ପାଣ୍ଡିଆନ ଦମ୍ପତି ଙ୍କୁ ନେଇ BJD ରେ ବଢୁଛି ଦ୍ୱନ୍ଦ୍ୱ!

Spread the love

ଜେଏମଜେ ବ୍ୟୁରୋ : ବିଜେଡିରେ ଥମିବାରେ ନା ଧରୁନି ବୟାନବାଜି । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପରେ ଆଜି ବିସ୍ଫୋରଣ କରିଛନ୍ତି ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର । ବଦ୍ରି କହିଛନ୍ତି, ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି । ଯେଉଁଥିପାଇଁ ବର୍ତ୍ତମାନ ଦଳ ଭିତରେ ଦ୍ଵନ୍ଦ୍ଵ ବଢୁଛି । ଶୀର୍ଷ ନେତୃତ୍ଵ ଆସ୍ଥା ସୃଷ୍ଟି କରିପାରୁ ନଥିବାରୁ ତଳସ୍ତରରେ କର୍ମୀ ଦଳ ଛାଡ଼ୁଛନ୍ତି । ସେପଟେ ପାଣ୍ଡିଆନ ଦମ୍ପତିଙ୍କୁ ନେଇ ବିଜେଡିରେ ଥମୁନି ବିବାଦ । ପାଣ୍ଡିଆନଙ୍କ ରାସ୍ତାରେ କଣ୍ଟା ସାଜିଛନ୍ତି ବରିଷ୍ଠ । ରାଜନୀତିରେ ଫେଲ୍ ହେବା ପରେ ଦଳରେ ନିଜର ସ୍ଥିତି ବଜାୟ ରଖିବାକୁ ପତ୍ନୀ ସୁଜାତା ପାଣ୍ଡିଆନଙ୍କ ଏଣ୍ଟ୍ରି ପାଇଁ ଚଳାଇଛନ୍ତି ଯୋଜନା । ଯାହାକୁ ସଫଳ କରାଇବା ପାଇଁ ପ୍ରାଣପ୍ରଣେ ପ୍ରଚେଷ୍ଟା ଚଳାଇଛନ୍ତି କୋଟେରୀ ଗୋଷ୍ଠୀ । ତେବେ ସୁଜାତାଙ୍କ ଏଣ୍ଟ୍ରି ପ୍ରଶ୍ନ ଶୁଣୁ ଶୁଣୁ ବର୍ଷିଛନ୍ତି ବଦ୍ରି । ସେ କହିଛନ୍ତି, ବିଜେଡି ବଡ଼ ଦଳ । ସୁଜାତା କାର୍ତ୍ତିକେୟନ କ’ଣ ଅନେକ ଲୋକଙ୍କୁ ସାମିଲ କଲେ ବି କିଛି ଅସୁବିଧା ନାହିଁ । କିନ୍ତୁ ସମସ୍ତେ ସମସ୍ତଙ୍କ ସୀମା କ’ଣ ତାହା ଜାଣିବା ଦରକାର । ଦୁଇ ଦିନ ତଳେ ଦଳର ମୁଖପାତ୍ର ଲେନିନ କିନ୍ତୁ ସ୍ପଷ୍ଟ କରି ସାରିଛନ୍ତି ସୁଜାତା ଥିଲେ ଅଛନ୍ତି ଆଉ ରହିବେ । ଦଳର ଇଏ ସ୍ଥିତି କହୁଛି ନବୀନଙ୍କ ହାତରେ ଆଉ ନାହିଁ ବିଜେଡିର କମାଣ୍ଡ । ଚର୍ଚ୍ଚା କୋଟେରୀ ଗୋଷ୍ଠୀଙ୍କୁ ଧରି ପତ୍ନୀ ସୁଜାତାଙ୍କ ମାଧ୍ୟମରେ ଦଳର କମାଣ୍ଡ ପୁଣି ଥରେ ନେବାକୁ ଚେଷ୍ଟା କରୁଛନ୍ତି ପାଣ୍ଡିଆନ । ଯାହାକୁ ନେଇ ବରିଷ୍ଠଙ୍କ ଭିତରେ ଏଇ ଅସନ୍ତୋଷ । ଆଉ ନେତା ନେତାଙ୍କ ମଧ୍ୟରେ ଟଣା ଓଟରାକୁ ନେଇ ଦ୍ଵନ୍ଦ୍ଵରେ କର୍ମୀ । ଏଭଳି ସ୍ଥିତିରେ ବିଜେଡିର ଅଭ୍ୟନ୍ତରୀଣ ରାଜନୀତି କେଉଁ ମୋଡ ନେଉଛି ତା ଉପରେ ନଜର ।

  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 22 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 18 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 27 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 35 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 40 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 36 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ