ଶେଷ ହେଲା ‘ଭୋଟର ଅଧିକାର ଯାତ୍ରା।

Spread the love

ଜେଏମଜେ ବ୍ୟୁରୋ : କଂଗ୍ରେସ ଦଳର ୧୪ ଦିନିଆ ‘ଭୋଟର ଅଧିକାର ଯାତ୍ରା’ ଆଜି ବିହାର ରାଜଧାନୀ ପାଟନାରେ ଶେଷ ହୋଇଛି। ‘ଭୋଟର ଅଧିକାର ଯାତ୍ରା’ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ ବିଜେପି ନେତୃତ୍ବାଧୀନ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି।  ରାହୁଲ କହିଛନ୍ତି,  ଭୋଟର ତାଲିକା ହେରଫେର ସଂକ୍ରାନ୍ତରେ ତାଙ୍କ ଦଳ ଖୁବ୍‌ଶୀଘ୍ର ଏକ ‘ହାଇଡ୍ରୋଜେନ ବୋମା’ ପକାଇବ।  ଏହି ‘ଭୋଟ୍‌ ଚୋରି’ ହାଇଡ୍ରୋଜେନ ବୋମା ପଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ତାଙ୍କ ମୁହଁ ଦେଖାଇ ପାରିବେନି।  ରାହୁଲ କହିଛନ୍ତି, ବିଜେପି ଲୋକମାନଙ୍କୁ ମୁଁ ଏହା କହିବାକୁ ଚାହୁଛି ଯେ ଆପଣମାନେ ପରମ‌ାଣୁ ବୋମାଠାରୁ ଆଉ କିଛି ବଡ଼ ଶୁଣିଛନ୍ତି କି। ଏହା ହେଉଛି ହାଇଡ୍ରୋଜେନ୍‌ ବୋମା।  ସେ କହିଛନ୍ତି, ବିଜେପିର ଲୋକମାନେ ପ୍ରସ୍ତୁତ ରୁହ। ହାଇଡ୍ରୋଜେନ୍‌ ବୋମା ଆସୁଛି। ଲୋକମାନେ ଭୋଟ୍‌ ଚୋରିର ବାସ୍ତବତା ଜାଣିପାରିବେ। ରାହ‌ୁଲ କହିଛନ୍ତି, ଏପରିକି ଚୀନ୍‌ ଏବଂ ଆମେରିକାରେ ମଧ୍ୟ ଲୋକମାନେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଭୋଟ୍‌ ଚୋରି’ ଅଭିଯୋଗ କରି ପଦରୁ ଓହ୍ଲାଇ ଆସିବାପାଇଁ ଦାବି କରୁଛନ୍ତି। ବିହାରର ଯୁବଗୋଷ୍ଠୀଙ୍କୁ ସତର୍କ କରି ସେ କହିଛନ୍ତି, ଭୋଟ୍‌ ଚୋରିର ଅର୍ଥ ହେଉଛି ଅଧିକାର ଚୋରି, ଗଣତନ୍ତ୍ର ଚୋରି ଏବଂ ନିଯୁକ୍ତି ଚୋରି। ସେମାନେ ତୁମମାନଙ୍କ ରାସନ୍‌ କାର୍ଡ ଏବଂ ଅନ୍ୟ ଅଧିକାର ଛଡ଼ାଇ ନେବେ ବୋଲି ରାହୁଲ କହିଛନ୍ତି।  

ତେବେ     ବିଜେପି ରାହୁଲଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି କହିଛି ଯେ ଏହାର କୌଣସି ମୂଲ୍ୟ ନାହିଁ। ଏହା ମିଥ୍ୟା ଅଭିଯୋଗ। ଯଦି ରାହୁଲଙ୍କ ଅଭିଯୋଗ ସତ ତେବେ ନିର୍ବାଚନ କମିସନ୍‌ ମାଗିଥିବା ସତ୍ୟପାଠ ରାହୁଲ କାହିଁକି ଦାଖଲ କରୁନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି।  ପାଟନା ସାହେବ ବିଜେପି ସାଂସଦ ରବି ଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଅତ୍ୟନ୍ତ ଦାୟିତ୍ବହୀନ ଭାବେ କାମ କରୁଛନ୍ତି। ତାଙ୍କ ଆଚରଣରେ ଶାଳୀନତା ରହିବା ଉଚିତ।  

ଉଲ୍ଲେଖଯୋଗ୍ୟ ଆଜି ‘ ଗାନ୍ଧୀ ସେ ଆମ୍ବେଦକର’ ଯାତ୍ରାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଆର୍‌ଜେଡି ନେତା ତେଜସ୍ବୀ ଯାଦବ, ସିପିଆଇ ସାଧାରଣ ସଚିବ ଡି ରାଜା, ସିପିଏମ୍‌ ସାଧାରଣ ସଚିବ ଏମ୍‌ ଏ ବେବି, ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ, ଏନ୍‌ସିପି କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ଏବଂ ଟିଏମ୍‌ସି ନେତା ୟୁସୁଫ୍‌ ପଠାନ ଏବଂ ଲଳିତେଶ ତ୍ରିପାଠୀ ଯୋଗ ଦେଇଥିଲେ।  ଅଗଷ୍ଟ ୧୭ ତାରିଖରେ ଆରମ୍ଭ ହୋଇଥିବା ଭୋଟର ଅଧିକାର ଯାତ୍ରା ରାଜ୍ୟର ୩୮ଟି ଜିଲ୍ଲା ମଧ୍ୟରୁ ୨୫ ଜିଲ୍ଲାର ୧୧୦ ବିଧାନସଭା ନିର୍ବାଚନମଣ୍ଡଳୀ ‌କ୍ଷେତ୍ର ଦେଇ ପ୍ରାୟ ୧୩୦୦ କିମି ଅତିକ୍ରମ କରିଛି।

  • jmjnewso

    Related Posts

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପୁଣି ବିଜେଡିର ଆଭିମୁଖ୍ୟ ନେଇ ବଢିଲା ଚର୍ଚ୍ଚାସଂସଦରେ ବିଜେଡିର ଆଭିମୁଖ୍ୟ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ଯେଉଁ ବିଜେଡି ଦିନେ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା…

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ଆଜି ବିଧିବଦ୍ଧ ଭାବେ…

    Leave a Reply

    Your email address will not be published. Required fields are marked *

    You Missed

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ