ପିଏମ୍‌, ସିଏମ୍ କିମ୍ବା ମନ୍ତ୍ରୀ…୩୦ ଦିନରୁ ଅଧିକ ଦିନ ଜେଲ୍‌ ଗଲେ ହରାଇବେ ପଦବୀ.

Spread the love

ଜେଏମଜେ ବ୍ୟୁରୋ : ଆଇନ ଆଗରେ ସମସ୍ତେ ସମାନ । ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ ଯଦି ଏହି ପଦରେ ଥିବା ବ୍ୟକ୍ତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସେ ଓ ଗିରଫ ହୁଅନ୍ତି ତେବେ ନିଆଯିବ କଡ଼ା ଆକ୍ସନ । ଏହାକୁ ପ୍ରମାଣିତ କରିବାକୁ ଆଜି ସଂସଦରେ ଆସିବ ବଡ଼ ବିଲ । ଲୋକସଭାରେ ଆଜି (ବୁଧବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ୩ ଗୁତୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପିତ କରିବ ।

ଯାହାର ଉଦ୍ଦେଶ୍ୟ ରହିଛି, ଯଦି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ଥାଏ । ୩୦ ଦିନରୁ ଅଧିକ ଦିନ ଜେଲ୍ କିମ୍ବା ହେପାଜତକୁ ଯାଆନ୍ତି ତେବେ ସେମାନେ ତାଙ୍କ ପଦ ହରାଇପାରନ୍ତି । ଏ ନେଇ ଆଜି ସଂସଦରେ ନୂଆ ଆଇନ୍ ଆସିବ । ବର୍ତ୍ତମାନ ସୁଦ୍ଧା ଆଇନ୍ରେ ଏପରି କିଛି ବ୍ୟବସ୍ଥା ନାହିଁ କି ନେତାମନ୍ତ୍ରୀ ନ୍ୟାୟିକ ହେପାଜତକୁ ଗଲେ ତାଙ୍କୁ ପଦ ହରାଇବାକୁ ପଡ଼ିବ । ନୂଆ ବ୍ୟବସ୍ଥା ଆଣିବାକୁ କେନ୍ଦ୍ର ସରକାର ୩ ବିଲ୍ ପ୍ରସ୍ତୁତ କରିଛନ୍ତି । ଗୁରୁତର ଅପରାଧିକ ମାମଲାରେ ଅଭିଯୁକ୍ତ ନେତାମନ୍ତ୍ରୀ ସେମାନଙ୍କ ପଦ ହରାଇବେ ।

ବିଲ୍ରେ କ’ଣ ବ୍ୟବସ୍ଥା ଅଛି ?କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଲୋକସଭାର ମହାସଚିବଙ୍କୁ ଏହି ବିଲ୍ ଆଗତ କରିବା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବିଲ୍ ଅନୁଯାୟୀ, ଯଦି କୌଣସି ମନ୍ତ୍ରୀ କିମ୍ବା ଜଣେ ସମ୍ମାନନୀୟ ବ୍ୟକ୍ତିଙ୍କୁ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡ ପାଇଁ ଗୁରୁତର ଅଭିଯୋଗରେ ଗିରଫ କରାଯାଏ ଏବଂ ସେ ଲଗାତାର ୩୦ ଦିନ ପାଇଁ ହାଜତରେ ରୁହନ୍ତି, ତେବେ ତାଙ୍କୁ ପଦରୁ ହଟାଇ ଦିଆଯାଇପାରିବ। ତାଙ୍କୁ ହଟାଇବା ନେଇ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସୁପାରିଶ୍ କରାଯିବ। ଯଦି ସୁପାରିଶ୍ ନ ମିଳେ, ତେବେ ସେହି ମନ୍ତ୍ରୀ ସ୍ୱୟଂଚାଳିତ ଭାବରେ ପଦରୁ ହଟିଯିବେ ।

ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ପାଇଁ ମଧ୍ୟ ଲାଗୁ ହେବ- ସବୁଠାରୁ ବଡ଼ କଥା ହେଉଛି, ଏହି ନିୟମ ପ୍ରଧାନମନ୍ତ୍ରୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ଯଦି ସେ ୩୦ ଦିନରୁ ଅଧିକ ହେପାଜତରେ ରୁହନ୍ତି, ଗିରଫଦାରୀର ୩୧ତମ ଦିନରେ ଇସ୍ତଫା ନଦିଅନ୍ତି ତେବେ ତେବେ ସେ ତାଙ୍କ ପଦ ହରାଇବେ । ତଥାପି, ରାଷ୍ଟ୍ରପତି ତାଙ୍କୁ ପରେ ଯେକୌଣସି ସମୟରେ ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀ ଭାବରେ ନିଯୁକ୍ତି କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ ।

ଏହି ବିଲ୍ କାହିଁକି ଅଣାଯାଉଛି ?ଏହି ବିଲ୍ ଆଣିବାର କାରଣ, ଭାରତର ନିର୍ବାଚିତ ପ୍ରତିନିଧିମାନେ ନାଗରିକଙ୍କ ଆଶା ଏବଂ ଆକାଂକ୍ଷାର ପ୍ରତିନିଧିତ୍ୱ କରନ୍ତି । ଏପରି ପରିସ୍ଥିତିରେ, ଆଶା କରାଯାଉଛି ଯେ ସେମାନେ ରାଜନୈତିକ ସ୍ୱାର୍ଥରୁ ଊର୍ଦ୍ଧ୍ୱକୁ ଉଠି କେବଳ ଜନସ୍ୱାର୍ଥ ଏବଂ ଲୋକଙ୍କ କଲ୍ୟାଣ ପାଇଁ କାମ କରିବେ ।

ସରକାର ୩ ବିଲ୍ ଉପସ୍ଥାପନ କରିବେ- ଏହି ବିଲ୍ ଆଜି ଲୋକସଭାରେ ଉପସ୍ଥାପିତ ହେବ । ଏହା ସହିତ ସରକାର ମୋଟ୍ ୩ ବିଲ୍ ଉପସ୍ଥାପନ କରିବାକୁ ଯାଉଛନ୍ତି, ଯାହା ମଧ୍ୟରୁ ଗୋଟିଏ ସମ୍ବିଧାନ ସଂଶୋଧନ ବିଲ୍ର ୧୩୦ତମ ସଂଶୋଧନ ହେବ । ଏହା ବ୍ୟତୀତ କେନ୍ଦ୍ର ଶାସିତ ଅଞ୍ଚଳ ସଂଶୋଧନ ବିଲ୍ ଏବଂ ଜମ୍ମୁ-କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ମଧ୍ୟ ଉପସ୍ଥାପିତ ହେବ । ଏହି ବିଲ୍ଗୁଡ଼ିକୁ ବିଚାର ପାଇଁ ମିଳିତ ସଂସଦୀୟ କମିଟିକୁ ପଠାଯିବ ଯାହା ଦ୍ୱାରା ଏହା ଉପରେ ସମସ୍ତ ଦଳର ମତାମତ ନିଆଯାଇପାରିବ ।

  • jmjnewso

    Related Posts

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    ବିଜେଡି ଓ କଂଗ୍ରେସର ସଭ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା। କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026