ଭୋଟ୍ ଚୋରି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ପ୍ରେସମିଟରେ ସ୍ପଷ୍ଟୀକରଣ: ଆମେ ପକ୍ଷ ନୁହେଁ, ବିପକ୍ଷ ନୁହେଁ….ଆମେ କେବଳ ସମକକ୍ଷ.

Spread the love

ଜେଏମଜେ ବ୍ୟୁରୋ : ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ଶେଷରେ ପ୍ରେସମିଟ୍ କରି ସ୍ପଷ୍ଟୀକରଣ ରଖିଛନ୍ତି ନିର୍ବାଚନ ଆୟୋଗ । ବିହାରରେ କରାଯାଇଥିବା ଏସଆଇଆରକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଇବା ପରେ ଏହାର ଜବାବ ରଖିଛନ୍ତି ନିର୍ବାଚନ ଆୟୋଗ । ସ୍ପଷ୍ଟ ଭାବେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର କହିଛନ୍ତି ଯେ, ଆମେ କାହାର ପକ୍ଷ ନୁହେଁ, କାହାର ବିପକ୍ଷ ନୁହେଁ ।ଆମେ ସମସ୍ତଙ୍କ ସମକକ୍ଷ ।

ତେବେ ଯେ କୌଣସି ଅଭିଯୋଗ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ଅଛି । ହେଲେ ରାଜନୈତିକ ଦଳମାନେ କିନ୍ତୁ ଭୋଟ୍ ଚୋରି ଭଳି ଶବ୍ଦ ବ୍ୟବହାର କରିବା ପୂରାପୂରି ଭୁଲ୍ । ଏଭଳି ଘଟଣାରେ କୋର୍ଟରେ ମାମଲା ଦାଖଲ କରିବା ଉଚିତ ବୋଲି କହିଛନ୍ତି ନିର୍ବାଚନ ଆୟୋଗ । ଏହାସହ ଯେଉଁମାନେ ଭୋଟରମାନଙ୍କର ଫଟୋ, ନାମ ଏବଂ ପରିଚୟ ସାର୍ବଜନୀନ ଭାବେ ଦେଖାଉଛନ୍ତି, ତାହା ଭୁଲ୍ ବୋଲି କହିଛନ୍ତି ନିର୍ବାଚନ ଆୟୋଗ ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ସମସ୍ତଙ୍କ ନାଗରିକ ମତଦାତା ହେବା ଆବଶ୍ୟକ ଏବଂ ମତଦାନ କରିବା ବି ଜରୁରୀ । ସବୁ ରାଜନୈତିକ ଦଳର ଜନ୍ମ ନିର୍ବାଚନ ଆୟୋଗଙ୍କ ରେଜିଷ୍ଟ୍ରେସନରୁ ହିଁ ହୋଇଥାଏ । ତା’ହେଲେ ସେ ସବୁ ରାଜନୈତିକ ଦଳ ଭିତରେ ଭେଦଭାବ କେମିତି କରିପାରିବେ? ନିର୍ବାଚନ ଆୟୋଗ ପାଇଁ କେହି ପକ୍ଷ କି ବିପକ୍ଷ ନଥାନ୍ତି ବରଂ ସମସ୍ତେ ସମକକ୍ଷ ଥାଆନ୍ତି । ସେ ଯେ କୌଣସି ଦଳର ହୁଅନ୍ତୁ ପଛେ ନିର୍ବାଚନ ଆୟୋଗ ସାମ୍ବିଧାନିକ କର୍ତ୍ତବ୍ୟରୁ ପଛକୁ କେବେ ହଟିନି । ଗତ ୨୦ ବର୍ଷ ହେବ ଦେଶର ସବୁ ରାଜନୈତିକ ଦଳ ଗୁଡ଼ିକ ମତଦାତା ତାଲିକାରେ ତ୍ରୁଟି ସଂଶୋଧନ ପାଇଁ ଦାବି କରିଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ବିହାରରୁ ଏସଆଇଆରର କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ଏହି ଏସଆଇଆର ପ୍ରକ୍ରିୟାରେ ସମସ୍ତ ମତଦାତା, ବୁଥ୍ ଲେଭଲ୍ ଅଫିସର ଓ ପଞ୍ଜିକୃତ ହୋଇଥିବା ରାଜନୈତିକ ଦଳ ଦ୍ବାରା ନାମିତ ୧.୬ ଲକ୍ଷ ବିଏଲଏ ମିଳିତ ଭାବେ ଏକ ପ୍ରାରମ୍ଭିକ ତାଲିକା ପ୍ରସ୍ତୁତ କରିଛନ୍ତି । ଏପରିକି ତ୍ରୁଟି ସୁଧାରିବାକୁ ବିଭିନ୍ନ ରାଜନୈତିକ ଦଳର ଏଜେଣ୍ଟ ମାନେ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇ ଦସ୍ତଖତ ମଧ୍ୟ କରିଛନ୍ତି । ପୂର୍ବରୁ ସ୍ବୟଂ ମତଦାତାମାନେ ୨୮,୩୭୦ ଅଭିଯୋଗ କରିଛନ୍ତି । ଏହାକୁ ସୁଧାରିବା ପାଇଁ ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ଯାଏଁ ତାରିଖ ନିର୍ଦ୍ଧାରିତ ହୋଇଛି । ଏବେ ବି ୧୫ ଦିନ ବାକି ଅଛି, ନିର୍ବାଚନ କମିସନ ସମସ୍ତ ରାଜନୈତିକ ଦଳ, ଆଞ୍ଚଳିକ ରାଜନୈତକ ଦଳ ଏବଂ ତାଙ୍କ ଦ୍ବାରା ନିଯୁକ୍ତ ହୋଇଥିବା ଏଜେଣ୍ଟ୍ ମାନେ ଯଦି କୌଣସି ତ୍ରୁଟି ଦେଖନ୍ତି ତେବେ ଫର୍ମ ଦ୍ବାରା ନିର୍ବାଚନ କମିସନକୁ ଜଣାଇପାରିବେ ବୋଲି ସେ କହିଛନ୍ତି ।

  • jmjnewso

    Related Posts

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    Spread the love

    Spread the love ଜେଏମଜେ ନ୍ୟୁଜ : ଅବସରପ୍ରାପ୍ତ ଅଣ-ଗେଜେଟେଡ୍ ଏବଂ ଗେଜେଟେଡ୍ ଦିଲ୍ଲୀ ପୁଲିସ ଅଧିକାରୀଙ୍କ ସଂଗଠନ, ଦିଲ୍ଲୀ ପୁଲିସ ମହାସଂଘ, ଜୁଲାଇ ୩୧ ରେ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜନ୍ତରମନ୍ତରରେ ଏକ ଶାନ୍ତିପୂର୍ଣ୍ଣ ଦିନିକିଆ ଧାରଣା…

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି(ସିଜେପି) ପକ୍ଷରୁ ବିକ୍ଷୋଭ ସମୟରେ, ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିଥିଲା ଏବଂ ଲୁହ ବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରିଥିଲା। ଏହି ମାମଲାର…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026