ସତରେ କ’ଣ ବିଜେଡି ପାଣ୍ଠିକୁ ହଡ଼ପ କରିବା ପାଇଁ ଭିକେ ପାଣ୍ଡିଆନଙ୍କ ଉଦ୍ୟମ କି?ପାଣ୍ଡିଆନ ବିରୁଦ୍ଧରେ କହୁ କହୁ ଚି଼ଙ୍କି ଉଠୁଛି ବିଜେଡି

Spread the love

ଜେଏମଜେ ବ୍ୟୁରୋ : ସତରେ କ’ଣ ବିଜେଡି ପାଣ୍ଠିକୁ ହଡ଼ପ କରିବା ପାଇଁ ଭିକେ ପାଣ୍ଡିଆନ ଛାଇଭଳି ନବୀନ ପଟ୍ଟନାୟକଙ୍କ ପାଖେପାଖେ ରହୁଛନ୍ତି? ଦଳୀୟ ପାଣ୍ଠି ପାଇଁ କ’ଣ ନବୀନଙ୍କ ଜୀବନ ପ୍ରତି ବିପଦ ରହିଛି? ଏଭଳି କିଛି ସାଘାଂତିକ ଅଭିଯୋଗ ଆଣିଛନ୍ତି ବିଜେପିର ଆସିକା ବିଧାୟକ ସରୋଜ ପାଢ଼ୀ । ଆଉ ଶ୍ରୀ ପାଢ଼ୀଙ୍କ ଏଭଳି ବୟାନକୁ ନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ଯେଉଁ ଢଙ୍ଗରେ ପ୍ରତିକ୍ରିୟାଶୀଳ ହୋଇଛି ତଥା ନିଜର ହିତାହିତ ଜ୍ଞାନ ହରାଇ ଯେଭଳି ଔଦ୍ଧତ୍ୟ ଦେଖାଇଛି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।ଏହାସହିତ ବିଜେଡି ମଧ୍ୟ ଆଜି ଖୋଲାଖୋଲି ଭାବେ ‘ପାଣ୍ଡିଆନ ଦମ୍ପତି ହିଁ ଦଳର ସର୍ବେସର୍ବା’ ଏବଂ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ସହ ଦଳର ବରିଷ୍ଠ ନେତାମାନେ ବସିଛନ୍ତି, ବସୁଛନ୍ତି ଓ ଆଗକୁ ବସିବେ କହି ସେ ହିଁ ଦଳର ‘ନୂଆ ସୁପ୍ରିମୋ’ ବୋଲି ମଧ୍ୟ ସନ୍ଦେଶ ଦେବାକୁ ପଛାଇ ନାହିଁ ।

ବିଜେଡି ଇତିହାସରେ ପ୍ରଥମଥର ପାଇଁ ଦଳର ମୁଖପାତ୍ର ଖୋଲାଖୋଲି ଭାବେ ସାମ୍ବାଦିକ ସମ୍ମିଳନୀରେ ଯେଉଁ ଔଦ୍ଧତ୍ୟ ଓ ସଂଯମତା ହରାଇ ନିମ୍ନସ୍ତରର ରୁଚିହୀନ ଭାଷା ପ୍ରୟୋଗ କରିଛନ୍ତି ତାହା ସ୍ପଷ୍ଟ ଭାବେ ବିଜେଡିର ନୀତି ଓ ନିୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାସହିତ ଶାସକ ଦଳର ବିଧାୟକ ଶ୍ରୀ ପାଢ଼ୀ ଯେଉଁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସତରେ କ’ଣ ସେଥିରେ ସତ୍ୟତା ରହିଛି କି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲାଣି ।

ବିଧାୟକ ଶ୍ରୀ ପାଢ଼ୀ ସିଧାସଳଖ ପାଣ୍ଡିଆନଙ୍କୁ ଆକ୍ଷେପ କରିଥିଲେ ମଧ୍ୟ ଭାଷାର ଶାଳୀନତା ବଜାୟ ରଖିଥିଲେ। କିନ୍ତୁ ତାଙ୍କୁ ଜବାବ ଦେବାକୁ ଯାଇ ବିଜେଡି ନିଜର ନୀତିଆଦର୍ଶ ହରାଇ ଅତ୍ୟନ୍ତ ଶସ୍ତା ଓ ଔଦ୍ଧତ୍ୟର ପରିଚୟ ଦେଇଥିବା ଜଣାପଡ଼ିଛି । ଯାହାକି ବିଜେଡିକୁ ଏବେ ସର୍ବସାଧାରଣରେ ଶାଳୀନତା ଓ ସଂସ୍କାର ନଥିବା ଏକ ରାଜନୀତିକ ଦଳ ଭାବେ ଉଭା କରାଇଛି।

ନବୀନଙ୍କ ଅସୁସ୍ଥତା ଓ ପାଣ୍ଡିଆନଙ୍କ ମାମଲାତିକୁ ନେଇ ଗତ କିଛିଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ସୋମବାର ବିଜେପି ବିଧାୟକ ସରୋଜ ପାଢ଼ୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପାଢ଼ୀ କହିଛନ୍ତି ଯେ, “ ଦଳୀୟ ପାଣ୍ଠିକୁ ହଡ଼ପ କରିବା ପାଇଁ ଭିକେ ପାଣ୍ଡିଆନ ଛାଇଭଳି ନବୀନଙ୍କ ପାଖରେ ରହୁଛନ୍ତି । ଏହି ପାଣ୍ଠି ପାଇଁ ନବୀନ ପଟ୍ଟନାୟକଙ୍କର କେତେବେଳେ କ’ଣ ହେବ କେହି କହିପାରିବେ ନାହିଁ । ସାଧାରଣରେ ଚର୍ଚ୍ଚା ଯେ ଦଳୀୟ ପାଣ୍ଠି ପାଇଁ ନବୀନଙ୍କ ଜୀବନ ବି ଯାଇପାରେ । କାଳେ କିଏ ଘନିଷ୍ଠ ହୋଇଯିବ ସେଥିପାଇଁ କାହାକୁ ନବୀନଙ୍କ ପାଖ ମଧ୍ୟ ମଡ଼ାଇ ଦେଉନାହାନ୍ତି ପାଣ୍ଡିଆନ ।

ଯେଉଁମାନେ ନବୀନଙ୍କ ସହ ଥିଲେ ତାଙ୍କୁ ନବୀନ ନିବାସଠୁ ଦୂରେଇ ରଖିଛନ୍ତି ପାଣ୍ଡିଆନ । ଯେଉଁଠି ପାଣ୍ଡିଆନଙ୍କୁ ରାଜ୍ୟବାସୀ କି ବିଜେଡିର କେହି ନେତା ଗ୍ରହଣ କରୁନାହାନ୍ତି ସେଠି ନବୀନଙ୍କୁ ଜବରଦସ୍ତି ଭିଡ଼ି ଧରି ରଖିବା ପଛରେ କ’ଣ ସ୍ୱାର୍ଥ ତାହା ଜଣାପଡ଼ିଯାଇଛି । ବିଜେଡି ପାଣ୍ଠିରେ ହଜାରେ କୋଟିରୁ ଅଧିକ ଟଙ୍କା ରହିଛି । ତାହା ଉପରେ ସମସ୍ତଙ୍କର ନଜର ରହିଛି । ସେଥିପାଇଁ କୋଟେରୀ ଗ୍ରୁପକୁ ଧରି ବିଜେଡିରେ ଏଂଟ୍ରି ପାଇଁ ପାଣ୍ଡିଆନ ଦମ୍ପତି ଯୋଜନା କରୁଛନ୍ତି । ରାଜା ସ୍ୱାଇଁଙ୍କ ଭଳି ବରିଷ୍ଠ ନେତାଙ୍କୁ ପାଣ୍ଡିଆନ ଏଭଳି ବ୍ୟବହାର କରିବା କେହି ହଜମ କରିପାରୁନାହାନ୍ତି । ନବୀନ ପଟ୍ଟନାୟକଙ୍କ ଭାଇ ଆସିଥିଲେ ଓ ଦଳରେ ଯାହା ହେବ ଆମେ ବୁଝିବୁ, ତୁମେ କିଏ ବୋଲି ପାଣ୍ଡିଆନଙ୍କୁ ଗାଳି କରିଥିବା ଆମେ ଶୁଣୁଛୁ ।”ବୋଲି ଶ୍ରୀ ପାଢ଼ୀ କହିଥିଲେ.

ବିଧାୟକ ସରୋଜ ପାଢ଼ୀଙ୍କ ବୟାନକୁ କାଉଣ୍ଟର କରିବା ପାଇଁ ବିଜେଡି ଆଜି ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ଦଳର ଦୁଇ ମୁଖପାତ୍ର ତୁମ୍ଭନାଥ ପଣ୍ଡା ଓ ଲେନିନ୍ ମହାନ୍ତି ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ଶ୍ରୀ ପଣ୍ଡା ସିଧାସଳଖ ବିଧାୟକ ଶ୍ରୀ ପାଢ଼ୀଙ୍କୁ ବ୍ୟକ୍ତିଗତ ସମାଲୋଚନା କରିବା ସହ ସେ ନିଜେ ତାଙ୍କର ନିଜସ୍ୱ ସ୍ୱରୂପକୁ ପଦାରେ ପକାଇଛନ୍ତି ଓ ଆମର କିଛି କହିବାର ନାହିଁ ବୋଲି କହିଥିଲେ ।

ଶ୍ରୀ ପାଢ଼ୀ ଅତୀତରେ ନିଜ କୁକର୍ମ ପାଇଁ ଅଂଚଳବାସୀଙ୍କ ପାଖରେ ଲାଞ୍ଛିତ ହୋଇଛନ୍ତି । ଆଜି ବି ଆସିକା ଅଂଚଳରେ ସେ ତାଙ୍କ ମୁହଁ ଦେଖାଇପାରୁନାହାନ୍ତି । ଆସିକା ବ୍ଲକରେ ପିସି ନେବାଠୁ ଆରମ୍ଭ କରି ଏବେବି ଜୁଆ ଖେଳରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି । ଶ୍ରୀ ପାଢ଼ୀ ଯାହା ମନ୍ତବ୍ୟ ଦେଇଛନ୍ତି ତାହା ବିଜେପିର ମତ କି ବୋଲି ଶ୍ରୀ ପଣ୍ଡା ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ।

ତେବେ ଦଳର ଅନ୍ୟତମ ମୁଖପାତ୍ର ଶ୍ରୀ ମହାନ୍ତି ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ସୂଚିତ କରିବାବେଳେ ନିଜର ହିତାହତ ଜ୍ଞାନ ଭୁଲି କ୍ୟାମେରା ଆଗରେ ଯେଉଁ ଉଚ୍ଚାରଣ ଓ ଆଚରଣ କରିଛନ୍ତି ତାହା ବିଜେଡି ଭଳି ଦଳର ବର୍ତ୍ତମାନର ନୀତି ଓ ନିୟତକୁ ପଦାରେ ପକାଇ ଦେଇଛି । ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ଏବେ ଭାଷା ଓ ଓଦ୍ଧତ୍ୟର କେଉଁସ୍ତରକୁ ଓହ୍ଲାଇପାରେ ତା’ର ନଗ୍ନ ଚିତ୍ର ଉପସ୍ଥାପନ କରିଛନ୍ତି ଶ୍ରୀ ମହାନ୍ତି ।

ସେ କହିଛନ୍ତି ଯେ, ବାଲି ଓ ମୋରମ୍ ଚୋରି ଆଦି ଯୋଗୁ ପ୍ରାୟ ୩୦୦କୋଟି ଟଙ୍କାର ଚୋରାଚାଲାଣ ବନ୍ଦ ହୋଇଯାଇଛି । ଗୋଟିଏ ଲବି ଏବେ ବିଜେଡିକୁ ବଦନାମ କରୁଛି । “ ସମ୍ ହସ୍ପିଟାଲରେ ଦଳର ୪ଜଣ ବରିଷ୍ଠ ନେତାଙ୍କ ସହ ସୁଜାତ ରାଉତ କାର୍ତ୍ତିକେୟନ ବସି କଥା ହେଲେ ଅନ୍ୟମାନଙ୍କୁ ‘ପୋଡ଼ୁଛି’ କାହିଁକି? ସୁଜାତା ବସୁଥିଲେ, ବସୁଛନ୍ତି ଓ ଆଗକୁ ବସିବେ ମଧ୍ୟ । ଆପଣମାନଙ୍କୁ ଯଦି ପୋଡ଼ିବ ଆମେ କିଛି କରିପାରିବୁ ନାହିଁ । ସେହିପରି ପାଣ୍ଡିଆନଙ୍କ ସପକ୍ଷରେ ଯୁକ୍ତି ବାଢ଼ି କହିଥିଲେ ଯେ, ସେ ରାଜନୀତିରୁ ସନ୍ୟାସ ନେଇଛନ୍ତି କିନ୍ତୁ ନବୀନଙ୍କଠୁ ସନ୍ୟାସ ନେଇନାହାନ୍ତି ।

ହସ୍ପିଟାଲରୁ ନବୀନ ପଟ୍ଟନାୟକ ବାହାରିବାବେଳେ ଭିକେ ପାଣ୍ଡିଆନଙ୍କ ହାତଧରି ବାହାରିଲେ । ଏକଥା ଆପଣମାନଙ୍କୁ କାହିଁକି ପୋଡ଼ୁଛି? ଆପଣଙ୍କୁ କାହିଁକି ବିଜୁ ଜନତା ଦଳ ଉତ୍ତର ଦେବ? ମୋ’ ଘରେ ମୁଁ କ’ଣ କଲି କିଛି ଅବାଞ୍ଛନୀୟ ଲୋକଙ୍କୁ ଦେବି କାହିଁକି? ଯେଉଁ ଅବାଞ୍ଝନୀୟ ଲୋକ କହୁଛନ୍ତି ସେମାନଙ୍କୁ ସିଧାସଳଖ ଜବାବ । ଆମ ଦଳ ପାଇଁ ଯାହା ଭଲ ଆମେ ତାହା କରିବୁ । ଯଦି ଆପଣଙ୍କୁ ଫୋଡ଼ି ହେଇଯାଉଛି, ଫୋଡ଼ି ହେଉ । ଆମେ ଖାତିର କରୁନୁ । ଲୋକେ ତାଙ୍କ ସାଙ୍ଗରେ ଅଛନ୍ତି । ଗଲେ ଭଲ ହେଲା, ଆଗକୁ ବି ଯିବେ । ଆମେ କାହାକୁ ଉତ୍ତର କାହିଁକି ଦେବୁ । ”

ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କ୍ୟାମେରାକୁ ବାରମ୍ବାର ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ଅଙ୍ଗୁଳି ଦେଖାଇ ‘କାହିଁକି ପୋଡ଼ୁଛି’ ବୋଲି ଯେଉଁ ଶୈଳୀରେ ଆଚରଣ ପ୍ରଦର୍ଶନ କରୁଥିଲେ ଓ ଭାଷାର ସଂଯମତା ହରାଇ ବସିଥିଲେ ତାହା ସଭ୍ୟସମାଜରେ ଏକ ରାଜନୀତିକ ଦଳର ‘ଗ୍ରହଣୀୟ ଆଚରଣ’ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ପାଣ୍ଡିଆନ ଦମ୍ପତିକୁ ବିରୋଧୀ ଦଳ ଶାଣିତ ସମାଲୋଚନା କଲେ ବିଜେଡି ଚିହିଁକି ଉଠିବା ସ୍ୱାଭାବିକ କିନ୍ତୁ ଯେଉଁ ଔଦ୍ଧତ୍ୟ ଓ ରୁଚିହୀନ ମନ୍ତବ୍ୟ ଦଳ ରାଜ୍ୟବାସୀଙ୍କ ଆଗରେ ରଖୁଛି ସେଥିରୁ ଲାଗୁଛି ‘ଡାଲ୍ ମେ କୁଛ କାଲା ହେ ଜରୁର…’ ନଚେତ୍ ବିଜେଡି ନିଜ ଜନ୍ମର ୨୮ବର୍ଷ ପରେ ଏଭଳି ଔଦ୍ଧତ୍ୟ ଓ ଅଶାଳୀନ ଆଚରଣ ରାଜ୍ୟବାସୀଙ୍କୁ ଦେଖାଇ ନିଜର ଅପକର୍ମକୁ ଲୁଚାଇବାକୁ ପ୍ରୟାସ କରିନଥାନ୍ତା । ଅବଶ୍ୟ ମୁଖପାତ୍ର ଶ୍ରୀ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ପାଢ଼ୀଙ୍କୁ ବ୍ୟକ୍ତିଗତସ୍ତରରେ  କଟୂ ସମାଲୋଚନା କରିଥିଲେ ମଧ୍ୟ ନିଜର ଶାଳୀନତା ବଜାୟ ରଖିଥିଲେ ।

  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 24 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 20 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 30 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 41 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ