ମୁନିଗୁଡାକୁ ଏନଏସି ଘୋଷଣା ଦାବିକୁ ନେଇ 12 ଘଣ୍ଟିଆ ବନ୍ଦ ଡାକରା

Spread the love

ସୁପ୍ରିୟା ଷଡ଼ଙ୍ଗୀ ଙ୍କ ରିପୋର୍ଟ..

ରାୟଗଡା : (ଜେଏମଜେ ନ୍ୟୁଜ )ମୁନିଗୁଡ଼ା ରାୟଗଡ଼ା ଜିଲ୍ଲା ମୁନିଗୁଡାକୁ ଏନଏସି ଘୋଷଣା ଦାବିକୁ ନେଇ ଏନଏସି ମିଳିତ କ୍ରିୟାନୁଷ୍ଠାନ କମିଟିର ଆୟୋଜନ ଓ ମୁନିଗୁଡା ପ୍ରଗତି ମଞ୍ଚର ସୌଜନ୍ୟରେ ମୁନିଗୁଡାର ସ୍ରମସ୍ତ ରାଜନୈତିକ,ଧାର୍ମିକ,ସାମାଜିକ ଅନୁଷ୍ଠାନ, କ୍ଳବ ଓ ବ୍ୟବସାୟୀ ସଙ୍ଘ,ବିଭିନ୍ନ ଯୁବଗୋଷ୍ଠୀ ଓ ଜନସାଧାରଣଙ୍କ ମିଳିତରେ 12 ଘଣ୍ଟିଆ ବନ୍ଦ ଡାକରା ସଫଳ ହୋଇଥିବା ଦେଖାଯାଇଥିଲା l ଏହି ବନ୍ଦ ଡାକରାରେ ଜରୁରୀ କାଳୀନ ସେବା ଓ ଅତ୍ୟାବଶ୍ୟକ ଔଷଧ ଦୋକାନ ଖୋଲା ରହିଥିବା ବେଳେ ମୁନିଗୁଡାର ସମସ୍ତ ଦୋକାନ ବଜାର, ହୋଟେଲ,ଚାଦୋକାନ ବନ୍ଦ ରହିଥିବା ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନ,ବ୍ୟାଙ୍କ,ବିଦ୍ୟାଳୟ,ମହାବିଦ୍ୟାଳୟ ମଧ୍ୟ ବନ୍ଦ ରହିଥିଲା ଏଥିସହ ମୁନିଗୁଡାର ଗୋବର୍ଦ୍ଧନ ଛକ,ତିନିକୋଣିଆ ଛକ ଓ ମୁନିଖୋଲ ଛକ ସମେତ ଅନ୍ୟ ଛକ ମାନଙ୍କରେ ପ୍ରତିବାଦ କରିବା ସହ ସମସ୍ତ ଅଖଚକ ମଧ୍ୟ ବନ୍ଦ କରାଯାଇଥିଲା l ଫଳରେ ମୁନିଗୁଡାର ଉଭୟ ପାର୍ଶ୍ୱରେ ଶତାଧିକ ଟ୍ରକ ଗୁଡିକ ଅଟକି ରହିଥିବା ବେଳେ ମୁନିଗୁଡାରୁ ସଂଯୋଗ କରୁଥିବା ପଡୋଶୀ ରାଜ୍ୟ ଛତିଶଗଡ ଓ ଆନ୍ଦ୍ରାପ୍ରଦେଶ ଏବଂ ପଡୋଶୀ କନ୍ଧମାଳ, କଳାହାଣ୍ଡି,ଗଜପତି ଜିଲ୍ଲାକୁ ସମ୍ପୂର୍ଣ ଭାବେ ଗାଡି ଚଳାଚଳ ବନ୍ଦ ରହିଥିଲା l

ଏନେଇ ବସଷ୍ଟେଣ୍ଡରେ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ଯାତ୍ରୀ ମାନେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା l ଏହି ଅବସରରେ ମୁନିଗୁଡା ସହରବାସୀ ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ରାଜ୍ୟ ସରକାର 12ଟି ନୂତନ ଏନଏସି ଘୋଷଣା କରିଛନ୍ତି। ଦୁଃଖ ପରିତାପର ବିଷୟ ପୂର୍ବରୁ ସରକାର ମୁନିଗୁଡାକୁ ଏନଏସି ଘୋଷଣା ତାଲିକାରେ ରଖିଥିବା ସତ୍ୱେ ବର୍ତମାନ ସେହି ତାଲିକାରୁ ମୁନିଗୁଡା ବାଦ ଦେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏନେଇ ମୁନିଗୁଡାକୁ ଏନଏସି ତାଲିକାରୁ କାହିଁକି ବାଦ ଦିଆଗଲା ବୋଲି ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତା ମାନେ ପ୍ରଶ୍ନ ଉଠାଇଥିଲେ l

ଏଥିସହ ଯେପର୍ଯ୍ୟନ୍ତ ମୁନିଗୁଡାକୁ ଏନଏସି ଘୋଷଣା କରାନଯିବ ସେପର୍ଯ୍ୟନ୍ତ ସହରବାସୀଙ୍କ ତରଫରୁ ଆନ୍ଦୋଳନକୁ ଜୋରଜାର କରାଯିବ ବୋଲି ଆନ୍ଦୋଳନକାରୀ ମାନେ ସାହୁହିକ ଭାବେ ମତ ପ୍ରକାଶ କରିଥିଲେ l ଏହି ଧାରଣା ବେଳେ ବିଜେପିର ଓବିଶି ମୋର୍ଚା ଉପ ସଭାପତି ରାମଚନ୍ଦ୍ର ବେହେରା,ବିଜେପି ବିଧାୟକ ପ୍ରାଥୀ ଜଗନ୍ନାଥ ନୁନ୍ଦ୍ରୁକା,ବିଜେପି ମଣ୍ଡଳ ସଭାପତି ସୁବାସ ଗୌଡ଼,ବିଜେଡି ବ୍ଲକ ସଭାପତି ରତନ ଲାଲ ଜୈନ,ପୂର୍ଣଚନ୍ଦ୍ର ଗୌଡ଼,କଂଗ୍ରେସ ବ୍ଲକ ସଭାପତି ନୀଳାମ୍ବର ବିଭାର,ମାନସ ରଞ୍ଜନ ବେହେରା,ଭାଗ୍ୟରଥୀ ନାଗ,ସରପଞ୍ଚ ସରସ୍ବତୀ ଶବର,ପଦ୍ମନାଭ ବେହେରା,ଅନଙ୍ଗ ନାଗ, ବିଏସପି ଜିଲ୍ଲା ସଭାପତି ଜିତୁ ଯାକକା,ପାଇକା ଯାକକା, ଶକୁନ୍ତଳା ନୁନ୍ଦ୍ରୁକା,ଅମ୍ବିକା ନାୟକ,ଲାବଣ୍ୟ ପାଣିଗ୍ରାହୀ,ମୁନିଗୁଡା ପ୍ରଗତି ମଞ୍ଚର ସଭାପତି ସିଏଚ ଗଣେଶ୍ୱର ରାଓ,ସମ୍ପାଦକ ସିମାଞ୍ଚଳ ପଣ୍ଡା,ନନ୍ଦ କିଶୋର ପଟ୍ଟନାୟକ,ବିକାଶ ପରିଷଦର ସଭାପତି ଘନଶ୍ୟାମ ମାର୍ଥା,ବଣିକ ସଙ୍ଘର ସଭାପତି ଚିନ୍ତାମଣି ସାହୁ,ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ବ୍ରହ୍ମାନନ୍ଦ ଆଚାରୀ,ରାଧାପ୍ରାସାଦ ସାହୁ, ନିରଞ୍ଜନ ଶତପଥୀ,ଭଗବାନ ପଣ୍ଡା,ବୁଦ୍ଧିଜୀବୀ ତରଣୀ ଚୌଧୁରୀ,କେ.ସତ୍ୟନାରାୟଣ ରାଓ,ଜାମି ମହେଶ, ବଳରାମ ନାୟକ,ବିଦ୍ୟାଧର ଦାସ,ଦେବେନ୍ଦ୍ର ବେହେରା ପ୍ରମୁଖଙ୍କ ସମେତ ମୁନିଗୁଡାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଜନସାଧାରଣ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ପ୍ରକାଶ କରିଥିଲେ l ପରେ ମୁନିଗୁଡା ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ସ୍ମାରପତ୍ର ପ୍ରଦାନ କରାଗଲା l ଶେଷରେ ମୁନିଗୁଡାର ଏନଏସି ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳ ଭୁବନେଶ୍ୱର ଯାଇ ସେଠାରେ ମୁଖ୍ୟମନ୍ତ୍ରୀ,ନଗର ଉର୍ଣ୍ଣୟନ ମନ୍ତ୍ରୀ,ବିଜେପି ରାଜ୍ୟ ସଭାପତି ସହ ସମ୍ପୃକ୍ତ ବିଭାଗର ସଚିବଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି l

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    • By jmjnewso
    • September 18, 2026
    • 23 views
    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    • By jmjnewso
    • September 18, 2026
    • 46 views
    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    • By jmjnewso
    • September 18, 2026
    • 28 views
    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    • By jmjnewso
    • September 18, 2026
    • 32 views
    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 53 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 92 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ