ଜେଲ୍ ଗଲେ ପଦରୁ ବିଦା ହେବେ PM, CM, ମନ୍ତ୍ରୀ; ଲୋକସଭାରେ ବିଲ୍ ଆଗତ ପରେ କପି ଚିରି ଫିଙ୍ଗିଲେ ବିରୋଧୀ… ଗୃହ ମୁଲତବୀ

Spread the love

ଜେଏମଜେ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ୧୩୦ ତମ ସମ୍ବିଧାନ ସଂଶୋଧନ ବିଲ୍ ୨୦୨୫, କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍ ୨୦୨୫ ଏବଂ ଜମ୍ମୁ ଏବଂ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫ ଆଗତ କରିଛନ୍ତି । ଏହି ବିଲ୍‌ଗୁଡ଼ିକରେ ଏକ ବ୍ୟବସ୍ଥା ଅଛି ଯେ ଯଦି କେନ୍ଦ୍ର ମନ୍ତ୍ରୀ ପରିଷଦର କୌଣସି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ମନ୍ତ୍ରୀ ଏପରି ଗମ୍ଭୀର ଅପରାଧରେ ଗିରଫ ହୁଅନ୍ତି, ଯାହାର ପରିଣାମ ସ୍ୱରୂପ ସର୍ବନିମ୍ନ ୫ ବର୍ଷ ଜେଲ୍ ହୋଇପାରେ ଏବଂ ତାଙ୍କୁ ଲଗାତାର ୩୦ ଦିନ ପାଇଁ ହାଜତରେ ରଖାଯାଏ, ତେବେ ୩୧ ତମ ଦିନରେ ତାଙ୍କୁ ଇସ୍ତଫା ଦେବାକୁ ପଡିବ । ନହେଲେ ପଦରୁ ହଟାଇ ଦିଆଯିବ । ବିଶେଷ କଥା ହେଉଛି ଏହି ନିୟମ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ପରି ଅନ୍ୟ ବଡ଼ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଏପର୍ଯ୍ୟନ୍ତ ନିୟମ ଅନୁଯାୟୀ, ଯଦି କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଗିରଫ ହୁଅନ୍ତି କିମ୍ବା ଜେଲ ଯାଆନ୍ତି ତେବେ ତାଙ୍କ ଇସ୍ତଫା ଦେବାର କୌଣସି ବ୍ୟବସ୍ଥା ନଥିଲା । ତଥାପି ଏହି ବିଲ୍ ଆଜି ପାସ୍ ହେବ ନାହିଁ । ଏହାକୁ ସଂସଦର ସିଲେକ୍ଟ କମିଟିକୁ ପଠାଯିବ।

ହେଲେ ଏହି ବିଲ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ବିରୋଧୀ । ଏପରି କରି ସରକାର ଅଣ-ବିଜେପି ସରକାରଙ୍କ ପ୍ରତି ଦାଉ ସାଧିବେ ବୋଲି ଅଭିଯୋଗ କରି ଲୋକସଭା ଗୃହରେ ଜୋରଦାର ହଙ୍ଗାମା କରିଛନ୍ତି ବିରୋଧୀ । ବିଲଟି ଲୋକସଭାରେ ଆଗତ ହେବା ପରେ ଉକ୍ତ ବିଲର କପିକୁ ଚିରିକି ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଆଡକୁ ଫିଙ୍ଗିଛନ୍ତି ବିରୋଧୀ । ଫଳରେ ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି ।

ଏନେଇ AIMIM ସାଂସଦ ଅସଦୁଦ୍ଦିନ ଓୱେସି କହିଛନ୍ତି, ମୁଁ ଜମ୍ମୁ ଏବଂ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫, କେନ୍ଦ୍ର ଶାସିତ ଅଞ୍ଚଳ ସରକାର (ସଂଶୋଧନ) ବିଲ୍ ୨୦୨୫ ଏବଂ ସମ୍ବିଧାନ (୧୩୦ ତମ ସଂଶୋଧନ) ବିଲ୍ ୨୦୨୫ ଆଗତ କରିବାର ବିରୋଧ କରୁଛି। ଏହା ସରକାର ଚୟନ କରିବାର ଅଧିକାରକୁ ଦୁର୍ବଳ କରେ।

ଅନ୍ୟପଟେ ଏହାକୁ ନେଇ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ଶାସକ ଦଳର ସାଂସଦ । ଗୁରୁତର ଅପରାଧିକ ଅଭିଯୋଗର ସମ୍ମୁଖୀନ ହୋଇଥିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ ହଟାଇବା ପାଇଁ ବିଲ୍ ବିଷୟରେ ବିଜେପି ସାଂସଦ ମନନ କୁମାର ମିଶ୍ର କହିଛନ୍ତି, ଏଠାରେ କୌଣସି ପ୍ରକାରର ପଦକ୍ଷେପ ନିଆଯାଇନାହିଁ। ବିରୋଧୀ ଜନତାଙ୍କ ଧ୍ୟାନ ହଟାଇବାକୁ ଚାହୁଁଛନ୍ତି। ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ଆଣିବାକୁ ଯାଉଛନ୍ତି, ଯାହା ଅନୁଯାୟୀ ଯେଉଁମାନେ ୩୦ ଦିନରୁ ଅଧିକ ସମୟ ପାଇଁ ଜେଲରେ ଅଛନ୍ତି ସେମାନେ ମନ୍ତ୍ରୀ ପଦରେ ରହିପାରିବେ ନାହିଁ।

ତେବେ ରାଜନୀତିରେ ଅତି କମରେ ଦୁଇଟି ଉଦାହରଣ ଅଛି ଯେଉଁଠାରୁ ଏହି ବିଲ୍‌ର ଗୁରୁତ୍ୱ ବୁଝାଯାଇପାରିବ। ଅରବିନ୍ଦ କେଜ୍ରିୱାଲ୍ ମଦ ଦୁର୍ନୀତିରେ ୧୫୬ ଦିନ ପାଇଁ ତିହାର ଜେଲ୍‌ରେ ରହିଥିଲେ, କିନ୍ତୁ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନଥିଲେ। ସେହିପରି ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ୍ ବାଲାଜୀ ୮ ମାସ ଜେଲ୍‌ରେ ରହିବା ସତ୍ତ୍ୱେ ମନ୍ତ୍ରୀ ରହିଥିଲେ । ସୁପ୍ରିମକୋର୍ଟଙ୍କ କଠୋର ମନ୍ତବ୍ୟ ପରେ ଶେଷରେ ସେନ୍ଥିଲ୍‌ଙ୍କୁ ଇସ୍ତଫା ଦେବାକୁ ପଡିଲା ।

ଏହି ବିଲ୍ ଆଇନରେ ପରିଣତ ହେଲେ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡନୀୟ ଅପରାଧ ପାଇଁ ୩୦ ଦିନ ପାଇଁ ହାଜତରେ ରହିବା ଉପରେ ବହିଷ୍କାରର ବ୍ୟବସ୍ଥା ଜାରି ହେବ । ଗିରଫଦାରୀ ସମୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ନିଜ ପଦରୁ ବିଦା ହେବେ ।

  • jmjnewso

    Related Posts

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ…

    ଜନତା ମାଗେ ଜବାବ 30 ଜୁଲାଇ 2026

    Spread the love

    Spread the love

    Leave a Reply

    Your email address will not be published. Required fields are marked *

    You Missed

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ