ଶିକ୍ଷକଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ..ଟିଚର୍ସ ଏଲିଜିବିଲିଟି ଟେଷ୍ଟ ବିନା ଚାକିରୀ କିମ୍ବା ପଦୋନ୍ନତି ମିଳିବନି.

Spread the love


ଜେଏମଜେ ବ୍ୟୁରୋ : ଶିକ୍ଷା ଜଗତ ପାଇଁ ବଡ଼ ଖବର। ଶିକ୍ଷକଙ୍କୁ ନେଇ ସୋମବାର ସୁପ୍ରିମକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। ଏବେ ଶିକ୍ଷକଙ୍କୁ ଟିସର୍ଚ ଏଲିଜିବିଲିଟି ଟେଷ୍ଟ ବା ଟିଇଟି ପାସ୍ କରିବା ବାଧ୍ୟତାମୂଳକ। ଏହା ପାସ୍ କରିବା ପରେ ଯାଇ କୌଣସି ଶିକ୍ଷକ ନିଜର ପ୍ରମୋଶନ୍ ପାଇପାରିବେ। ଯେଉଁ ଶିକ୍ଷକଙ୍କର ୫ ବର୍ଷରୁ କମ୍ ଚାକିରୀ ରହିଛି,ସେମାନେ ଟିଇଟି ପାସ୍ ନକରି ମଧ୍ୟ ପଢାଇ ପାରିବେ, କିନ୍ତୁ ଏହି ସମୟରେ ତାଙ୍କୁ ପ୍ରମୋସନ୍ ମିଳିବନି।ଯେଉଁ ଶିକ୍ଷକଙ୍କ ଚାକିରୀ ୫ ବର୍ଷରୁ ଅଧିକ ରହିଛି, ତାଙ୍କୁ ୨ ବର୍ଷ ଭିତରେ ଟିଇଟି ପାସ୍ କରିବାକୁ ହେବ। ତାମିଲନାଡୁ ଏବଂ ମହାରାଷ୍ଟ୍ରରେ ଶିକ୍ଷାଦାନ ପାଇଁ ବାଧ୍ୟତାମୂଳକ TET ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି।

ବାର୍ ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ, ଜଷ୍ଟିସ୍ ଦୀପଙ୍କର ଦତ୍ତା ଓ ଜଷ୍ଟିସ୍ ଅଙ୍ଗଷ୍ଟିନ୍ ଜର୍ଜ ମସିହଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ବହୁ ଶିକ୍ଷକ ଗତ ୨୦ ବର୍ଷ ହେବ ଟିଇଟି ପାସ୍ ନକରି ପଢାଉଛନ୍ତି। ତାଙ୍କ ଉପରେ କୌଣସି ଅଭିଯୋଗ ନାହିଁ। କିନ୍ତୁ ଯେଉଁ ଶିକ୍ଷକଙ୍କ ଚାକିରୀ ୫ ବର୍ଷରୁ ଅଧିକ ରହିଛି, ତାଙ୍କୁ ୨ ବର୍ଷ ଭିତରେ ଟିଇଟି ପାସ୍ କରିବା ବାଧ୍ୟତାମୂଳକ। ଯଦି ସେମାନେ ଏଭଳି ନକରନ୍ତି, ତେବେ ତାଙ୍କୁ ଚାକିରୀ ଛାଡିବାକୁ ହେବ କିମ୍ବା ସ୍ବେଚ୍ଛାକୃତ ଅବସର କିମ୍ବା ଟର୍ମିନଲ ବେନିଫିଟ୍ ନେବାକୁ ହେବ। ଏହି ନିର୍ଦ୍ଦେଶ ସଂଖ୍ୟାଲଘୁ ସଂସ୍ଥାଗୁଡିକ ଉପରେ ଲାଗୁ ହେବ କି ନାହିଁ, ସେ ନେଇ ରାୟ ପ୍ରଦାନ କରିବାକୁ ମାମଲାକୁ ଦୁଇ ଜଣିଆ ଖଣ୍ଡପୀଠ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।
TET କ’ଣ? ଆସନ୍ତୁ ଜାଣିବା… ଟିଚର ଏଲିଜିବିଲିଟି ଟେଷ୍ଟ ଅର୍ଥାତ୍ TET ହେଉଛି ଏକ ଜାତୀୟ ସ୍ତରୀୟ ଯୋଗ୍ୟତା ପରୀକ୍ଷା, ଯାହା ଦ୍ୱାରା ଜଣେ ପ୍ରାର୍ଥୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶ୍ରେଣୀ (ପ୍ରଥମରୁ ଅଷ୍ଟମ ଶ୍ରେଣୀ) ରେ ଶିକ୍ଷକ ହେବାକୁ ଯୋଗ୍ୟ କି ନାହିଁ ତାହା ନିର୍ଣ୍ଣୟ କରାଯାଏ। ଏହି ପରୀକ୍ଷାକୁ ୨୦୧୦ ମସିହାରେ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE) ଦ୍ୱାରା ବାଧ୍ୟତାମୂଳକ କରାଯାଇଥିଲା।

  • jmjnewso

    Related Posts

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    Spread the love

    Spread the love ଜେଏମଜେ ନ୍ୟୁଜ : ଅବସରପ୍ରାପ୍ତ ଅଣ-ଗେଜେଟେଡ୍ ଏବଂ ଗେଜେଟେଡ୍ ଦିଲ୍ଲୀ ପୁଲିସ ଅଧିକାରୀଙ୍କ ସଂଗଠନ, ଦିଲ୍ଲୀ ପୁଲିସ ମହାସଂଘ, ଜୁଲାଇ ୩୧ ରେ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜନ୍ତରମନ୍ତରରେ ଏକ ଶାନ୍ତିପୂର୍ଣ୍ଣ ଦିନିକିଆ ଧାରଣା…

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି(ସିଜେପି) ପକ୍ଷରୁ ବିକ୍ଷୋଭ ସମୟରେ, ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିଥିଲା ଏବଂ ଲୁହ ବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରିଥିଲା। ଏହି ମାମଲାର…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026