ଭଞ୍ଜନଗର ରେ ଡ୍ରାଇଭର ଦିବସ ପାଳିତ

Spread the love

ଭଞ୍ଜନଗର : ସଡକ ପରିବହନ ଡ୍ରାଇଭର ସଙ୍ଘ ତରଫରୁ ଡ୍ରାଇଭର ଦିବସ ପାଳନ ହୋଇ ଯାଇଛି।ସୂଚନାଯୋଗ୍ୟ ଯେ ସରକାର ସବୁ ଦିନ ପରି ୧୭ସେପ୍ଟେମ୍ବର କୁ ଡ୍ରାଇଭର ଦିବସ ଭାବେ ନିର୍ଦ୍ଧାରଣ କରିଛନ୍ତି ,ତେଣୁ ଓଡ଼ିଶାର କୋଣ ଅନୁକୋଣରେ ଏହି ଦିବସ କୁ ପାଳନ କରୁଛନ୍ତି।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଠାରେ ଡ୍ରାଇଭର ଭାଇ ମାନେ ଏକତ୍ରିତ ହୋଇ ଏହି ଦିବସକୁ ପାଳନ କରିଥିଲେ।ସଡ଼କ ପରିବହନ ଡ୍ରାଇଭର ମହାସଂଘ ରାଜ୍ୟ ସଭାପତି ରାଜେଶ କୁମାର ରଥ ଙ୍କ ଆବାହନ ରେ ଭଞ୍ଜନଗର ସଡକ ପରିବହନ ଡ୍ରାଇଭର ମହା ସଂଘ ସଭାପତି ଶ୍ରୀକାନ୍ତ ଦଳାଇ ଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ଏକ ବାଇକ ରାଲି, ଓ ଏହି ରାଲି ଭଞ୍ଜନଗର ସହର ଚକରା ବିଷୋୟୀ ଛକ ଠାରୁ ବାହାରି ଭଞ୍ଜନଗର ମୁଖ୍ୟ ରାସ୍ତା ଦେଇ ବ୍ଲକ ଛକ ଠାରେ ସରି ଥିଲା।ଭଞ୍ଜନଗର ବ୍ଳକ ଛକ ଠାରେ ଲୋକଙ୍କୁ ଚାରା ଗଛ ବାଣ୍ଟି ଥିଲେ।ଆଜିର ଏହି ଦିବସ ରେ ରାଜ୍ୟ ଉପାଧ୍ୟକ୍ଷ ବିଶ୍ୱଜିତ କାଞ୍ଜିଆ ଯୋଗ ଦେଇ ଡ୍ରାଇଭର ମାନଙ୍କୁ ଏକତା ବଜାୟ ରଖିବାକୁ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ,ଉପସଭାପତି ଅମୟ କୁମାର ରାହା,ସମ୍ପାଦକ ଵିନୋଦ କୁମାର ସେଠି,ସହ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି,ଉପଦେଷ୍ଟା ଘନଶ୍ୟାମ ବେହେରା,କାର୍ଯ୍ୟକାରୀ ସଦସ୍ୟ ବଂଶୀଧର ପଣ୍ଡା ଯୋଗଦେଇଥିଲେ।ଆଜିର ଏହି ଦିବସର ମହତ୍ତ୍ୱ ସହ ଡ୍ରାଇଭର ଭାଇ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେବା ସହ ଆଗାମୀ ଦିନରେ ସଂଘ କିପରି ସୁଦୃଢ ହେବ ସେଥିପାଇଁ ଧ୍ୟାନ ଦିଆ ଯିବ ବୋଲି ପ୍ରସ୍ତାବ ଦେଇଥିଲେ।

(ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ର ଙ୍କ ରିପୋର୍ଟ)

  • Related Posts

    ବିଧାୟିକାଙ୍କ ଅଭିଯୋଗକୁ SPଙ୍କ ଖଣ୍ଡନ…

    Spread the love

    Spread the love-ବିଧାୟିକା ମନୋରମା ମହାନ୍ତିଙ୍କ ଅଭିଯୋଗକୁ କଳାହାଣ୍ଡି ଏସ୍‌ପିଙ୍କ ଖଣ୍ଡନ-ପରିବାର ଲୋକଙ୍କୁ ଗାଳିଗୁଲଜ ନେଇ କରିଥିବା ଅଭିଯୋଗ ଠିକ୍‌ ନୁହେଁ-ନିୟମ ଅନୁସାରେ ପୋଲିସ ବିଧାୟକଙ୍କ ସ୍ବାମୀକୁ ପଚରାଉଚରା ପାଇଁ ଯାଇଥିଲା

    ଅର୍ଥନୀତି ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ

    Spread the love

    Spread the loveଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅର୍ଥନୀତି ବିଭାଗ ଓ ସେଣ୍ଟର ଅଫ ସୋସିଆଲ ଏସକେଲୁସନ ଏଣ୍ଡ ଇଂକ୍ଲୁସିବ ପଲିସି ଏବଂ ଓଡ଼ିଶା ସରକାରଙ୍କ ପି ଏମ -ଉଷା ମିଳିତରେ…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!