ଉଠାଇଥିଲା । ସଂସଦୀୟ କ୍ଷେତ୍ର ଓ ବିଧାନସଭା ଭୋଟରେ ବି ତାଳମେଳ ନଥିଲା । ୫୦ ପ୍ରତିଶତ ସଂସଦୀୟ କ୍ଷେତ୍ରରେ ୧୫ ପ୍ରତିଶତରୁ ଅଧିକ ତାରତମ୍ୟ ଦେଖାଦେଇଛି । କେନ୍ଦୁଝରରେ ସର୍ବାଧିକ ୩୦ ପ୍ରତିଶତ ସହ ସବୁଠୁ ବେଶୀ ତାରତମ୍ୟ ଥିଲା । ସେଠି ରାତି ୧୧ଟା ୪୫ ପରେ କିପରି ୧୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା ? ଭୋଟର ପରିଚୟପତ୍ର ପ୍ରକାଶ ହେବାଠୁ ଗଣତି ଯାଏଁ ଅଡିଟ କରିବାକୁ ଇସିଆଇଙ୍କୁ ବିଜେଡି ପ୍ରସ୍ତାବ ଦେଇଥିଲା । ହେଲେ ଇସିଆଇଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ଏଯାଏଁ ମିଳିନାହିଁ । ଆବଶ୍ୟକ ପଡ଼ିଲେ, ସୁପ୍ରିମକୋର୍ଟ ଯିବ ବିଜେଡି । ଇସିଆଇଙ୍କ ଏପରି ଆଚରଣ ଯୋଗୁଁ ଲୋକେ ନିର୍ବାଚନ ପ୍ରକ୍ରିୟାରୁ ବିଶ୍ବାସ ହରାଇବା ଆଶଙ୍କା ସୃଷ୍ଟି ହୋଇଛି ।

ଭୋଟିଂ ଓ ଗଣତିରେ ତାରତମ୍ୟ ଲୋକଙ୍କ ମନରେ ସନ୍ଦେହ ଆଣିଛି । ନିୟମ ଅନୁସାରେ ସବୁ ତଥ୍ୟ ନିର୍ବାଚନ କମିସନ ଦେବା କଥା । ହେଲେ ସୂଚନା ଅଧିକାରୀ ଆଇନ ଆଧାରରେ ମାଗିବା ପରେ ବି ଇସିଆଇ ତଥ୍ୟ ଦେଇ ନଥିବା ଅଭିଯୋଗ କରିଛି ବିଜେଡି । ଯାଜପୁର ସଂସଦୀୟ କ୍ଷେତ୍ରରେ ୧୫୮୭ ଭୋଟ ବ୍ୟବଧାନ ଅଛି । ସେହିପରି ୬୭୭ଟି ହେଉଛି ବିଧାନସଭା ଭୋଟ ବ୍ୟବଧାନ । ଯାହାର ସ୍ପଷ୍ଟୀକରଣ ଏଯାଏଁ ମିଳିନି । ଓଡ଼ିଶାବାସୀଙ୍କ ମନର ସନ୍ଦେହ ଦୂର କରିବାକୁ ବିଜେଡି ବାରମ୍ବାର ଇସିଆଇଙ୍କ ଦ୍ବାରସ୍ଥ ହୋଇଛି ।

ନିର୍ବାଚନ କମିସନଙ୍କ ସ୍ବଚ୍ଛତା ଓ ନିରପେକ୍ଷତା ନେଇ ସାରାଦେଶରେ ଏବେ ବିରୋଧୀଙ୍କ ଗର୍ଜନ । ଓଡ଼ିଶାରେ ବି ବିରୋଧୀ ସ୍ବର ଉଠାଇଛନ୍ତି । ହେଲେ ନିର୍ବାଚନ କମିସନଙ୍କ ନୀରବତା ଅନେକ ବିବାଦୀୟ ପ୍ରଶ୍ନ ଆଡ଼କୁ ଇଙ୍ଗିତ କରୁଛି ।

  • jmjnewso

    Related Posts

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 43 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 75 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 52 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 49 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ