ଶୋଭାଯାତ୍ରା ବେଳେ ତାରାପ୍ରସାଦ ବାହିନୀପତିଙ୍କୁ ଅଚାନକ ଆକ୍ରମଣ

Spread the love

ଜେଏମଜେ ବ୍ୟୁରୋ: ଶୋଭାଯାତ୍ରା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଅଚାନକ ଆକ୍ରମଣ ଅଭିଯୋଗ ହୋଇଛି। ଗତ ୧୪ ତାରିଖ ରାତିରେ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା କୋରାପୁଟ ସହରରେ ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରୁ ଆରମ୍ଭ ହୋଇ ବସଷ୍ଟାଣ୍ଡରେ ସରିଥିଲା। ଏହି ଶୋଭାଯାତ୍ରାରେ ତାରାପ୍ରସାଦ ବାହିନୀପତି ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଯୋଗ ଦେଇଥିଲେ।

କୋରାପୁଟ ବସ୍ ଷ୍ଟାଣ୍ଡ ନିକଟରେ ହଠାତ କୃଷ୍ଣଚନ୍ଦ୍ର କୁଲଦୀପ ନାମକ ଜଣେ ବ୍ୟକ୍ତି ବାହିନୀପତିଙ୍କୁ ଅଚାନକ ଆକ୍ରମଣ କରିଥିଲେ। ଉପସ୍ଥିତ ଲୋକେ କୃଷ୍ଣକୁ କାବୁ କରି ଟାଉନ ଥାନରେ ଜିମା ଦେଇଥିଲେ। ଟାଉନ ଥାନା ପୋଲିସ କୃଷ୍ଣଙ୍କର ଡାକ୍ତରୀ ପରୀକ୍ଷା କରିବା ସହ ଅଟକ ରଖି ପଚରଉଚରା କରୁଛି। ଉଭୟ ପଟୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ତାରାଙ୍କ ପିଏସଓ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଅଚାନକ ତାରାଙ୍କୁ ସର୍ବସାଧାରଣରେ ଥାପଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ କୃଷ୍ଣଚନ୍ଦ୍ର। ଅଭଦ୍ର ଭାଷାରେ ବିଧାୟକଙ୍କୁ ଗାଳିଗୁଲଜ କରିଥିବା ନେଇ ବି ଅଭିଯୋଗ କରିଛନ୍ତି ତାରାଙ୍କ ପିଏସଓ।

ସେପଟେ କୃଷ୍ଣଙ୍କ ପକ୍ଷରୁ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ତାରାପ୍ରସାଦ ବାହିନୀପତି ଓ ତାଙ୍କ ଭାଇ କୃଷ୍ଣଙ୍କୁ ମାରିବାକୁ ବହୁ ଦିନ ଷଡଯନ୍ତ୍ର କରିଆସୁଥିଲେ। ଏ ନେଇ ବୁଝିବା ପାଇଁ ଯାଇଥିବା ବେଳେ ତାରାପ୍ରସାଦଙ୍କ ଲୋକେ କୃଷ୍ଣଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ମାମଲା ରେଜିଷ୍ଟ୍ରେସନ ହୋଇଥିବା ନେଇ ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏନେଇ ତାରାପ୍ରସାଦା ବାହିନୀପତି କିମ୍ବା କୃଷ୍ଣଚନ୍ଦ୍ରଙ୍କର ପ୍ରତିକ୍ରିୟା ମିଳିପାରିନି।

  • jmjnewso

    Related Posts

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    ବିଜେଡି ଓ କଂଗ୍ରେସର ସଭ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା। କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…