ଅନିଶ୍ଚିତତା ଭିତରେ କଲେଜ ନିର୍ବାଚନ.

Spread the love

ଜେଏମଜେ ବ୍ୟୁରୋ : ନୂଆ ସରକାର ଆସିଲା, ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ହେବ ବୋଲି ଆଶା ଉଇଁଲା। ମାତ୍ର ହାତରେ ଖୁବ୍ କମ୍ ସମୟ ଥିବାରୁ ସରକାର ଚଳିତ ବର୍ଷ ନୁହେଁ ଆର ବର୍ଷ ନିର୍ବାଚନ ହେବ ବୋଲି କହିଲେ । ପୁଣି ନୂଆ ଶିକ୍ଷାବର୍ଷ ଆରମ୍ଭ ହେଉ ହେଉ ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ ନେଇ ସଂକେତ ଦେଲେ ।
ଫଳରେ ଛାତ୍ରନେତାଙ୍କ ମଧ୍ୟରେ ଉତ୍ସାହ ଖେଳିଲା । ସେମାନେ କ୍ୟାମ୍ପସରେ ହେଲ୍ପ ଡେସ୍କଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ, ସାମ୍ବାଦିକ ସମ୍ମିଳନୀ କଲେ । କିଛି ସ୍ଥାନରେ ଛାତ୍ର ସଂଗଠନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଲା । ନିୟମ ଅନୁଯାୟୀ ଦଶହରା ପୂର୍ବରୁ ନିର୍ବାଚନ ହେବା କଥା । କିନ୍ତୁ ଦଶହରାକୁ ଆଉ ମାତ୍ର ମାସେ ରହିଲା । ହେଲେ ଏଯାବତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ବାଚନ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ । ଏପରିକି ଚଳିତବର୍ଷର ଶିକ୍ଷା କ୍ୟାଲେଣ୍ଡର ମଧ୍ୟ ପ୍ରକାଶ ପାଉନି । ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ଅନିଶ୍ଚିତତାରେ ରହିଛି, ସେପଟେ କ୍ୟାମ୍ପସ ଉଷ୍ମ ହେବାରେ ଲାଗିଛି ।

ରାଜ୍ୟରେ ୨୦୧୮ରୁ ଛାତ୍ର ସଂସଦ ନିର୍ବାଚନ ହେଉନି । ପ୍ରତିବର୍ଷ ବିଭିନ୍ନ ଛାତ୍ର ସଂଗଠନ ନିର୍ବାଚନ କରିବାକୁ ଦାବି କରୁଥିଲେ ହେଁ ପୂର୍ବ ସରକାର କଲେଜରେ ବିଶୃଙ୍ଖଳା ହେଉଥିବା ଦର୍ଶାଇ ଏହାକୁ ବନ୍ଦ କରିଥିଲେ । ହେଲେ ନୂଆ ସରକାର କହିଲେ, ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବରରେ ହୁଏ । ଏବେ ଆଉ ସମୟ ନାହିଁ । ଚଳିତବର୍ଷ ଏନେଇ ପୁରା ପ୍ରସ୍ତୁତି କରାଯାଇ ଆସନ୍ତାବର୍ଷ ନିଶ୍ଚିତ ଭାବେ ଛାତ୍ର ସଂସଦ ନିର୍ବାଚନ କରାଯିବ । ଉଚ୍ଚଶିକ୍ଷା ବିଭାଗ ଚଳିତ ଶିକ୍ଷାବର୍ଷ କ୍ୟାଲେଣ୍ଡର ଏ ଯାଏଁ ପ୍ରକାଶ କରିନି । କିନ୍ତୁ କିଛି କଲେଜ, ବିଶ୍ୱବିଦ୍ୟାଳୟ ନିଜସ୍ୱ କ୍ୟାଲେଣ୍ଡର ପ୍ରସ୍ତୁତ କରିଥିବା ସୂଚନା ମିଳିଛି.. ହେଲେ ସରକାରୀ ସ୍ତରରେ ବିଳମ୍ବ ପ୍ରକ୍ରିୟା ନେଇ ଏବେ ଅନିଶ୍ଚିତତା ଭିତରେ ରହିଛି କଲେଜ ନିର୍ବାଚନ.

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 27 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 45 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 76 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 52 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ