ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ

Spread the love

ପୁରୀ:(ଜେଏମଜେ ବ୍ୟୁରୋ): ଶ୍ରୀମନ୍ଦିର ପରିସରରେ ଖୋଲିବ ଏକ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଜନା ହୋଇଛି । କାରଣ ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ଅନେକ ମା’ ନିଜ ଛୋଟ ଶିଶୁଙ୍କୁ ନେଇ ଆସିଥାନ୍ତି । ବିଶେଷ କରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଏବଂ ମା’ ମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପରିସରରେ ଏକ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ କରାଯିବାକୁ ଯୋଜନା ହୋଇଛି ।

ଶ୍ରୀମନ୍ଦିର ପରିସରରେ ପ୍ରଶାସନର ଶାଖା କାର୍ଯ୍ୟାଳୟ ନିକଟରେ ଏହା କାର୍ଯ୍ୟକ୍ଷମ ହେବାକୁ ନିଷ୍ପତ୍ତି ହୋଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିଷ୍ଠ ସୁପରଭାଇଜର ବକ୍ସି ପ୍ରତିହାରୀ, ସହକାରୀ ପ୍ରଶାସିକା ଶୁଭଶ୍ରୀ ସୁଚିସ୍ମିତା ଏବଂ ଅନ୍ୟ ଅଧିକାରୀ ଏ ସମ୍ବନ୍ଧରେ ଆଲୋଚନା କରି ଏହି ସ୍ବତନ୍ତ୍ର ଗୃହ ସ୍ଥାପନା ପାଇଁ ସ୍ଥାନ ନିରୂପଣ କରିଛନ୍ତି ।

ସମ୍ପୃକ୍ତ ଗୃହରେ ଗୋପନୀୟତା, ପରିମଳ ଏବଂ ମା’ ତଥା ଶିଶୁଙ୍କ ସ୍ବାଛନ୍ଦ୍ୟ ଉପରେ ଦୃଷ୍ଟି ଦିଆଯିବ । ଏହି ଗୃହ ସକାଶେ ଜଣେ ସ୍ୱତନ୍ତ୍ର ମହିଳା ସହାୟିକା ମଧ୍ୟ ରହିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

  • jmjnewso

    Related Posts

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    Spread the love

    Spread the loveଭୁବନେଶ୍ୱର :ଜେଏମଜେ ନ୍ୟୁଜ : ଦଳି ଆଦେଶ ମିଳିବା ମାତ୍ରେ ତାହାକୁ ପାଳନ କରିବାକୁ ପଡ଼ିବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲାପାଳଙ୍କୁ କଡ଼ା ଚିଠି । ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ…

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    Spread the love

    Spread the loveଭୁବନେଶ୍ୱର, ୨୧।୪ : ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବିଧାନସଭା ଅଧ୍ୟକ୍ଷଙ୍କ କ୍ଷମତା ଓ ଦାୟିତ୍ୱର ସମୀକ୍ଷା ପାଇଁ ପୁରୀଠାରେ ବାଚସ୍ପତି କମିଟି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନରୱେକର…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!