ବିଜେଡିରେ ଶୁଭିଲାଣି:ପାଣ୍ଡିଆନଙ୍କୁ ଛାଡ଼, ନ ହେଲେ ତୁମକୁ ଛାଡୁଛୁ:

Spread the love


ଜେଏମଜେ ବ୍ୟୁରୋ : ବିଜୁ ଜନତା ଦଳ(ବିଜେଡି) ରାଜନୀତିରେ ବର୍ତ୍ତମାନ ଏକ ନୂଆ ମୋଡ ସୃଷ୍ଟି ହୋଇଛି। ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ବିଜେଡିଠାରୁ ଏବେ ଦଳର ନେତାମାନେ ମୁହଁ ଫେରାଇବା ପ୍ରକ୍ରିୟା ଜୋର୍‌ ଧରିଛି। ଗୋଟିଏ ସପ୍ତାହ ଭିତରେ ଯାଜପୁର ଜିଲାର ୨ଟି ବ୍ଲକ ବିଜେଡି ହାତରୁ ଖସିଯିବା ଭଳି ସ୍ଥିତି ସୃଷ୍ଟି ହେବା ଏହାର ଏକ ବଡ଼ ଉଦାହରଣ ବୋଲି କୁହାଯାଇପାରେ।
ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଭି.କେ. ପାଣ୍ଡିଆନଙ୍କ ଗତ ଗୋଟିଏ ସପ୍ତାହର କାର୍ଯ୍ୟକଳାପ ଏଭଳି ପରିସ୍ଥିତି ସୃଷ୍ଟି ହେବା ପାଇଁ ବାଧ୍ୟ କରିଥିବା ଖୋଲାଖୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ପାଣ୍ଡିଆନ ୨୦୨୪ ସାଧାରଣ ନିର୍ବାଚନ ପରେ ଯେଉଁ କେତେଜଣ ନେତାଙ୍କୁ ଧରି ବିଜେଡିରେ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି ଚିନ୍ତା କରୁଥିଲେ ସେମାନେ ଏବେ କଡ ଲେଉଟାଇବା ଆରମ୍ଭ କରିଛନ୍ତି। ପାଣ୍ଡିଆନଙ୍କୁ ସୁରକ୍ଷା ଦେଇ ଲୋକଙ୍କ ପାଖରେ ରାଜନୀତି କରିହେଲା ଭଳିଆ ସ୍ଥିତି ଆଉ ନାହଁି ବୋଲି ତାଙ୍କ ନିକଟତମ ନେତା ଖୋଲାଖୋଲି କହିଲେଣି। ପାଣ୍ଡିଆନଙ୍କୁ ଛାଡ଼ ନ ହେଲେ ଆମେ ପଳାଇବୁ ବୋଲି ବିଜେଡି କର୍ମୀମାନେ ସେମାନଙ୍କ ସ୍ଥାନୀୟ ନେତାଙ୍କୁ ସିଧାସଳଖ ଶୁଣାଇଦେଲେଣି। କର୍ମୀ ଯଦି ଛାଡ଼ି ଦିଅନ୍ତି ତେବେ ଆଉ ଅସ୍ତିତ୍ୱ ରହିବନି ବୋଲି ସେହି ନେତାମାନେ ଏବେ କହି ବୁଲିଲେଣି। ଏହି ଯୁକ୍ତି ଗୁରୁତ୍ୱ ଧାରଣ କରୁଛି ନବୀନଙ୍କ ରାଜନୈତିକ ଜୀବନର ସମାପ୍ତ ହୋଇଗଲାଣି।
ଗତ ସପ୍ତାହରେ ନବୀନ ଡିହାଇଡ୍ରେସନ ସମସ୍ୟା କାରଣରୁ ହସ୍ପିଟାଲରେ ଆଡ୍‌ମିଟ୍‌ ହୋଇଥିଲେ। ସେହି ସମୟରେ ନବୀନଙ୍କୁ ହସ୍ପିଟାଲରେ ଆଡ୍‌ମିଟ୍‌ କରିବାଠାରୁ ଡାକ୍ତରଙ୍କ ସହ ସବୁକିଛି ଡିଲ୍‌ କରିବା କାମ ପାଣ୍ଡିଆନ ଦମ୍ପତି କରିଥିଲେ। ଏହି ଖବର ପ୍ରସାରିତ ହେବା ପରେ ଦଳର ବହୁ ନେତା ଓ କର୍ମୀ ହସ୍ପିଟାଲରେ ପହଞ୍ଚିଥିଲେ। ହେଲେ ସେହି ନେତାମାନଙ୍କ ମଧ୍ୟରୁ ଜଣେ ମଧ୍ୟ ପାଣ୍ଡିଆନଙ୍କ ବିନା ପରାମର୍ଶରେ ଡାକ୍ତରମାନଙ୍କଠାରୁ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜାଣିବାର ସାହସ ଜୁଟାଇ ପାରି ନ ଥିଲେ। ଏହି ସମୟରେ ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନଙ୍କୁ ପ୍ରଶ୍ନ ପଚାରିବା ପରେ ଅନେକ କିଛି ଘଟଣା ରାଜ୍ୟ ରାଜନୀତିରେ ଘଟିଯାଇଛି। ନବୀନ ବାବୁଙ୍କ ଦେହ ଯଦି ଦୁଇ ଦିନ ହେଲା ଅସୁସ୍ଥ ହେଲାଣି ଦଳର କାହାକୁ କାହିଁକି କୁହାଗଲା ନାହିଁ ବୋଲି ରଣେନ୍ଦ୍ର ସେଠାରେ ସୁଜାତାଙ୍କୁ ପ୍ରଶ୍ନ କରିଥିଲେ। ସୁଜାତାଙ୍କୁ ପ୍ରଶ୍ନ କରିବାରୁ ଏହାର କିଛି ସମୟ ପରେ ପାଣ୍ଡିଆନ ଯେଉଁ ଗରମରେ ଆସି ଧମକାଇଥିଲେ ସେଠାରେ ଉପସ୍ଥିତ ବହୁ ବରିଷ୍ଠ ବିଜେଡି ନେତାଙ୍କ ବୁଦ୍ଧି ଉଦୟ ହେବା ସଙ୍ଗେସଙ୍ଗେ ସେମାନେ ଆଉ କେବେହେଲେ ନବୀନଙ୍କୁ ପୂର୍ବଭଳି ଯୋଗାଯୋଗ କରିବାର ସମ୍ଭାବନା ନ ଥିବା ସେଦିନରୁ ବୁଝିଯାଇଛନ୍ତି। ସେହି କଥା ଧରିତ୍ରୀ ପ୍ରଥମେ ପ୍ରକାଶିତ କରିଥିଲା। ଯାହାକୁ ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଗଣମାଧ୍ୟମ ଧରିତ୍ରୀରେ ପ୍ରକାଶିତ ଖବରକୁ ଦେଖାଇଥିଲେ। ଏହାଦ୍ୱାରା ଯେତେବେଳେ ପାଣ୍ଡିଆନଙ୍କ ଅନେକ ସତ ପଦାକୁ ଆସିଗଲା ସେଥିଲାଗି ନବୀନ ଡିସ୍‌ଚାର୍ଜ ହେବାଦିନ ପାଣ୍ଡିଆନ ନିଜର ଏକ ଭିଡିଓ ଟିମ୍‌କୁ ଆଗରୁ ପ୍ରସ୍ତୁତ ରଖି ଫଟୋସେସନ ଆରମ୍ଭ କରିଦେଇଥିଲେ, ଯେଉଁଥିରେ ନବୀନ ଡିସ୍‌ଚାର୍ଜ ହେବା ସମୟରେ ପାଣ୍ଡିଆନଙ୍କ ହାତ ଧରି ଆସୁଥିବା ପ୍ରଚାର କରାଗଲା। ଏହାକୁ ଦେଖିବା ପରେ ନବୀନଙ୍କୁ ଦଳର ଆଉ କୌଣସି ନେତା କିମ୍ବା କର୍ମୀ ଲୋଡ଼ା ନାହାନ୍ତି ବୋଲି ବିଜେଡି ଭିତରେ ବାର୍ତ୍ତା ଯାଇଛି। ଏହି ଭିଡିଓ ବାର୍ତ୍ତା କେବଳ ନବୀନଙ୍କ କ୍ଷତି ଘଟାଇଲା। ପୁରପଲ୍ଲୀର ବିଜେଡି କର୍ମୀ ବୁଝିଗଲେଣି ଯେ କେହି ସନ୍ନ୍ୟାସ ନେଇ ନାହାନ୍ତି। ନବୀନ କେବେହେଲେ ପାଣ୍ଡିଆନଙ୍କୁ ଛାଡ଼ିପାରିବେ ନାହିଁ। ଅନ୍ୟପଟେ ଓଡ଼ିଶାର ସାଧାରଣ ଭୋଟର କେବେହେଲେ ପାଣ୍ଡିଆନ ଦମ୍ପତିଙ୍କୁ ସ୍ବୀକାର କରିବେ ନାହିଁ।
ପାଣ୍ଡିଆନଙ୍କୁ ଦଳରୁ କାଢ଼ିବା ପାଇଁ ନିର୍ବାଚନ ପରେ ରାଜ୍ୟର ଶତାଧିକ ବରିଷ୍ଠ ନେତା କହିବା ସତ୍ତ୍ୱେ ଯଦି ନବୀନ ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି ତେବେ ଦଳରେ ରହିକି କିଛି ଲାଭ ନାହିଁ ବୋଲି ଅନେକେ କହିଲେଣି। ନବୀନ ନିବାସକୁ ଯଦି କୌଣସି ବିଜେଡି ନେତା ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ପାଣ୍ଡିଆନଙ୍କ ଅନୁମତି ନେବାକୁ ପଡୁଛି। ଅର୍ଥାତ୍‌ ଆଗକୁ ନବୀନଙ୍କ ତରଫରୁ ବିଜେଡିର ନେତାମାନଙ୍କୁ ଲୋଡାଯିବାର କୌଣସି ସମ୍ଭାବନା ବନ୍ଦ ହୋଇସାରିଛି। ଯାହାକିଛି ବିଜେଡି କାର୍ଯ୍ୟକ୍ରମ ହେବ ସେସବୁ ପାଣ୍ଡିଆନ ହିଁ ପରିଚାଳନା କରିବେ। ଏସବୁ କଥାକୁ କେହି ଗ୍ରହଣ କରିବାକୁ ଆଉ ପ୍ରସ୍ତୁତ ନାହାନ୍ତି। ଉଦାହରଣ ଭାବେ, ନବୀନ ନିବାସକୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ସୋମବାର ଆସି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା କଥା ବୁଝିଥିଲେ। ହେଲେ ସେତେବେଳେ ସ୍ଥାନୀୟ ୩ ନିର୍ବାଚନମଣ୍ଡଳୀର କୌଣସି ଦଳୀୟ ନେତାଙ୍କୁ ଲୋଡ଼ାଗଲା ନାହିଁ। ୨ ଜଣ ନିର୍ବାଚିତ ବିଧାୟକ ଥିଲେ ମଧ୍ୟ ସେମାନଙ୍କୁ ସେଠାକୁ ଡକାଗଲା ନାହିଁ, ଯାହାକୁ ନେଇ ଦଳ ଭିତରେ ଏକ ପ୍ରକାର ଚର୍ଚ୍ଚା ଜୋର୍‌ ଧରିଛି।
ନବୀନ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବାର ଦିନକ ପୂର୍ବରୁ ସୁଜାତା କାର୍ତ୍ତିକେୟନ କେତେଜଣ ବରିଷ୍ଠ ନେତା ଯଥା ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାଏକ, ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ କୁମାର ଦାସବର୍ମାଙ୍କ ସହ ହସ୍ପିଟାଲର ଏକ କନ୍‌ଫରେନ୍ସ ରୁମ୍‌ରେ ଆଲୋଚନା କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ରବିବାରଠାରୁ ବହୁଳ ପ୍ରସାରିତ ହୋଇଛି। ସେମାନଙ୍କ ସହ ପାଣ୍ଡିଆନଙ୍କ ଜଣେ ଅତ୍ୟନ୍ତ ଅନୁଗତ ଭାବେ ଜଣାଶୁଣା ପୂର୍ବତନ ରାଜ୍ୟ ସଭା ଏମ୍‌ପି ମଧ୍ୟ ସେଠାରେ ଉପସ୍ଥିତ ଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି ଭିଡିଓକୁ ମଧ୍ୟ ଉକ୍ତ ଏମ୍‌ପି ଜଣଙ୍କ ପ୍ରଥମେ ବାହାରକୁ ଛାଡ଼ିଛନ୍ତି। ଯେପରି ସୁଜାତାଙ୍କ ପ୍ରଚାର କରାଯାଇପାରିବ। କାରଣ କିଛିଦିନ ତଳୁ ହିଁ ସୁଜାତାଙ୍କୁ ରାଜନୀତିରେ ଆଗକୁ ଆଣି ଦଳର କମାଣ୍ଡ ଦେବା ପାଇଁ ଏକ ପ୍ରକାର ଯୋଜନା କରାଯାଇଥିଲା। ହେଲେ ହସ୍ପିଟାଲ ଘଟଣା ପରଠାରୁ ନବୀନଙ୍କ ଘନିଷ୍ଠ କୁହାଯାଉଥିବା ଦମ୍ପତିଙ୍କ ଚାଲ୍‌ ଧରାପଡ଼ିଯାଇଛି ବୋଲି ଦଳ ଭିତରେ ଚର୍ଚ୍ଚା ଚାଲିଛି। ତେଣୁ ଏଭଳି ଚର୍ଚ୍ଚାକୁ ପ୍ରତିହତ କରିବା ପାଇଁ ହିଁ ପୂର୍ବରୁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ସୁଜାତାଙ୍କ ଭିଡିଓ ସମୟ ଦେଖି ପଦାକୁ ଛଡ଼ାଯାଇଥିବା ଶୁଣିବାକୁ ମିଳୁଛି।
ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନ ପରଠାରୁ ଦଳର ବହୁ ବରିଷ୍ଠ ନେତା ଯେପରିକି, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ପ୍ରଫୁଲ୍ଲ ମଲିକ, ଶଶିଭୂଷଣ ବେହେରା, ବଦ୍ରି ନାରାୟଣ ପାତ୍ର ପ୍ରମୁଖ ପ୍ରାୟତଃ ଦଳଠାରୁ ଦୂରେଇ ଯାଇଛନ୍ତି। ଅନ୍ୟ କେତେଜଣ ବିଧାୟକ ଓ ବରିଷ୍ଠ ନେତା ଦଳରେ ଥାଇ ବିଜେଡି ସରକାରରୁ ଯିବାର ପ୍ରଥମ ଦିନରୁ ହିଁ ପାଣ୍ଡିଆନଙ୍କୁ ସିଧାସଳଖ ବିରୋଧ କରୁଛନ୍ତି। ଆଉ ଯେଉଁମାନେ ପାଣ୍ଡିଆନଙ୍କ ସହଯୋଗୀ ଭାବେ ଥିଲେ ବର୍ତ୍ତମାନ ଜନମତ ଦେଖିବା ପରେ ନିଜ ଭାଷା ବଦଳେଇଲେଣି। ସେମାନେ ବୁଝିଗଲେଣି ପ୍ରବଳ ଅର୍ଥ ଥିଲେ ମଧ୍ୟ ସେହି ନାମରେ ଆଉ ଭୋଟ ମିଳିବ ନାହିଁ।

  • jmjnewso

    Related Posts

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    ବିଜେଡି ଓ କଂଗ୍ରେସର ସଭ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା। କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…