ଫରେଷ୍ଟରଙ୍କ ଆତ୍ମହତ୍ୟା ପଛରେ ଚାରା ଦୁର୍ନୀତି ଗୁମର; ପିସି ଦାବି ସହ ଡିଏଫଓ ଦେଉଥିଲେ ମାନସିକ ନିର୍ଯାତନା !

Spread the love

ରାୟଗଡା : (ଜେଏମଜେ ନ୍ୟୁଜ) କଳାହାଣ୍ଡି ଫରେଷ୍ଟର୍ ସଞ୍ଜୟ ନାୟକ ଖାଲି ଜୀବନ ହାରିନାହାଁନ୍ତି, ବରଂ ବର୍ଷ ବର୍ଷର ଚାରା ଘୋଟାଲାର ମହାଖୁଲାସା କରିଛନ୍ତି ସୁଇସାଇଡ୍ ନୋଟରେ। ଚାରା ରୋପଣ ନାଁରେ କେମିତି ଧଳାହାତୀଙ୍କ ପକେଟ୍ ଗରମ ହୁଏ, ତା’ର ଇଙ୍ଗିତ ବି କରିଛନ୍ତି ସଞ୍ଜୟ। ସେଭଳି ଜଣେ ଧଳାହାତୀ ହେଉଛନ୍ତି ଡିଏଫଓ। ଯାହାଙ୍କ ୭ ଲକ୍ଷର ପିସି ଡିମାଣ୍ଡ ସହ ମାନସିକ ନିର୍ଯାତନା ସହିନପାରି ସଞ୍ଜୟ ଜୀବନ ହାରିଥିବା ଅଭିଯୋଗ ହୋଇଛି।
ତେବେ ତଦନ୍ତ କରି ଆକ୍ସନ ନେବୁ ବୋଲି ବିଭାଗୀୟ ମନ୍ତ୍ରୀ ଓ ପିସିସିଏଫ୍ କହିଥିବାବେଳେ ଚାରା ଦୁର୍ନୀତି ସହ କେମିତି ଚାଲେ ପିସି କାରବାର ।

ସଞ୍ଜୟ ନାୟକଙ୍କ ପତ୍ନୀ ପ୍ରିୟଙ୍କା ସୁବୁଦ୍ଧିଙ୍କ ବଡ଼ ବୟାନ। ଅଭିଯୋଗ ଯଦି ସତ, ତେବେ ନିହାତି ସାଂଘାତିକ। ଅର୍ଥ ଲାଳସାରେ ଉବୁଟୁବୁ ବଡ଼ବାବୁମାନେ କେମିତି ଶୋଷଣ କରନ୍ତି ତଳିଆ କର୍ମଚାରୀଙ୍କୁ ତାହାର ଗୁମର ଖୋଲିଦେଲେ ପତ୍ନୀ ପ୍ରିୟଙ୍କା। ଡିଏଫଓ ଦେବେନ୍ଦ୍ର ବେହେରା, ୧୦ ଲକ୍ଷ ଟଙ୍କାର ପିସି ମାଗିବା ସହ ମାନସିକ ନିର୍ଯାତନା ଦେଉଥିବାରୁ ଶେଷରେ ସ୍ବାମୀ ସଞ୍ଜୟ ଜୀବନ ହାରିଦେଇଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ତାଙ୍କ କହିବା କଥା, ଚାରା ରୋପଣ ଦାୟିତ୍ବରେ ଥିଲେ ସଞ୍ଜୟ। ନିଜ ହାତରୁ ହଳ କରାଇବା, ଘାସ ବଛା, ସାର ପ୍ରୟୋଗ ସହ ଶ୍ରମିକ ବାବଦ ଖର୍ଚ୍ଚ କରନ୍ତି। କିନ୍ତୁ ବିଲ୍ କଲାବେଳକୁ ଡିଏଫଓ ୫୦ ପ୍ରତିଶତ ପିସି ମାଗନ୍ତି ବୋଲି କହିଛନ୍ତି ପ୍ରିୟଙ୍କା। ଏଭଳି ଶୋଷଣ କରିବାରୁ ଶେଷରେ ସ୍ବାମୀ ସଞ୍ଜୟ ନିଜ ପାଇଁ ଘର ଖଣ୍ଡେ ମଧ୍ୟ କରିପାରିନଥିବା ପ୍ରିୟଙ୍କା କହିଛନ୍ତି।

ଅଭିଯୋଗ ଯଦି ସତ, ତେବେ ଜଣେ ସାଧାରଣ ଫରେଷ୍ଟରଙ୍କୁ କେଉଁ ଆଧାରରେ ଲକ୍ଷ ଲକ୍ଷ ଟଙ୍କାର ପିସି ମାଗୁଥିଲେ ଡିଏଫ୍ଓ ? ତଥ୍ୟ କହୁଛି, ଚାରାକୁ ନେଇ ଗୁଣାତ୍ମକ ଗବେଷଣା ପାଇଁ ଭୁବନେଶ୍ବର ଓ ରାୟଗଡ଼ାରେ ୧୯ଟି ଗବେଷଣା କେନ୍ଦ୍ର ରହିଛି। ସେହିପରି ଭୁବନେଶ୍ବର ଓ ରାୟଗଡ଼ାରେ ରହିଛି ୪ଟି ବଡ଼ ହାଇଟେକ୍ ନର୍ସରୀ। ପ୍ରତିବର୍ଷ ଫେବ୍ରୁୟାରୀ ଶେଷ ସୁଦ୍ଧା ନର୍ସରୀ ମାନଙ୍କୁ ବିଭିନ୍ନ ବନଖଣ୍ଡ ପକ୍ଷରୁ ଚାରା ପାଇଁ ଟାର୍ଗେଟ୍ ମଗାଯିବା ସହ ସେହି ଅନୁଯାୟୀ ଅନୁଦାନ ପ୍ରଦାନ କରାଯାଏ। ଗୁଣାତ୍ମକ ଚାରା ପାଇଁ ଚାରା ପିଛା ୬ ଟଙ୍କା ୩୭ ପଇସା ଓ ପଲିଥିନ୍ ପଟ୍ ପ୍ଲାଣ୍ଟିଂ ପାଇଁ ଚାରା ପିଛା ୧୨ ଟଙ୍କା ୬୦ ପଇସା। ଆଉ ଏହି ଚାରା ପାଇଁ ଅନୁଦାନ ଆସିଲେ ୩୦ ପ୍ରତିଶତ କମିଶନ ଉପରିସ୍ଥ ଅଧିକାରୀଙ୍କ ପକେଟକୁ ଯାଇଥାଏ।

କଳାହାଣ୍ଡି ଜାରିଂ ହାଇଟେକ୍ ନର୍ସରୀ। ଯେଉଁଠି ଫରେଷ୍ଟର ଥିଲେ ସଞ୍ଜୟ ନାୟକ। ୪ଟି KBK ଅଧିନସ୍ଥ ଜିଲ୍ଲାର ବନଖଣ୍ଡ ମୁଖ୍ୟାଳୟ ରାୟଗଡା ଥିବାବେଳେ ସର୍ବାଧିକ ୧୫୦ ହେକ୍ଟର ଅଞ୍ଚଳ ହେଉଛି ଏହି ନର୍ସରୀ। ଯେଉଁଠି ନା କୌଣସି କାମ ହେଉଥିଲା ନା ଅଡିଟ୍ ହେଉଥିଲା ନା ଗବେଷଣା। କିନ୍ତୁ ବିଲ୍ ହେଉଥିଲା କୋଟି କୋଟିର। ଜାରିଂ ନର୍ସରୀକୁ ଏବର୍ଷ ୨ ଲକ୍ଷ ପଲିଥିନ୍ ପଟ୍ ଚାରା ପାଇଁ ବ୍ୟୟବରାଦ ହୋଇଥିବାବେଳେ ଏହାର ମୂଲ୍ୟ ୨୫ ଲକ୍ଷ ୨୦ ହଜାର ଟଙ୍କା। ସେଇଠି କେହି ରେଞ୍ଜର ନଥିବାରୁ ଫରେଷ୍ଟର ସଞ୍ଜୟ ନାୟକଙ୍କୁ ଡିଏଫଓ ଏହି ବ୍ୟୟବରାଦ ଉପରେ ଭାଗ ବସାଇ ପିସି ମାଗିବା ସହ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

ତେବେ ପିସି ମାଗିବା ଓ ମାନସିକ ନିର୍ଯାତନା ଚାପରୁ ସଞ୍ଜୟ ନାୟକ ଆତ୍ମହତ୍ୟା କଲେ ନା ଏହା ପଛରେ ଆଉ କେଉଁ କାରଣ ? ଚାରା ଦୁର୍ନୀତି ସହ ପିସି କାରବାର କେବଳ କ’ଣ ଡିଏଫ୍ଓ ହିଁ ଚଳାଉଥିଲେ ? ଏଭଳି କେଳେଙ୍କାରୀ ଜୁନାଗଡ଼ ଜାରିଂ ନର୍ସରୀ ବ୍ୟତୀତ ଅନ୍ୟ ସ୍ଥାନରେ ବି ଚାଲୁନି କି ? ଏଭଳି ନାନା ପ୍ରଶ୍ନ ଭିତରେ ଆଜି ମୃତ ଫରେଷ୍ଟର ସଞ୍ଜୟଙ୍କ ରାୟଗଡ଼ା ଘରକୁ ଯାଇ ପରିବାରକୁ ଭେଟିବା ସହ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ତଦନ୍ତ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ।

ସେହିପରି ପିସିସିଏଫ୍ କହିଛନ୍ତି, ପୋଲିସର ପ୍ରାଥମିକ ରିପୋର୍ଟରୁ ଯଦି କିଛି ସନ୍ଦେହ କଲା ଭଳି ତଥ୍ୟ ମିଳିବ, ଆମେ ତଦନ୍ତ କରି ଆକ୍ସନ ନେବୁ। ଏସବୁ ଅଭିଯୋଗ ନେଇ ରାୟଗଡ଼ା ଡିଏଫଓଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନି।
(ରାୟଗଡା ରୁ ସୁପ୍ରିୟା ଷଡ଼ଙ୍ଗୀ ଙ୍କ ରିପୋର୍ଟ )

  • Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ