ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ; ଥାନା ଆଗରେ ରାତିସାରା ଧାରଣାରେ ବସିଲେ ବିଧାୟକ

Spread the love

ଜେଏମଜେ ବ୍ୟୁରୋ : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ; ଥାନା ଆଗରେ ରାତିସାରା ଧାରଣାରେ ବସିଲେ ବିଧାୟକ –
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ତାହାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ପରେ ହଠାତ୍ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଏକ ଗୋଷ୍ଠୀର ଛାତ୍ର ଆହାତ ହେବାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା କୁହାଯାଉଛି ।
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଗତକାଲି ଅଧ୍ୟୟନରତ ବିଦ୍ୟାର୍ଥୀ ମାନେ ସମ୍ବଲପୁରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମକର୍ତ୍ତା ଓ ବିଦ୍ୟାର୍ଥୀ ମାନେ ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଉଥିବା ବେଳେ ସେମାନଙ୍କ ନିମନ୍ତ୍ରିତ ଅତିଥିକୁ ନେଇ ପ୍ରଶ୍ନ ଉଠାଇଥିଲେ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା। ଯାହାକୁ ନେଇ ଏପରି ଘଟଣା ପହଞ୍ଚିଥିଲା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ । ପରେ ଏହି କାର୍ଯ୍ୟକ୍ରମକୁ କର୍ତ୍ତୃପକ୍ଷ ବନ୍ଦ କରି ଦେଇଥିଲେ। ଏହା ପରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ କୁଆଡେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଏକ ଗୋଷ୍ଠୀର ଛାତ୍ର ଅଭିଳାଷ ମିଶ୍ର ବିଶ୍ବବିଦ୍ୟାଳୟର ସ୍ଥାନୀୟ ମର୍ନାକ ଛକରେ ଆହାତ ହୋଇ ବ୍ରହ୍ମପୁର ନଗର ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ଆହାତ ହୋଇଥିବା ଛାତ୍ର ଜଣକ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ର ଅଭିଳାଷ ମିଶ୍ର ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେବା ଏବଂ ଗୋଟିଏ ଗୋଷ୍ଠୀର ଛାତ୍ର ଆହାତ ହୋଇ ଚିକିତ୍ସିତ ହେବା ପରେ ଛାତ୍ରମାନେ ଏନେଇ ଏତଲା ପ୍ରଦାନ କରିବାକୁ ଗୋପାଳପୁର ଥାନାକୁ ଯାଇଥିଲେ । ସେଠାରେ ମଧ୍ୟ ପୁଣି ଥରେ ଆକ୍ରମଣର ଶିକାର ହୋଇଥିବା ବିଦ୍ୟାର୍ଥୀଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା । ଶେଷରେ ଆକ୍ରମଣ ଘଟଣାରେ ସଂପୃକ୍ତ ବିଦ୍ୟାର୍ଥୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମଧ୍ୟରାତ୍ରରେ ଗୋପାଳପୁର ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ଛାତ୍ର କଂଗ୍ରେସର ନେତୃବୃନ୍ଦ ଓ ବିଦ୍ୟାର୍ଥୀ ମାନେ । ସେଥିରେ ଏବିଭିପି ବିରୋଦ୍ଧରେ ନାରାବାଜି କରାଯାଇଥିଲା ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଗତକାଲି ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ ଗୋଟିଏ ଗୋଷ୍ଠୀର ବିଦ୍ୟାର୍ଥୀଙ୍କ ଆକ୍ରମଣରେ ଜଣେ ଛାତ୍ର ଆହାତ ହେବା ପରେ ଏହାକୁ ନେଇ ଆହାତ ଛାତ୍ର ଜଣଙ୍କ କୁଆଡେ ଥାନାରେ ଏତଲା ଦେବାକୁ ଯାଇଥିବା ବେଳେ ତାଙ୍କୁ କୁଆଡେ କେତେକ ଛାତ୍ର ନେତା ଓ ଅନ୍ୟମାନେ ଧମକ ଚମକ ଦେଇଥିଲା । ଯାହାକୁ ନେଇ ବିଦ୍ୟାର୍ଥୀ ମାନେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ପରେ ବିଳମ୍ବିତ ରାତ୍ରରେ ବିଦ୍ୟାର୍ଥୀ ମାନଙ୍କୁ ଆସି ସମର୍ଥନ ଜଣାଇଥିଲେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା। ପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ସମସ୍ତେ ଧାରଣାରୁ ଓହରିଥିଲେ ।
ସେପଟେ ଗତକାଲିର ଆକ୍ରମଣରେ ଆହାତ ହୋଇଥିବା ଛାତ୍ରର ଅଭିଯୋଗକୁ ଭିତ୍ତି କରି ଗୋପାଳପୁର ଥାନା ପୋଲିସ ଏକ ମାମାଲା ରୁଜୁ କରିଛି । ଗୋପାଳପୁର ଥାନାରେ ମାମଲା ନଂ-୨୯୬/ ୨୧/୦୮/୨୦୨୫ ଅନୁସାରେ ମାମଲା ରୁଜୁ କରାଯିବା ସହିତ ଭାରତୀୟ ନ୍ୟାୟ ସଂହିତା ୨୦୨୩ ଅନୁସାରେ ଦଫା- ୧୨୬(୨) ,୨୯୬ , ୧୧୫(୨),୧୦୯,୩୫୧(୩),୩(୫) ଅନୁସାରେ ମାମଲା ରୁଜୁ କରି ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 20 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 45 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 76 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 52 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ