ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପିର ବଡ଼ ପ୍ରସ୍ତୁତି, NDAର ଶତ ପ୍ରତିଶତ ମତଦାନ ପାଇଁ ରଣନୀତି

Spread the love

ଜେଏମଜେ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ବିଜେପି କରୁଛି ବଡ଼ ପ୍ରସ୍ତୁତି । ଏହି ନିର୍ବାଚନରେ NDAର ଶତ ପ୍ରତିଶତ ମତଦାନ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି । ସାଂସଦମାନେ କେମିତି ମତଦାନ କରିବେ ସେ ସମ୍ପର୍କରେ ୬ରୁ ୮ ସେପ୍ଟେମ୍ବର ଯାଏଁ NDA ସାଂସଦମାନଙ୍କର ୱାର୍କ ସପ୍ ବା କର୍ମଶାଳା ରଖାଯାଇଛି ।


ସେହିପରି ଉପରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ୮ ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି NDA ସାଂସଦମାନଙ୍କୁ ରାତ୍ରି ଭୋଜନ ଦେବେ । ସେହିଦିନ ସଂଧ୍ୟାରେ ଅନେକ ସଂସଦୀୟ ସମିତିର ବୈଠକ ମଧ୍ୟ ରଖାଯାଇଛି । ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ୩୯୨ ଭୋଟ୍ ଆବଶ୍ୟକ ଥିବାବେଳେ, NDA ପାଖରେ ଅଛନ୍ତି ୪୨୩ ଜଣ ସାଂସଦ । ସିପି ରାଧାକ୍ରିଷ୍ଣନଙ୍କ ବିଜୟ ପାଇଁ NDA ହାତରେ ଯଥେଷ୍ଟ ସିଟ୍ ରହିଥଲେ ମଧ୍ୟ ଶତ ପ୍ରତିଶତ ମତଦାନ ଉପରେ ଦଳ ଜୋର ଦେଉଛି ।

ସମ୍ବିଧାନର ଧାରା ୬୬ ଅନୁସାରେ ଇଲେକ୍ଟୋରାଲ କଲେଜ ମାଧ୍ୟମରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୁଏ । ସଂସଦର ଉଭୟ ଗୃହର ନିର୍ବାଚିତ ସଦସ୍ୟ ଓ ରାଜ୍ୟସଭାର ମନୋନୀତ ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ । ରାଜ୍ୟସଭାର ମୋଟ ନିର୍ବାଚିତ ସଂଖ୍ୟା ୨୩୩ ହୋଇଥିବାବେଳେ ୧୨ ଜଣ ମନୋନୀତ ହୁଅନ୍ତି। ସେହିପରି ଲୋକସଭାର ନିର୍ବାଚିତ ସଦସ୍ୟଙ୍କ ସଂଖ୍ୟା ୫୪୩ । ଏହିପରି ଇଲେକ୍ଟୋରାଲ କଲେଜରେ ମୋଟ ସଦସ୍ୟ ସଂଖ୍ୟା ୭୮୮ ।

କିନ୍ତୁ ଏବେ ରାଜ୍ୟସଭାର ୨୩୩ ନିର୍ବାଚିତ ପଦ ମଧ୍ୟରୁ ୫ଟି ଆସନ ଖାଲି ଅଛି । ସେହିପରି ଲୋକସଭାରେ ମଧ୍ୟ ୫୪୩ ମଧ୍ୟରୁ ଗୋଟିଏ ଆସନ ଖାଲି ପଡ଼ିଛି। ଏଣୁ ମୋଟ ୭୮୮ ଇଲେକ୍ଟୋରାଲ କଲେଜ ଭୋଟ୍ ମଧ୍ୟରୁ ଏବେ ୬ ଜଣ ସାଂସଦଙ୍କ ପଦ ଖାଲି ରହିଛି । ଏମିତିରେ ୭୮୨ ଜଣ ସଦସ୍ୟ ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ । ବିଜୟ ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୩୯୨। NDA ପାଖରେ ୪୨୩ ସାଂସଦଙ୍କ ସମର୍ଥନ ରହିଥିବାରୁ ସି.ପି ରାଧାକ୍ରିଷ୍ଣନଙ୍କ ବିଜୟ ସମ୍ଭାବନା ଉଜ୍ଜ୍ବଳ।

  • jmjnewso

    Related Posts

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    ବିଜେଡି ଓ କଂଗ୍ରେସର ସଭ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା। କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026