ଭୋଟ ଚୋରି ପ୍ରସଙ୍ଗ…ଠିକ ସମୟରେ ଯଦି ଅପିଲ କରିଥିଲେ ସମାଧାନ ହୋଇପାରିଥାନ୍ତା : ନିର୍ବଚନ କମିଶନର 

Spread the love

ନୂଆଦିଲ୍ଲୀ : ଭୋଟର ତାଲିକାରେ ତ୍ରୁଟିକୁ ନେଇ କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ନିର୍ବାଚନ କମିସନଙ୍କ ଉପରେ ଭୋଟ ଚୋରି ଅଭିଯୋଗ କରୁଛନ୍ତି। ଏହାକୁ ନେଇ ସଂସଦରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ବିକ୍ଷୋଭ କରୁଛନ୍ତି ।  ବିରୋଧୀ ଦଳମନଙ୍କ ଏହି ଆରୋପକୁ ନେଇ ନିର୍ବାଚନ କମିସନ ଶନିବାର ସ୍ପଷ୍ଟ କରିଛନ୍ତି ଯେ ଭୋଟର ତାଲିକା ପ୍ରସ୍ତୁତିର ସମସ୍ତ ପର୍ଯ୍ୟାୟରେ ରାଜନୈତିକ ଦଳଗୁଡ଼ିକ ସାମିଲ ରହିଥାନ୍ତି।

କମିଶନ କହିଛନ୍ତି ଯେ ଡ୍ରାଫ୍ଟ ଭୋଟର ତାଲିକାର ହାର୍ଡ କପି ଏବଂ ଡିଜିଟାଲ୍ କପି ସମସ୍ତ ରାଜନୈତିକ ଦଳ ମାନଙ୍କୁ ପ୍ରଦାନ କରାଯାଇଥାଏ। ଆହୁରି ମଧ୍ୟ ଏଗୁଡ଼ିକୁ ନିର୍ବାଚନ କମିସନଙ୍କ ୱେବସାଇଟରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଥାଏ। ତାହାପରେ ଆପତ୍ତି ଅଭିଯୋଗ ଜଣାଇବାକୁ ଗୋଟିଏ ମାସ ସମୟ ଦିଆଯାଇଥାଏ । ଏହା ପରେ ଚୂଡାନ୍ତ ଭୋଟର ତାଲିକାକୁ ବି ରାଜନୈତିକ ଦଳମାନଙ୍କ ସହ ସେୟାର କରାଯାଇଥାଏ ଓ ଦ୍ବିସ୍ତରୀୟ ଅପିଲ ବ୍ୟବସ୍ଥା ଉପଲବ୍ଧ କରାଯାଇଥାଏ । ଏହା ସତ୍ତ୍ବେ ଲାଗୁଛି ଯେ କେତେକ ରାଜ୍ୟନୈତିକ ଦଳର ବୁଥସ୍ତରୀୟ ଏଜେଣ୍ଟମାନେ ସମୟ ଥାଉ ଥାଉ ତ୍ରୁଟିଗୁଡ଼ିକ ସମ୍ପର୍କରେ ଅପିଲ କରିନଥିଲେ । ଯଦି କୌଣସି ବୁଥ ଏଜେଣ୍ଟଙ୍କର ଭୋଟର ତାଲିକାକୁ ନେଇ କୌଣସି ପ୍ରକାରର ଆପତ୍ତି ଥିଲା, ସେ ଠିକ ସମୟରେ ଏହାକୁ ନେଇ ଅପିଲ କରିନଥିଲେ । ସେ ଯଦି ଅପିଲ କରିଥାନ୍ତା ତାହାର ସମାଧାନ ହୋଇପାରିଥାନ୍ତା । 


  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 40 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 33 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 36 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 50 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 51 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 42 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍