ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ, ‘ଜଣଶୁଣାଣି’ରେ ଚାପୁଡ଼ା ମାରିଲେ ଅଭିଯୋଗକାରୀ

Spread the love

ଜେଏମଜେ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରକୁ ଜନଶୁଣାଣି ସମୟରେ ଆକ୍ରମଣ ହୋଇଥିବା ଖବର ଆସିଛି । ମୁଖ୍ୟମନ୍ତ୍ରୀଙ୍କ ସିଭିଲ ଲାଇନ୍ସ ସ୍ଥିତ ସରକାରୀ ବାସଭବନରେ ଆୟୋଜିତ ଜନଶୁଣାଣିରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । କୁହାଯାଉଛି ଯେ, ଜଣେ ବ୍ୟକ୍ତି ପଥର ଭଳି କୌଣସି ଜିନିଷ ନେଇ ସିଏମଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ।

ସିଏମ୍ ଙ୍କୁ ଚାପୁଡ଼ା ମାରିଥିବା ମଧ୍ୟ କୁହାଯାଉଛି । ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦଳ ଏବଂ ସେଠାରେ ଉପସ୍ଥିତ ଲୋକମାନେ ଅଟକାଇ ଥିଲେ । ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଘଟଣାର ତଦନ୍ତ ଚାଲିଛି ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଧିକାରୀଙ୍କୁ କହିବା ଅନୁସାରେ, ଯେତେବେଳେ ମୁଖ୍ୟମନ୍ତ୍ରୀ ଜନଶୁଣାଣି କରୁଥିଲେ, ଜଣେ ବ୍ୟକ୍ତି ତାଙ୍କ ଅଭିଯୋଗ ନେଇ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଦିଲ୍ଲୀ ବିଜେପି ମୁଖମାତ୍ର ପ୍ରବୀଣ ଶଙ୍କର କହିଛନ୍ତି ଯେ, ଜଣେ ବ୍ୟକ୍ତି ଜନଶୁଣାଣି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ପ୍ରଥମେ କିଛି କାଗଜପତ୍ର ଦେଖାଇଥିଲେ । ଏହାପରେ ଚିତ୍କାର କରିବାକୁ ଲାଗିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡା ମାରିଥିଲେ । ବ୍ୟକ୍ତିଜଣଙ୍କୁ ହେପାଜତକୁ ନିଆଯାଇଛି । ଆକ୍ରମଣକାରୀ ଜଣଙ୍କ ବୟସ ପ୍ରାୟ ୩୫ ବର୍ଷ । ‘ଜଣଶୁଣାଣି’କୁ ପଥଭ୍ରଷ୍ଟ କରାଯିବାକୁ ଏପରି କରାଯାଇଛି ।

ଘଟଣାକୁ ନେଇ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ କହିଛନ୍ତି, ”ସିଏମ୍ ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ବହୁତ ଦୁଃଖଦ । ଏହାକୁ ମୁଁ ନିନ୍ଦା କରୁଛି । ସିଏମ୍ ପୁରା ଦିଲ୍ଲୀର ନେତୃତ୍ୱ ନିଅନ୍ତି । ଏ ପ୍ରକାର ଘଟଣାକୁ ଯେତେ ନିନ୍ଦା କଲେ କମ୍ । ଏହା ସହିତ ଘଟଣା ଦିଲ୍ଲୀରେ ମହିଳା ସୁରକ୍ଷାର ପୋଲ୍ ବି ଖୋଲିଛି । ଯଦି ମୁଖ୍ୟମନ୍ତ୍ରୀ ସୁରକ୍ଷିତ ନାହାନ୍ତି ତେବେ ସାଧାରଣ ଜନତା କିମ୍ବା ମହିଳା କିପରି ସୁରକ୍ଷିତ ରହିବେ ।”

‘ଅତ୍ୟନ୍ତ ନିନ୍ଦନୀୟ’- ଘଟଣାକୁ ନେଇ ସୋସିଆଲ ମିଡିଆ ଏକ୍ସରେ ବିରୋଧୀ ଦଳ ନେତା ଆତିଶି କହିଛନ୍ତି, ଦିଲ୍ଲୀ ସିଏମ୍ ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ଲୋକତନ୍ତ୍ରରେ ଅସହମତି ଓ ବିରୋଧର ସ୍ଥାନ ଅଛି । ହିଂସା ପାଇଁ କୌଣସି ସ୍ଥାନ ନାହିଁ । ଆଶା କରୁଛି ଦିଲ୍ଲୀ ପୋଲିସ ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆଶା କରୁଛି ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଥିବେ ।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 3 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 3 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 36 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 50 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!