ଛଟେଇର ୨୪ ବର୍ଷ ପରେ ଶିକ୍ଷକଙ୍କ ତଥ୍ୟ ମାଗିଲେ ସରକାର

Spread the love

ଜେଏମଜେ ବ୍ୟୁରୋ : ଛଟେଇର ୨୪ ବର୍ଷ ପରେ ଅଣ ଆନୁଷ୍ଠାନିକ ଶିକ୍ଷକଙ୍କ ତଥ୍ୟ ସରକାର ମାଗିଛନ୍ତି। ଗତ ମାସ ୩୦ ତାରିଖ ଦିନ ରାଜ୍ୟ ସରକାରଙ୍କ ଏଲିମେଣ୍ଟାରୀ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟରେ ଛଟେଇ ହୋଇଥିବା ସମସ୍ତ ଅଣ ଆନୁଷ୍ଠାନିକ ଶିକ୍ଷକମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ସହିତ ନିଜସ୍ୱ ମନ୍ତବ୍ୟ ଦେଇ  ରିପୋର୍ଟ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ବ୍ଲକ ଶିକ୍ଷାଧିକାରିଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ଆଦେଶ ମତେ ଏଲିମେଣ୍ଟାରୀ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

ରାଜ୍ୟ ଅଣ ଆନୁଷ୍ଠାନିକ ଛଟେଇ ଶିକ୍ଷକ ମହାସଙ୍ଘ ତରଫରୁ ସନ୍ତୋଷ ସାହୁ ସରକାରଙ୍କୁ କରିଥିବା ଆବେଦନର ବିଚାର ପାଇଁ ଗଣ ଶିକ୍ଷା ବିଭାଗ ଏ ବାବଦରେ ସମ୍ପୂର୍ଣ ତଥ୍ୟ ମତାମତ ସହିତ ଦାଖଲ କରିବାକୁ ଗତ ମାସ ୧୦ ତାରିଖ ଦିନ ରାଜ୍ୟ ଏଲି ମେଣ୍ଟାରୀ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି ଲେଖିଥିଲେ। ଗଣ ଶିକ୍ଷା ବିଭାଗର ଏହି ନିର୍ଦ୍ଦେଶନାମାକୁ ଦୃଷ୍ଟିରେ ରଖି ଏଲି ମେଣ୍ଟାରୀ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ  ଗତ ମାସ ୩୦ ତାରିଖ ଦିନ ଜିଲ୍ଲା ଏବଂ ବ୍ଲକ ଶିକ୍ଷା ଧିକାରିଙ୍କୁ ଏଭଳି ଚିଠି କରାଯାଇଛି।

ମହାସଙ୍ଘ ପକ୍ଷରୁ ସରକାରଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକ ପତ୍ରରେ ଦର୍ଶାଯାଇଛି ଯେ ଗତ ୧୯୭୯ ମସିହାରେ ଅଣ ଆନୁଷ୍ଠାନିକ ଶିକ୍ଷା ଆରମ୍ଭ ହେବା ପରେ ୧୯୮୭ ମସିହାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଅଣ ଆନୁଷ୍ଠାନିକ  ଶିକ୍ଷକ(ଏନଏଫଇ) ମାନଙ୍କୁ ମାସିକ ମାତ୍ର ୧୦୫ ଟଙ୍କା ପାରିଶ୍ରମିକ ରେ ନିଯୁକ୍ତି ପ୍ରଦାନ କରାଯାଇଥିଲା।

ତେବେ ଗତ ୨୦୦୩ ମସିହାରେ ଇଜିଏସ ଶିକ୍ଷା ବ୍ୟବସ୍ତା ଆରମ୍ଭ ହେବା ପରେ ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶ ମତେ ଛଟେଇ ଏନଏଫଇ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଇଜିଏସ ରେ ଗଣ ଶିକ୍ଷକ ଭାବେ ପୁନଃ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଇଜିଏସ ପରିଚାଳନା ଦାୟିତ୍ୱରେ ଥିବା ଗ୍ରାମ୍ୟ ଶିକ୍ଷା କମିଟି(ଭିଇସି)ଙ୍କ ଷଡ଼ଯନ୍ତ୍ର ଯୋଗୁ ନିଯୁକ୍ତିରୁ ଉପେକ୍ଷିତ ହୋଇଥିଲେ ଛଟେଇ ଅଣ ଆନୁଷ୍ଠାନିକ ଶିକ୍ଷକ। 

ସେବେଠାରୁ ପୁନଃ ନିଯୁକ୍ତି ପାଇଁ ନିରନ୍ତର ଭାବେ ଦାବୀ କରିଆସୁଥିବା ଅଣ ଆନୁଷ୍ଠାନିକ ଶିକ୍ଷକମାନେ ନିକଟରେ ରାଜ୍ୟ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ଏ ବାବଦରେ ଚିଠି ଲେଖି ସମସ୍ୟାର ସମାଧାନ ପାଇଁ ନିବେଦନ କରିଥିଲେ। ସେହିଭଳି ଏବାବଦରେ ଓଡିଶା ଉଚ୍ଚ ନ୍ୟାୟାଳୟ ରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ପରେ ରାଜ୍ୟ ସରକାରଙ୍କ ଉପରେ ଚାପ ବଢ଼ିଥିଲା। ଯାହାକୁ ନେଇ ରାଜ୍ୟ ସରକାର ଛଟେଇ ହେବାର ୨୪ ବର୍ଷ ପରେ ଛଟେଇ ଅଣ ଆନୁଷ୍ଠାନିକ ଶିକ୍ଷକଙ୍କ ପୁନଃ ନିଯୁକ୍ତି ନେଇ ତତ୍ପର ହୋଇଥିବା କୁହାଯାଉଛି। ଯେଉଁଥିପାଇଁ ଦୀର୍ଘବର୍ଷର ନୀରବତା ପରେ ଏବେ ଶିକ୍ଷା ବିଭାଗ ଏନେଇ ତନାଘନା ଆରମ୍ଭ କରିଥିବା ଜଣାପଡିଛି।

ତେବେ ଏହାକୁ ସରକାରଙ୍କ ଉପରେ ଆଇନର ଛାଟ କୁହାଯିବ ନା ରାଜନୈତିକ ଚାପ ତାହା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ, ଏହି ଯୋଜନାରେ କାର୍ଯ୍ୟ କରୁଥିବା ପ୍ରାୟ ୯ ହଜାର  ଛଟେଇ ଅଣ ଆନୁଷ୍ଠାନିକ ଶିକ୍ଷକଙ୍କ ମଧ୍ୟରୁ କେତେକଙ୍କ ଇତିମଧ୍ୟରେ ଦେହାନ୍ତ ହୋଇଯାଇଥିବା ବେଳେ କେତେକ ଅନ୍ୟ ବୃତ୍ତିକୁ ଚାଲି ଯାଇଥିବା ବେଳେ ଆଉ କିଛି ଛଟେଇ ଶିକ୍ଷକଙ୍କ ଚାକିରୀ ବୟସ ଅତିକ୍ରାନ୍ତ ହୋଇ ସାରିଛି। ତେବେ ମହାସଙ୍ଘ ଦାବି ମୁତାବକ ସମଗ୍ର ରାଜ୍ୟରେ ଏବେ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ବ ଛଟେଇ ଅଣ ଆନୁଷ୍ଠାନିକ ଶିକ୍ଷକ ପୁନଃ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି।

  • jmjnewso

    Related Posts

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ…

    ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା

    Spread the love

    Spread the loveଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ…

    Leave a Reply

    Your email address will not be published. Required fields are marked *

    You Missed

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 39 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 33 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 25 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 19 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍