ଆଇପିଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ ପୁରୀ ଏସ୍‌ପି, ପ୍ରତୀକ ସିଂହଙ୍କୁ ମିଳିଲା ଦାୟିତ୍ବ.

Spread the love

ଜେଏମଜେ ବ୍ୟୁରୋ : ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇପିଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାର ୧୭ ଜଣ ଆଇପିଏସ୍‌ ଓ ଜଣେ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି କ୍ରମରେ ସରକାର ପୁରୀ ଏସ୍‌ପିଙ୍କୁ ବଦଳି ହୋଇଛି। ଏଠାରେ ପିନାକ ମିଶ୍ରଙ୍କ ସ୍ଥାନରେ ପ୍ରତୀକ ସିଂହଙ୍କୁ ନୂଆ ଦାୟିତ୍ବ ମିଳିଛି।

ରାଜ୍ୟ ସରକାର ପୁରୀ, ଖୋର୍ଦ୍ଧା, ବାଲେଶ୍ବର, କଟକ (ଗ୍ରାମାଞ୍ଚଳ), ଜଗତସିଂହପୁର, ସୁନ୍ଦରଗଡ଼, ନୂଆପଡ଼ା ଓ ଝାରସୁଗୁଡ଼ା ଏସ୍‌ପିଙ୍କୁ ବଦଳି କରିଛନ୍ତି।

ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍‌ଏଫ୍‌ଏସ୍‌ଏଲ୍‌) ଅତରିକ୍ତ ନିର୍ଦ୍ଦେଶିକା ଡ. ସନ୍ତୋଷ ବାଲାଙ୍କୁ ଏହି ପ୍ରତିଷ୍ଠାନାନରେ ନିର୍ଦ୍ଦେଶିକା ଦାୟିତ୍ବ ମିଳିଛି। ଆଇପିଏସ୍‌ ପ୍ରବୀଣ କୁମାରଙ୍କୁ ଆଇଜି (ପ୍ରୋଭିଜିଅନିଂ)ରେ ଅବସ୍ଥାପିତ କରାଯାଇଛି। ସତୀଶ ଗଜଭିୟେଙ୍କୁ ଆରକ୍ଷୀ ଅଧୀକ୍ଷକଙ୍କ ମୁଖ୍ୟ କାର୍ଯ୍ୟାଳୟରୁ ସ୍ପେଶାଲ ଆର୍ମ ପୁଲିସକୁ ବଦଳି ହୋଇଛି। ଅବିନାଶ କୁମାରଙ୍କୁ ଡିଆଇଜି (ପୂର୍ବାଞ୍ଚଳ ରେଂଜ), ଝାରସୁଗୁଡ଼ା ଏସ୍‌ପି ପରମାର ସ୍ମିତ୍‌ଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବେ ବଦଳି ହୋଇଛି। 

ସେହିପରି କଟକରେ ରେଳବାଇ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କୁ ଖୋର୍ଦ୍ଧା, ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ବାଲେଶ୍ବର, ବିନିତ ଅଗ୍ରୱାଲଙ୍କୁ କଟକ (ଗ୍ରାମାଞ୍ଚଳ) ଏସ୍‌ପି ଭାବେ ବଦଳି କରାଯାଇଛି। ବାଲେଶ୍ବର ଏସ୍‌ପି ରାଜ ପ୍ରସାଦଙ୍କୁ ଏସ୍‌ପି (ସ୍ବତନ୍ତ୍ର ଶାଖା), ନୂଆପଡ଼ା ଏସ୍‌ପି ଗୁନ୍ଦାଲା ରେଡ୍ଡୀଙ୍କୁ ଝାରସୁଗୁଡ଼ା, ଅଙ୍କିତ କୁମାର ବର୍ମାଙ୍କୁ ଜଗତସିଂହପୁର, ଅମ୍ରିତପାଲ ସିଂହଙ୍କୁ ଖୋର୍ଦ୍ଧାରୁ ନୂଆପଡ଼ା, ଭୁବନେଶ୍ବର ଅତିରିକ୍ତ ଡିସିପି ଅମ୍ରିତପାଲ କୌରଙ୍କୁ ସୁନ୍ଦରଗଡ଼କୁ ବଦଳି କରାଯାଇଛି। ଜଗତସିଂହପୁର ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ କଟକ ରେଳବାଇ ଏସ୍‌ପି ଭାବେ ନୂଆ ନିଯୁକ୍ତି ମିଳିଛି। 

  • jmjnewso

    Related Posts

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିଲା ‘ଡପ୍‌ଲର୍’ ବଳ । ଆଗକୁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପ୍‌ଲର୍‌ ରାଡାର୍ । ସମ୍ୱଲପୁର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍କୁଲରେ ବସିବ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 33 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 36 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 50 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 51 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 42 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍