ଅମଲା ଆନ୍ଦୋଳନ ପଛରେ ବିଜେଡି : ସୁରେଶ ପୂଜାରୀ

Spread the love

ଜେଏମଜେ ବ୍ୟୁରୋ : ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ୧୩ ଦିନରେ ପହଞ୍ଚିଛି । ଯାହାର ପ୍ରଭାବରେ ୩୦ ଜିଲ୍ଲାରେ ରାଜସ୍ବ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । ଅଫିସରେ ତାଲା ପଡ଼ିଛି, ଚେୟାର ଫାଙ୍କା ପଡ଼ିଛି । ଲୋକେ ରାଜସ୍ବ କାର୍ଯ୍ୟ ପାଇଁ ଆସି ନିରାଶ ହୋଇ ଫେରୁଛନ୍ତି । ଆଉ ଏଭଳି ସ୍ଥିତି ପାଇଁ ବିଜେଡିକୁ ଦାୟୀ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଅମଲା ସଂଘର କିଛି ନେତା ବିଜେଡି ପ୍ରରୋଚନାରେ ଆନ୍ଦୋଳନରେ ବସିଛନ୍ତି । କିନ୍ତୁ ସରକାରଙ୍କୁ ବଦନାମ କଲେ ସାବାଡ କରିବାକୁ ଅନେକ ବାଟ ଅଛି ବୋଲି ଚେତାଇଛନ୍ତି ସୁରେଶ । ଯାହାକୁ କାଉଣ୍ଟର କରି ବିଜେଡି କହିଛି, ଚାଲି ନଜାଣି ବାଟର ଦୋଷ ଦିଅନ୍ତୁନି ମନ୍ତ୍ରୀ ।

ଅମଲା କର୍ମଚାରୀ ଆନ୍ଦୋଳନକୁ ନେଇ ଏଯାଏଁ ନିଷ୍କର୍ଷ ବାହାରିପାରିନି । ଦାବି ପୂରଣ ପ୍ରତିଶ୍ରୁତି ମିଳୁନଥିବାରୁ ଅମଲା କର୍ମଚାରୀମାନେ ଏଯାଏଁ ଜିଦରେ ଅଟଳ ରହିଛନ୍ତି । ଅଫିସରେ ପ୍ରଶ୍ନ ଉଠୁଛି, ଆଲୋଚନା ମାଧ୍ୟମରେ କାହିଁକି ହେଉନି ସମାଧାନ ? ସରକାର-ଅମଲାଙ୍କ ଟଣାଓଟରା ଭିତରେ କାହିଁକି ପେଶି ହେବେ ସାଧାରଣ ଜନତା ? ଛୁଟି ସତ୍ତ୍ବେ ମଧ୍ୟ ଆଜି ଅମଲା ସଂଘ ସହ ଆଲୋଚନା କରିଛନ୍ତି ରାଜସ୍ବମନ୍ତ୍ରୀ । ସୋମବାର ଅମଲା କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇପାରନ୍ତି ବୋଲି ଦେଇଛନ୍ତି ସଂକେତ ।

  • jmjnewso

    Related Posts

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    Spread the love

    Spread the loveଭୁବନେଶ୍ୱର :ଜେଏମଜେ ନ୍ୟୁଜ : ଦଳି ଆଦେଶ ମିଳିବା ମାତ୍ରେ ତାହାକୁ ପାଳନ କରିବାକୁ ପଡ଼ିବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲାପାଳଙ୍କୁ କଡ଼ା ଚିଠି । ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ…

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    Spread the love

    Spread the loveଭୁବନେଶ୍ୱର, ୨୧।୪ : ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବିଧାନସଭା ଅଧ୍ୟକ୍ଷଙ୍କ କ୍ଷମତା ଓ ଦାୟିତ୍ୱର ସମୀକ୍ଷା ପାଇଁ ପୁରୀଠାରେ ବାଚସ୍ପତି କମିଟି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନରୱେକର…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!