ବିଜେଡି ଯୁବ ଓ ଛାତ୍ର ସଭାପତିଙ୍କ ନାମ ଘୋଷଣାକୁ ନେଇ ଦଳ ଭିତ‌ରେ କେଁ!

Spread the love

ଭୁବନେଶ୍ବର: (ଜେଏମଜେ ବ୍ୟୁରୋ ): ବିଜେଡି ଯୁବ ଓ ଛାତ୍ର ସଭାପତିଙ୍କ ନାମ ଘୋଷଣାକୁ ନେଇ ଦଳ ଭିତ‌ରେ କେଁ ଦେଖାଗଲାଣି। ଦଳର ନିଷ୍ପତ୍ତିକୁ କିଛି ଯୁବ ଓ ଛାତ୍ର ନେତା ଗ୍ରହଣ କରିପାରି ନାହାନ୍ତି। ଆଜି ଭୁବନେଶ୍ବରରେ ବିଜେଡି ଯୁବ ଓ ଛାତ୍ରନେତା ଏକାଧିକ ସ୍ଥାନରେ ମେଳି କରିଥିଲେ। କେବଳ ସେତିକି ନୁହେଁ, ଆଗାମୀ ଦିନରେ ବଡ଼ଧରଣର ବିଦ୍ରୋହ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି। ଅନ୍ୟପଟେ ବିଜେଡି ମୁଖିଆ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଭୟ ସଙ୍ଗଠନର ସଭାପତି ଓ ପରାମର୍ଶଦାତାଙ୍କ ସହ ଆଜି ସନ୍ଧ୍ୟାରେ ଆଲୋଚନା କରିଛନ୍ତି। 

ବିଜେଡିରେ ଏକାଧିକ ଯୁବ ଓ ଛାତ୍ର ନେତା ଦୁଇ ଶାଖାର ସଭାପତି ହେବା ପାଇଁ ଲବି ଚଳାଇଥିଲେ। ଅଗଷ୍ଟ ୨୬ରେ ବିଜେଡିର ଯୁବ ସଭାପତି ଭାବେ ଚିନ୍ମୟ ସାହୁ ଓ ଛାତ୍ର ସଭାପତି ଭାବେ ଇପ୍ସିତା ସାହୁଙ୍କ ନାମ ଘୋଷଣା କରାଯାଇଥିଲା। କେଉଁ ଆଧାରରେ ଓ କାହାର ଲବିରେ ଉଭୟଙ୍କ ଚୟନ କରାଗଲା, ତାହାକୁ ନେଇ ଖୋଳତାଡ଼ ଚାଲିଛି। ନିଯୁକ୍ତି ପରଦିନ ସେମାନେ ମଙ୍ଗୁଆଳ ସାଜିଥିବା ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ ବି ସେମାନେ ଏ ସମ୍ପର୍କରେ ଜାଣି ନଥିବା କହିଥିଲେ। ଏହି ନିଯୁକ୍ତି ସେମାନଙ୍କ ଜ୍ଞାତସାରରେ ହୋଇ ନାହିଁ ବୋଲି ରୋକ୍‌ଠୋକ ଜଣାଇଥିଲେ। ଆଜି ପୂର୍ବାହ୍ନରେ ରାଜଧାନୀର ଏକ ମଣ୍ଡପରେ ୪୦ରୁ ଅଧିକ ଛାତ୍ର ନେତା ଏକାଠି ହୋଇ ଦଳର ଏକପାଖିଆ ନିଷ୍ପତ୍ତି ନେଇ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର ସେମାନେ ନବୀନଙ୍କୁ ଅଭିଯୋଗ କରିବେ ବୋଲି ସୂଚନା ମିଳିଛି। ଛାତ୍ର ଶାଖାର ପୂର୍ବ କମିଟିରେ କାର୍ଯ୍ୟକାରୀ ସଭାପତି ଥିବା ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ସଭାପତି ରାଜେଶରାଜ ସ୍ବାଇଁ, ପୂର୍ବତନ କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନ, ପୂର୍ବତନ ବରିଷ୍ଠ ଉପସଭାପତି ପ୍ରଦୋଷ ପରିଡ଼ାଙ୍କ ସମେତ ଅନେକ ଛାତ୍ରନେତା ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକ ପରେ କେତେଜଣ ଛାତ୍ରନେତା ଗଣମାଧ୍ୟମରେ କହିଥିଲେ ଯେ ଆଗାମୀ ଛାତ୍ର ସଂସଦ ନିର୍ବାଚନ ଓ ସାଙ୍ଗଠନିକ ସ୍ଥିତି ନେଇ ଏକାଠି ହୋଇଥିଲୁ। ଦଳର ଛାତ୍ର ଓ ଯୁବ ନେତାମ‌ାନେ ଏକତ୍ର ହୋଇ ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ସମେତ ବହୁ ନେତାଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି। ରାତିରେ ଏକ ତାରକା ହୋଟେଲ, ଜଣେ ଯୁବନେତାଙ୍କ ବାସଭବନରେ ଛାତ୍ର ଓ ଯୁବନେତାମାନେ ପୃଥକ ପୃଥକ ମେଳି କରିଥିବା ସୂଚନା ମିଳିଛି। ସନ୍ଧ୍ୟାରେ କିଛି ଯୁବନେତା ଶଙ୍ଖ ଭବନକୁ ଯାଇ ହୋହଲ୍ଲା କରିଥିଲେ। ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କୁ ଭେଟି ନିଷ୍ପତ୍ତିର ପ୍ରତିବାଦ କରିଥିଲେ। ଶ୍ରୀ ମିଶ୍ର ସେମାନଙ୍କୁ ବୁଝାସୁଝା କରିବା ସହ ଏ ସମ୍ପର୍କରେ ଉପରେ କଥା ହେବେ ବୋଲି କହିଥିଲେ। 

ଗୋଟିଏ ପଟେ ଅସନ୍ତୋଷ ବଢ଼ୁଥିବା ବେଳେ ଅନ୍ୟପଟେ ବିଜେଡି ମୁଖିଆ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଉଭୟ ସଂଗଠନର ସଭାପତି ଓ ପରାମର୍ଶଦାତାଙ୍କ ସହ  ଆଲୋଚନା କରିଛନ୍ତି। ଯୁବ ଓ ଛାତ୍ରନେତାମାନେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ଯୁବକଯୁବତୀ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ବି‌ଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ, ବିଜୁ ଛାତ୍ର ଜନତା ଦଳ ସଭାପତି ଈପ୍‌ସିତା ସାହୁଙ୍କ ସମେତ ପରାମର୍ଶଦାତା ବ୍ୟୋମକେଶ ରାୟ, ଅମରେଶ ପତ୍ରୀ, ସଞ୍ଜିତ୍‌ ମହାନ୍ତି, ରାଜେନ୍ଦ୍ର କୁମାର ସାହୁ, ଦେବେଶ ଆଚାର୍ଯ୍ୟ, ଦେବୀରଞ୍ଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଓ ସୌଭିକ ବିଶ୍ୱାଳ ଉପସ୍ଥିତ ଥିଲେ। 

  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 22 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 18 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 27 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 35 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 40 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 36 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ