ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ପାଗଳ ବୁଲା କୁକୁର ଆତଙ୍କ l ଧରାକୋଟ ବ୍ଲକର କୁସୁରାବ ,ଲକ୍ଷ୍ମୀପୁର, ଓ ବରୁଗୁଡ଼ା ଗାଁରେ ପାଗଳା ବୁଲା କୁକୁର କାମୁଡ଼ାରେ ୧୦ରୁ ଉର୍ଦ୍ଧ୍ବ ଲୋକ ଆହତ l ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଆସିକା ମେଡିକାଲରେ ଭର୍ତ୍ତି କରିଛନ୍ତି l ସୂଚନା ଅନୁସାରେ ଆଜି ସକାଳୁ ସକାଳୁ ଧରାକୋଟର କୁସୁରାବ ,ଲକ୍ଷ୍ମୀପୁର, ଓ ବରୁଗୁଡ଼ା ଗ୍ରାମରେ ଗୋଟିଏ ପାଗଳ ବୁଲା କୁକୁର ଆତଙ୍କ ଖେଳାଇ ଥିବା ଦେଖିବାକୁ ମିଳିଥିଲା l
ସ୍ଥାନୀୟ ଲୋକମାନେ ବିଭିନ୍ନ କାମରେ ଘରୁ ବାହାରକୁ ବାହାରିବା ମାତ୍ରେ କୁକୁରଟି ଗୋଡେଇ ଗୋଡେଇ ଲୋକଙ୍କୁ କାମୁଡି ଥିଲା l ୧୦ ଉର୍ଦ୍ଧ୍ବ ଲୋକ କୁକୁର କାମୁଡ଼ାର ଶିକାର ହୋଇଥିବା ବେଳେ ପାଗଳ ବୁଲା କୁକୁରକୁ ସ୍ଥାନୀୟ କୁସୁରାବ ଗାଁର ଲୋକେ ବାଡେଇ ମାରିଦେଇଥିବା ଜଣା ପଡିଛି l








