ସାତ ଦିନ ଭିତରେ ସତ୍ୟପାଠ ଦିଅ, ନଚେତ୍ ସାରା ଦେଶକୁ କ୍ଷମା ମାଗ।

Spread the love

ଜେଏମଜେ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ବଡ଼ ବୟାନ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ନାଁ ନନେଇ କହିଛନ୍ତି ଯେ, ନର୍ବାଚନ ଆୟୋଗ ଓ ମତଦାନ ସୂଚୀକୁ ନେଇ ସେ ଯେଉଁ ଅଭିଯୋଗ ଲଗାଇଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଛ । ଯଦି ସେ କରୁଥିବା ଦାବିର ପ୍ରମାଣ ଅଛି, ତେବେ ସାତ ଦିନ ଭିତରେ ଶପଥପତ୍ର (ସତ୍ୟପାଠ) ଦିଅନ୍ତୁ, ନଚେତ୍ ସାରା ଦେଶକୁ କ୍ଷମା ମାଗନ୍ତୁ ।

ଜ୍ଞାନେଶ କୁମାର କହିଛନ୍ତି, ମତଦାନ ସୂଚୀକୁ ସ୍ୱଚ୍ଛ ରଖିବା ଏକ ସାମୂହିକ ଦାୟିତ୍ୱ । ବିହାରରେ ଆମର ବୁଥ୍ ସ୍ତରର ଅଧିକାରୀ ବୁଥ୍ ସ୍ତରର ଏଜେଣ୍ଟ ଓ ରାଜନୈତିକ ଦଳ ସହ ମିଶି କାମ କରିଛନ୍ତି । ଏହି କାରଣରୁ ଅଗଷ୍ଟ ୧ ପରେ କୌଣସି ବି ରାଜନୈତିକ ଦଳ ଗୋଟିଏ ବି ଆପତ୍ତି ଉଠାଇନାହାନ୍ତି ।

ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ ପିପିଟି ଦେଖାଇ, ଯେଉଁଥିରେ ନିର୍ବାଚନ ଆୟୋଗଙ୍କ ଡାଟା ନାହିଁ, ଭୁଲ ଭାବରେ ବିଶ୍ଲେଷଣ କରିବା ଓ କୌଣସି ମହିଳା ଦୁଇ ଥର ଭୋଟ ଦେଇଥିବା କହିବା ସଙ୍ଗୀନ ଅଭିଯୋଗ ଅଟେ । ସେ ଜୋର ଦେଇଛନ୍ତି ଯେ ବିନା ସତ୍ୟପାଠରେ ଏପରି ସଙ୍ଗୀନ ଅଭିଯୋଗ ଉପରେ ନିର୍ବାଚନ ଆୟୋଗ କୌଣସି ପଦକ୍ଷେପ ନେଇପାରିବେ ନାହିଁ, କାରଣ ଏହା ଉଭୟ ସମ୍ୱିଧାନ ଓ ନିର୍ବାଚନ ଆୟୋଗର ବିରୁଦ୍ଧ ଅଟେ ।

ରାହୁଲ ଗାନ୍ଧୀଙ୍କ ନାଁ ନନେଇ ସେ କହିଛନ୍ତି, ‘ମୋର ସମସ୍ତ ଭୋଟରଙ୍କୁ ଅପରାଧୀ କୁହାଯିବ ଆଉ ନିର୍ବାଚନ ଆୟୋଗ ଶାନ୍ତ ରହିବ ? ଏହା ସମ୍ଭବ ନୁହେଁ । ସତ୍ୟପାଠ ଦେବାକୁ ପଡ଼ିବ, କିମ୍ୱା ଦେଶକୁ କ୍ଷମା ମାଗିବାକୁ ପଡ଼ିବ । ତୃତୀୟ ବିକଳ୍ପ ନାହିଁ । ଯଦି ସାତ ଦିନ ଭିତରେ ଶପଥପତ୍ର ନମିଳେ ତେବେ ଏହାର ଅର୍ଥ ଯେ ସବୁ ଅଭିଯୋଗ ଭିତ୍ତିହୀନ ଅଟେ ।’

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 40 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 33 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 36 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 50 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 51 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 42 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍