ପୁରୀରୁ ରାଜସ୍ଥାନକୁ ଗଡ଼ିବ ଟ୍ରେନ, ମହୋଦଧି ସହ ଯୋଡି ହେବ ମରୁଭୂମି

Spread the love

ଜେଏମଜେ ବ୍ୟୁରୋ : ପୁରୀରୁ ରାଜସ୍ଥାନକୁ ସିଧାସଳଖ ଗଡ଼ିବ ଟ୍ରେନ। ମହୋଦଧି ସହ ଯୋଡ଼ି ହେବ ମରୁଭୂମି। ବଙ୍ଗୋପସାଗର ଅଞ୍ଚଳ ସହ ଯୋଡି ହେବ ରାଜସ୍ଥାନର ଥର୍ ମରୁଭୂମି। ଏଭଳି ଏକ ଐତିହାସିକ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ। ଓଡିଶା ଓ ରାଜସ୍ଥାନ ମଧ୍ୟରେ ସାଂସ୍କୃତିକ ଓ ଅର୍ଥନୈତିକ ଅବିବୃଦ୍ଧି ପାଇଁ ପୁରୀ ଲାଲଗଡ ପୁରୀ ଏକ୍ସପ୍ରେସ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି।

ଗତକାଲି ସମ୍ପ୍ରସାରିତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ଟ୍ରେନ୍ ଶୁଭାରମ୍ଭ ଅବସରରେ ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି ଯେ ୧୬୨ କୋଟି ଟଙ୍କା ବ୍ୟୟରେ ପୁରୀ ବିଶ୍ୱସ୍ତରୀୟ ରେଳଷ୍ଟେସନର ନବୀକରଣ କରାଯିବ। ରାଜ୍ୟସଭା ସାଂସଦ ତଥା ରେଲୱେ ଷ୍ଟାଣ୍ଡିଂ କମିଟି ସଦସ୍ୟ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ଶ୍ରୀମନ୍ଦିର ନିକଟରେ ରେଳବାଇ ତରଫରୁ ଏକ ଟିକେଟ୍ କାଉଣ୍ଟର୍ କରିବାକୁ ରେଳବିଭାଗକୁ ପ୍ରସ୍ତାବ ଦିଆଯାଇଛି।

ଏହି ସାପ୍ତାହିକ ଟ୍ରେନଟି ପ୍ରତି ବୁଧବାର ସକାଳ ୬.୩୫ ରେ ପୁରୀ ରେଳଷ୍ଟେସନ ଛାଡି ତା ପର ଦିନ ରାତି ୦୮.୩୫ ରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଷ୍ଟେସନରେ ପହଞ୍ଚିବ। ପୁରୀ ଏବଂ ଶ୍ରୀ ଗଙ୍ଗାନଗର ଷ୍ଟେସନ ମଧ୍ୟରେ ଏହି ଟ୍ରେନ୍ ମାତ୍ର ୯ଟି ଷ୍ଟପେଜ୍‌ରେ ରହିବ। ଦେଶ ଗଠନ ସହ ରେଳ ସଂଯୋଗୀକରଣ କ୍ଷେତ୍ରରେ ଏହି ଟ୍ରେନ୍ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ । ପୂର୍ବାଞ୍ଚଳ ଏବଂ ଉତ୍ତରପଶ୍ଚିମାଞ୍ଚଳ ମଧ୍ୟରେ ରେଳ ସଂଯୋଗୀକରଣ କ୍ଷେତ୍ରରେ ଏହି ଟ୍ରେନ୍ ଏକ ମାଇଲଖୁଣ୍ଟ ପାଲଟିବା ସହ ଯାତ୍ରୀଙ୍କୁ ସୁଖଦ ଅନୁଭୂତି ଦେଇପାରିବେ।

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 45 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 75 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 52 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 50 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ