ଓଡ଼ିଶାରୁ ୨ଜଣଙ୍କୁ ମିଳିବ ରାଷ୍ଟ୍ରପତି ସମ୍ମାନ

Spread the love

ଜେଏମଜେ ବ୍ୟୁରୋ : ସ୍ୱାଧୀନତା ଦିବସ ଅବସରରେ ଦେଶରେ ବୀରତା ଏବଂ ସେବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧ହଜାର ୯୦ ଜଣ ପୁଲିସ, ଅଗ୍ନିଶମ, ହୋମଗାର୍ଡ, ନାଗରିକ ପ୍ରତିରକ୍ଷା ଏବଂ ସୁଧାର ସେବା କର୍ମଚାରୀଙ୍କୁ ସାହସିକତା ତଥା ସେବା ପଦକ ପ୍ରଦାନ ପାଇଁ ଘୋଷଣା କରାଯାଇଛି ।

ଏହି ସମ୍ମାନ ଦେଶ ସେବାରେ ସାହସିକତା ଏବଂ ସମର୍ପଣ ଭାବ ପ୍ରଦର୍ଶନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ । ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୯ ଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ । ଏଏସ୍‌ପି ରବୀନ୍ଦ୍ର ପଣ୍ଡା ଏବଂ କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯିବ । ସେହିପରି ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିବ ।

ଗୃହ ମନ୍ତ୍ରାଳୟ ଅନୁଯାୟୀ, ମୋଟ ୨୩୩ ଜଣ କର୍ମଚାରୀଙ୍କୁ ବୀରତା ପଦକ ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ୨୨୬ ଜଣ ପୁଲିସ, ୬ ଜଣ ଅଗ୍ନିଶମ ବାହିନୀ ଏବଂ ଜଣେ ଜଣେ ଗୃହରକ୍ଷୀ ଓ ନାଗରିକ ପ୍ରତିରକ୍ଷା କର୍ମଚାରୀ ରହିଛନ୍ତି । ଜୀବନ ଏବଂ ସମ୍ପତ୍ତି ରକ୍ଷା, ଅପରାଧ ରୋକିବା କିମ୍ବା ଅପରାଧୀଙ୍କୁ ଧରିବାରେ ଅସାଧାରଣ ସାହସ ଦେଖାଇଥିବା ଲୋକଙ୍କୁ ବୀରତା ପଦକ ପ୍ରଦାନ କରାଯାଇଥାଏ ।

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 17 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 65 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 37 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 27 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 21 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 44 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା