ଦୋହଲିଲା ଆଫଗାନିସ୍ତାନ: ୮୦୦ରୁ ଅଧିକ ମୃତ: ୨୮୦୦ ଆହତ, ତୀବ୍ରତା ଥିଲା ୬.୦

Spread the love

ଜେଏମଜେ ବ୍ୟୁରୋ: ପୂର୍ବ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଆତଙ୍କ ଖେଳାଇ ଦେଇଛି। ରବିବାର ରାତି ୧୧ଟା ୪୭ରେ ହୋଇଥିବା ଭୂକମ୍ପରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୨୮୦୦ ଲୋକ ଆହତ ହୋଇଛନ୍ତି। ଏନ୍‌ସିଏସ୍‌ (ନ୍ୟାସନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି) ଅନୁଯାୟୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୦ ରହିଛି। ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ୮ରୁ ୧୦ କିମି ଗଭୀରତାରେ ଥିବା ଜଣାପଡ଼ିଛି। ଭୂକମ୍ପ ଝଟ୍‌କା ଆଫଗାନିସ୍ତାନର ବିଶାଳ ଅଞ୍ଚଳ ସମେତ ପାକିସ୍ତାନ ଏବଂ ଉତ୍ତର ଭାରତ ଯାଏଁ ବ୍ୟାପିଥିଲା। ଦିଲ୍ଲୀ -ଏନ୍‌ସିଆର୍‌ ଏବଂ ଅନ୍ୟ ସହର ଗୁଡ଼ିକରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ପ୍ରଥମେ ୬.୦ ତୀବ୍ରତାର ଭୂକମ୍ପ ହେବା ପରେ ପଛକୁ ପଛ ୪ଥର ୪.୭, ୪.୩, ୫.୦ ଓ ୫.୦ ତୀବ୍ରତାର ଭୂକମ୍ପ ହୋଇଥିଲା। ଭୂକମ୍ପରେ କୁନାର ପ୍ର‌ଦେଶର ୩ଟି ଗାଁ ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଛି। ୪୦୦ରୁ ଅଧିକ ଲୋକ ଆହତ ହୋଇ ଏବେ ବିଭିନ୍ନ କ୍ଲିନିକ୍‌ରେ ଚିକିତ୍ସିତ ହେଉଛନ୍ତି। କୁନାର୍‌ ପ୍ରଦେଶର ପ୍ରାଦେଶିକ ମୁଖ୍ୟ ନଜିବୁଲ୍ଲା ହନିଫ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା କହିଛନ୍ତି।
ଆଫଗାନ୍‌ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ସୋମବାର ସକାଳ ସୁଦ୍ଧା କୌଣସି ବିଦେଶ ସରକାର ସହଯୋଗ ପ୍ରଦାନ କରିନାହାନ୍ତି। ଇତିମଧ୍ୟରେ ଏସ୍‌ସିଓ ସମ୍ମିଳନୀରୁ ଭାରତ ଫେରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନ ଭୂକମ୍ପରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଭାରତ ସମସ୍ତ ସମ୍ଭାବ୍ୟ ମାନବୀୟ ସହାୟତା ପ୍ରଦାନ କରିବ ବୋଲି କହିଛନ୍ତି। ଭାରତ ପକ୍ଷରୁ ଆଫଗାନିସ୍ତାନକୁ ରିଲିଫ ସାମଗ୍ରୀ ପ୍ରେରଣ କରାଯାଇଛି। ଏଥିସହିତ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କ ଆଫଗାନିସ୍ତାନ ପ୍ରତିପକ୍ଷ ଅମିର ଖାନ୍ ମୁତ୍ତାକିଙ୍କ ସହ କଥା ହୋଇ ଆଗାମୀ ଦିନରେ ଅଧିକ ରିଲିଫ୍‌ ପଠାଯିବାର ପ୍ରତିଶ୍ରୁତି ଦେଇଛନ୍ତି। କାବୁଲକୁ ହଜାରେ ତମ୍ବୁ ଏବଂ ୧୫ ଟନ୍ ଖାଦ୍ୟସାମଗ୍ରୀ ଭାରତ ପଠାଇଛି।

  • jmjnewso

    Related Posts

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    Spread the love

    Spread the love ଜେଏମଜେ ନ୍ୟୁଜ : ଅବସରପ୍ରାପ୍ତ ଅଣ-ଗେଜେଟେଡ୍ ଏବଂ ଗେଜେଟେଡ୍ ଦିଲ୍ଲୀ ପୁଲିସ ଅଧିକାରୀଙ୍କ ସଂଗଠନ, ଦିଲ୍ଲୀ ପୁଲିସ ମହାସଂଘ, ଜୁଲାଇ ୩୧ ରେ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜନ୍ତରମନ୍ତରରେ ଏକ ଶାନ୍ତିପୂର୍ଣ୍ଣ ଦିନିକିଆ ଧାରଣା…

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି(ସିଜେପି) ପକ୍ଷରୁ ବିକ୍ଷୋଭ ସମୟରେ, ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିଥିଲା ଏବଂ ଲୁହ ବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରିଥିଲା। ଏହି ମାମଲାର…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026