ବଦ୍ରି କହିଲେ, ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି

Spread the love

ଜେଏମଜେ ବ୍ୟୁରୋ : ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ବିସ୍ଫୋରଣ । କହିଲେ, ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି । ଯେଉଁଥିପାଇଁ ବର୍ତ୍ତମାନ ବିଜେଡିରେ ଦ୍ୱନ୍ଦ୍ୱ ବଢୁଛି । ଶୀର୍ଷ ନେତୃତ୍ୱ ପ୍ରତି ଆସ୍ଥା ସୃଷ୍ଟି କରିପାରୁନଥିବାରୁ ତଳସ୍ତରରେ କର୍ମୀମାନେ ଦଳ ଛାଡ଼ୁଛନ୍ତି ବୋଲି କହିଛନ୍ତି ବଦ୍ରି ପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି, ‘ଆଇଆମ ଡାଉନ୍ ବଟ୍ ନଟ୍ ଆଉଟ୍’ ଅର୍ଥ କଣ ମୁଁ ଜାଣେନି । ତାର ଅର୍ଥ କ’ଣ ଯିଏ କହିଛନ୍ତି ସେ ବୁଝିଥିବେ, ଯାହାକୁ କହିଛନ୍ତି ସେ ବୁଝିଥିବେ । ଏହାସହ ସୁଜାତା କାର୍ତ୍ତିକେୟନଙ୍କ ବିଜେଡିରେ ଏଣ୍ଟ୍ରି କରିବା ଚର୍ଚ୍ଚାର ପ୍ରଶ୍ନରେ ଉତ୍ତର ଦେଇ ବଦ୍ରି କହିଛନ୍ତି, ବଡ଼ ଦଳ ସମୁଦ୍ର… ଅଧିକ ଲୋକ ଗ୍ରହଣ କରିବାକୁ କଣ ଜାଗା ନାହିଁ କି ? କିନ୍ତୁ କିଏ କିଭଳି ରହୁଛି, କିଏ କ’ଣ କରିବା କଥା, କି ଦାୟିତ୍ୱ ନେବା କଥା ସେ ବିଷୟରେ ସ୍ପଷ୍ଟ ହେଉ । ଏହାସହ ଦଳ ବଢ଼ିଲେ ବିବାଦ ବଢିବନି କି ବୋଲି ପ୍ରଶ୍ନରେ ବଦ୍ରି କହିଛନ୍ତି, ବିବାଦ ବଢ଼ିପାରେ କିନ୍ତୁ କଥା ହେଉଛି ସମସ୍ତେ ସୀମାକୁ ଜାଣିବା ଦରକାର । ମୋର ଦାୟିତ୍ୱ କେତେ ବୁଝିଲେ ସବୁକିଛି ଠିକ୍ ହେବ । ଆଉ ଯଦି ସୀମା ଟପିବ ତାହେଲେ ଦ୍ଵନ୍ଦ ବଢିବ।

ଏହାସହ ବଦ୍ରିଙ୍କର ଆଉ ଗୋଟିଏ ବୟାନ ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି, ସେ କହିଛନ୍ତି ଦଳରେ ଯେଉଁମାନେ ବର୍ତ୍ତମାନ ଦାୟିତ୍ୱ ନେଉଛନ୍ତି ସେମାନେ ସେଇ କଥାକୁ ବୁଝିବା ଦରକାର । ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ତଳ ସ୍ତରରେ କେତେ ଗ୍ରହଣୀୟ ହେଉଛି ତାହା ସମୀକ୍ଷା କରିବା ଆବଶ୍ୟକ । ସବୁ କଥାର ପରୀକ୍ଷା ତଳ ସ୍ତରରେ ହେଉଛି ବୋଲି ସେ କହିଛନ୍ତି ।

  • jmjnewso

    Related Posts

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 43 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ