ପାର୍ଟି ଫଣ୍ଡ ହଡ଼ପ କରିବା ପାଇଁ ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ୍: ସରୋଜ ପାଢ଼ୀ

Spread the love

ଜେଏମଜେ ବ୍ୟୁରୋ : ପାର୍ଟି ଫଣ୍ଡ ହଡ଼ପ କରିବା ଲାଗି ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ୍। ଆଜି ଏଭଳି ବିସ୍ଫୋରକ ଟିପ୍ପଣୀ ଦେଇଛନ୍ତି ବିଜେପି ବିଧାୟକ 
 ସରୋଜ ପାଢ଼ୀ। ସେ କହିଛନ୍ତି, ବିଜେଡି ପାର୍ଟି ଫଣ୍ଡ ପାଇଁ କେତେବେଳେ ନବୀନ ପଟ୍ଟନାୟକଙ୍କର କଣ ହେବ କେହି କହି ପାରିବେ ନାହିଁ। ସାଧାରଣରେ ଚର୍ଚ୍ଚା ପାର୍ଟି ଫଣ୍ଡ ପାଇଁ ନବୀନଙ୍କ ଜୀବନ ବି ଯାଇପାରେ। କାଳେ କିଏ ନବୀନଙ୍କ ନିକଟତର ହେଇଯିବ ସେଥିପାଇଁ କାହାକୁ ନବୀନଙ୍କ ପାଖ ମଡ଼େଇ ଦେଉ ନାହାନ୍ତି ପାଣ୍ଡିଆନ୍। ସେଥିପାଇଁ ଯେଉଁମାନେ ନବୀନଙ୍କ ସହ ଥିଲେ ସେମାନଙ୍କୁ ନବୀନ ନିବାସ ଠୁ ଦୁରେଇ ରଖିଛନ୍ତି ପାଣ୍ଡିଆନ୍। ଯେଉଁଠି ରାଜ୍ୟବାସୀ କି ବିଜେଡିର କେହି ନେତା ପାଣ୍ଡିଆନଙ୍କୁ ଗ୍ରହଣ କରୁ ନାହାନ୍ତି, ସେଠି ପାଣ୍ଡିଆନ ନବୀନଙ୍କୁ ଜବରଦସ୍ତି ଭିଡ଼ି ଧରି ରଖିବା ପଛରେ ସ୍ୱାର୍ଥ କଣ ତାହା ଜଣା ପଡ଼ି ଯାଇଛି। ବିଜେଡି ପାଣ୍ଠିରେ ୧୦୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ରହିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନବୀନ ଯଦି ପାଣ୍ଡିଆନ୍ ଦମ୍ପତିଙ୍କୁ ଦାୟିତ୍ବ ଦେଇ ଦେବେ, ତେବେ ସେହି ଟଙ୍କାର ମାଲିକ ହୋଇଯିବେ ସେମାନେ। ସେଥିପାଇଁ କୋଟେରୀ ଗ୍ରୁପକୁ ଧରି ବିଜେଡିରେ ଏଣ୍ଟ୍ରି ପାଇଁ ଯୋଜନା କରୁଛନ୍ତି ପାଣ୍ଡିଆନ ଦମ୍ପତି। ରାଜା ସ୍ୱାଇଁଙ୍କ ଭଳି ବରିଷ୍ଠ ନେତାଙ୍କୁ ପାଣ୍ଡିଆନ୍ ଏଭଳି ବ୍ୟବହାର କରିବା କେହି ହଜମ କରି ପାରୁ ନାହାନ୍ତି। ଆମେ ଶୁଣୁଛୁ, ନବୀନ ପଟ୍ଟନାୟକଙ୍କ ଭାଇ ଆସିଥିଲେ କାଳେ ପାଣ୍ଡିଆନଙ୍କୁ ଗାଳି କରି ଯାଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି, ଦଳରେ ଯାହା ହେବ ଆମେ ବୁଝିବୁ । ତୁମେ କିଏ ବୋଲି କହିଛନ୍ତି।

  • jmjnewso

    Related Posts

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ…

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ