ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତି ବଞ୍ଚାଇବା ପାଇଁ କଂଗ୍ରେସ ପ୍ରୟାସ କରୁଛି: ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ

Spread the love

ଭୁବନେଶ୍ବର: ଭୋଟ ଚୋରି ଅଭିଯୋଗ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଉପରେ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁମାନେ ଦିନେ ନିର୍ବାଚନ ଅନିୟମିତତାରେ ସାମିଲ ଥିଲେ, କୋର୍ଟ ମଧ୍ୟ ସେମାନଙ୍କ ଦଳକୁ ନିର୍ବାଚନ ଅନିୟମିତକାରୀ ବୋଲି କହିଛନ୍ତି। ସେମାନେ ଆଜି ରାଜରାସ୍ତାକୁ ଆସି ଆନ୍ଦୋଳନ କରୁଛନ୍ତି। ତେଣୁ ଏଠି ଚୋର ମଚାଏ ସୋର। ନିଜ ମୁହଁରେ ଧୂଳି ଅଛି, କିନ୍ତୁ ରାହୁଲ ଗାନ୍ଧୀ ଆଇନକୁ ସଫା କରୁଛନ୍ତି। ବିଭିନ୍ନ ସମୟରେ ଅଭିଯୋଗ ଆଣିଥିବା କୌଣସି ଗୋଟିଏ କଥା ରାହୁଲ ଗାନ୍ଧୀ ପ୍ରମାଣିତ କରିପାରିନାହାନ୍ତି। ଯେଉଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ୯୧ଟି ନିର୍ବାଚନ ହାରି ଗଲାଣି । ଏବେ ସେହି ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତି ବଞ୍ଚାଇବା ପାଇଁ କଂଗ୍ରେସ ପ୍ରୟାସ କରୁଛି।
ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ଆହୁରି କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଜଣେ ଜଣେ ଲୋକଙ୍କ ନାଁରେ ଏକାଧିକ ଭୋଟର କାର୍ଡ ଅଛି। ତେଣୁ ଯେତେବେଳେ କିଛି ଅବୈଧ ଅନୁପ୍ରବେଶକାରୀ ବିଭିନ୍ନ ବାଟରେ ଭୋଟର ଲିଷ୍ଟ ହାତେଇଛନ୍ତି । ସେମାନଙ୍କୁ ହରାଇବାର ଦାୟିତ୍ଵ ନିର୍ବାଚନ କମିଶନ ନେଇଛନ୍ତି । ବିହାରରେ ଯେତେବେଳେ ନିର୍ବାଚନ କମିସନ ଫେକ୍ ଭୋଟର କାର୍ଡ, ଏକାଧିକ କାର୍ଡ, ଭୂତ କାର୍ଡ ଧରିବା ଆରମ୍ଭ କଲେ, ସେତେବେଳେ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କଲା । କଂଗ୍ରେସ ରୋଗୀଙ୍ଗିଆ, ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ସମର୍ଥନ କରି ଏସ୍‌ଆଇଆର୍‌କୁ ବିରୋଧ କଲା। ଏହାସହ ନିର୍ବାଚନ କମିସନ ସବୁ ତଥ୍ୟ ଦେଇସାରିବା ପରେ କଂଗ୍ରେସ କହିଲା କର୍ଣ୍ଣାଟକରେ ଭୋଟ ଚୋରି ହୋଇଛି। 

  • jmjnewso

    Related Posts

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    ବିଜେଡି ଓ କଂଗ୍ରେସର ସଭ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା। କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…